ନବଦର୍ଶନ ପ୍ରୋଜେକ୍ଟ ଉନ୍ମୋଚନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭି-ଗାର୍ଡ଼ ଇଣ୍ଡଷ୍ଟ୍ରିଜ ଲିମିଟେଡର ସହଯୋଗରେ ଓଡ଼ିଶା ରାଇଜିଂ ଫାଉଣ୍ଡେସନ ବୌଦ୍ଧିକ ଅନଗ୍ରସର ପିଲାମାନଙ୍କ ଉପରେ ଅଧିକ ଧ୍ୟାନ ଦେଇ ଓଡ଼ିଶାର ସ୍ୱତନ୍ତ୍ର ଶ୍ରେଣୀ ପିଲାମାନଙ୍କର ସଶକ୍ତିକରଣ ପାଇଁ ଏକ ରାଜ୍ୟସ୍ତରୀୟ ପ୍ରକଳ୍ପ ‘ନବଦର୍ଶନ’ ଆରମ୍ଭ କରିଛି । ଆଜି ମୁଖ୍ୟ ଅତିଥି ଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ମାନ୍ୟବର ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଥିଲା । ଏସ୍.ଏସ୍.ଇ.ପି.ଡ଼ି.ର ନିର୍ଦ୍ଦେଶକ ଶ୍ରୀମତୀ ବ୍ରତତୀ ହରିଚନ୍ଦନ, ଆଇଏଏସ୍, ଶ୍ରୀମତୀ କସ୍ତୁରୀ ମହାପାତ୍ର ଚେୟାରମ୍ୟାନ, ଓଏଲ୍ଏସ୍, ଖୋର୍ଦ୍ଧା ଏବଂ କୋରାପୁଟ ଜିଲ୍ଲାର ଡିଏସ୍ଏସ୍ଓ, ଭି-ଗାର୍ଡ଼ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ଅଧିକାରୀ, ଓଆରଏଫ୍ର କର୍ମଚାରୀ ଏବଂ ୭ଟି ଜିଲ୍ଲାର ୧୨ଟି ସ୍ୱତନ୍ତ୍ର ବିଦ୍ୟାଳୟ ଏବଂ ସୋମନଙ୍କ ଶିକ୍ଷକ ଏବଂ ପିଲାମାନେ ମଧ୍ୟ ଉପସ୍ଥିତ ଥିଲେ । ଭି-ଗାର୍ଡ଼ ଏବଂ ଓଆରଏଫ୍ର ଅନନ୍ୟ ପଦକ୍ଷେପକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ପଣ୍ଡା ପ୍ରଶଂସା କରିଛନ୍ତି । ସେ କୃତଜ୍ଞତା ଜଣାଇବା ସହ ମାନସିକ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ନିସ୍ୱାର୍ଥପର ସେବା ପାଇଁ ସ୍ୱତନ୍ତ୍ର ବିଦ୍ୟାଳୟର ଶିକ୍ଷକ ଏବଂ କର୍ମଚାରୀମାନଙ୍କୁ ଉତ୍ସାହିତ କରିଥିଲେ । ସେମାନଙ୍କର ଅଦମ୍ୟ ସମର୍ଥନ ପାଇଁ ସେ ଉପସ୍ଥାପିତ ଡିଏସ୍ଏସ୍ଓକୁ ଧନ୍ୟବାଦ ଜଣାଇବା ସହ ଜିଲ୍ଲା ପ୍ରଶାସନ ସହିତ ନିଜ ନିଜ ଦକ୍ଷତା ଅନୁସାରେ ଏହି ପ୍ରକଳ୍ପ ପାଇଁ ସହାୟତାର ହାତ ପରାମର୍ଶ ଦେଇଛନ୍ତି । ଶ୍ରୀ ପ୍ରଦୀପ ପି, ଡେପୁଟି ଜେନେରାଲ ମ୍ୟାନେଜର ଭି-ଗାର୍ଡ କହିଛନ୍ତି ନବଦର୍ଶନ ପ୍ରକଳ୍ପ ହେଉଛି କେରଳର ଏକ ନକଲଯୋଗ୍ୟ ମଡ଼େଲ ଯେଉଁଠାରେ ଭି-ଗାର୍ଡ଼ ପୂର୍ବରୁ ସଫଳତାର ସହ ସମ୍ପାଦନ କରିଆସିଛନ୍ତି ଏବଂ ବର୍ତ୍ତମାନ ବୌଦ୍ଧିକ ଭିନ୍ନକ୍ଷମ ପିଲାମାନଙ୍କୁ ସଶକ୍ତିକରଣ ତଥା ପ୍ରଭାବିତ କରିବା ପାଇଁ ଓଡ଼ିଶାରେ ଏହାର ଆରମ୍ଭ କରିଛନ୍ତି । ବ୍ରାଞ୍ଚ ମୁଖ୍ୟ ଶ୍ରୀ ସୁମନ ପ୍ରଧାନ, ଓଡ଼ିଶାରେ ଭି-ଗାର୍ଡର ସିଏସ୍ଆର କାର୍ଯ୍ୟକଳାପ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ସରକାରୀ ବିଦ୍ୟାଳୟ ପାଇଁ ଶ୍ରେଣୀଗୃହ ନିର୍ମାଣ, ଲାଇବ୍ରେରୀ ସେଟ୍ଅପ, ବୃକ୍ଷରୋପଣ କରି ପ୍ରତିବର୍ଷ ଓଡ଼ିଶାରେ ଅନେକ ସିଏସ୍ଆର ପ୍ରୋଜେକ୍ଟ କରୁଛୁ ଏବଂ ସମ୍ପ୍ରତି ବନ୍ୟାରେ ୫୦୦୦ ପରିବାରକୁ ରାସନ ଏବଂ ଔଷଧ ବଣ୍ଟନ କରି ସହାୟତାର ସମସ୍ତ ଉଦ୍ୟମ କରିଆସିଛନ୍ତି । ଓଡ଼ିଶା ରାଇଜିଂ ଫାଉଣ୍ଡେସନ ହେଉଛି ଏକ ପ୍ରଭାବଦୀପ୍ତ ଚାଳିତ ସଂଗଠନ ଯାହା ଓଡ଼ିଶାର ଅବହେଳିତ ସମ୍ପ୍ରଦାୟର ଜୀବନରେ ସ୍ଥାୟୀ ପରିବର୍ତ୍ତନ ଆଣିବା ପାଇଁ ପ୍ରୟାସରତ । ଏହି ନବଦର୍ଶନ ପ୍ରକଳ୍ପ ମାଧ୍ୟମରେ ନିଜ ସହଯୋଗୀ ଆଭିମୁଖ୍ୟ ସହିତ କାର୍ଯ୍ୟ କରିବ ଯାହା ମାନସିକ ଭିନ୍ନକ୍ଷମ ପିଲାମାନଙ୍କୁ ନିଜ ନିଜ କ୍ଷେତ୍ରରେ ଆଗକୁ ବଢାଇବାକୁ ସାହାଯ୍ୟ କରିବ ବୋଲି ଓଆରଏଫ୍ ଚେୟାରମ୍ୟାନ ଶ୍ରୀ ଅକ୍ଷୟ ସାଗର କହିଛନ୍ତି । ସିଏସ୍ଆର ମ୍ୟାନେଜର ଶ୍ରୀ ସାନିଶ କେ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ଆମେ ତିନିବର୍ଷ ମଧ୍ୟରେ ୧୦୦୦ ପିଲାଙ୍କୁ ସଶକ୍ତ କରିବା ପାଇଁ ଓଡ଼ିଶାର ୭ଟି ଜିଲ୍ଲାରୁ ୧୨ଟି ସରକାରୀ ସହାୟକ ଏବଂ ଅଣ ସହାୟକ ସ୍ୱତନ୍ତ୍ର ବିଦ୍ୟାଳୟ ଚିହ୍ନଟ କରି ସେମାନଙ୍କ ପୂର୍ଣ୍ଣାଙ୍ଗ ବିକାଶର ଦାୟିତ୍ୱ ନିଆଯିବ । ଶ୍ରୀ ଅକ୍ଷୟ ସାଗର ଦୋହରାଇଛନ୍ତି ଯେ, ଏହି ପ୍ରକଳ୍ପ ସ୍ୱତନ୍ତ୍ର ଶିକ୍ଷକ ଯୋଗାଇବା, ଅଧିକ ଥେରାପିଷ୍ଟ ନିୟୋଜନ କରିବା ଏବଂ ମାନସିକସ୍ତରରେ ଅସୁବିଧା ଭୋଗୁଥିବା ପିଲମାନଙ୍କୁ ଧନ୍ଦାମୂଳକ ତାଲିମ ପ୍ରଦାନ କରିବ ଯାହାଦ୍ୱାରା ସେମାନେ ଏକ ସମ୍ମାନଜନକ ଜୀବନଯାପନ କରିବେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ନିଗମ, ଏନ୍ଜିଓ, ସ୍ୱତନ୍ତ୍ର ଶିକ୍ଷାବିତ, ଥେରାପିଷ୍ଟ ଏବଂ ବୌଦ୍ଧିକ ଅନଗ୍ରସରପ୍ରାପ୍ତ ପିଲାମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରୋଗ୍ରାମ ମ୍ୟାନେଜର ଶର୍ମିଷ୍ଠା ମହାରଣା, ଓଆରଏଫ, ମାନ୍ୟବର ମନ୍ତ୍ରୀ, ବିଭାଗୀୟ ନିର୍ଦ୍ଦେଶକ, ଉପସ୍ଥିତ ଡିଏସ୍ଏସ୍ ଓ ଛାତ୍ରଛାତ୍ରୀ, ଭି-ଗାର୍ଡ ସହଯୋଗୀ ଶ୍ରୀ ଚିନ୍ମୟ ବେହେରା, ଶ୍ରୀମତୀ ସାଇରା ସନ୍ନି, ପରାମର୍ଶଦାତା ଓଆରଏଫ୍, ଶ୍ରୀ ଆୟଶା ପ୍ରକାଶ ମ୍ୟାନେଜର, ଓଆରଏଫ ଏବଂ ପ୍ରୋଗ୍ରାମ ଅଫିସର ଜୟଶ୍ରୀ ନାୟକଙ୍କୁ ସେମାନଙ୍କର ମୂଲ୍ୟବାନ ଅବଦାନ ପାଇଁ ଧନ୍ୟବାଦ କରି ସଭା ସମାପ୍ତ କରିଛନ୍ତି ।