ନବଦୁର୍ଗା ପୂଜନ ମା’ ଶୈଳପୁତ୍ରୀ

ମା’ ଦୁର୍ଗାଙ୍କର ନ’ଟି ରୂପ ଅଛି । ପ୍ରଥମ ରୂପରେ ସେ ପର୍ବତରାଜ ହିମାଳୟରର କନ୍ୟା ହିସାବରେ ଜନ୍ମ ନେଇଥିବାରୁ ତାଙ୍କୁ ଶୈଳପୁତ୍ରୀ ବା ଶୈଳକନ୍ୟା କୁହାଯାଏ । ଏହି ରୂପରେ ତାଙ୍କର ବାହନ ଥିଲେ ବୃଷଭ, ଦକ୍ଷିଣ ହସ୍ତରେ ତ୍ରିଶୁଳ ଏବଂ ବାମହସ୍ତରେ ପଦ୍ମପୁଷ୍ପ ଶୋଭାପାଏ । ଏଣୁ ନବଦୁର୍ଗା ପୂଜନରେ ସେ ପ୍ରଥମ ଦିନ ଏହି ରୂପେ ପୂଜା ପାଆନ୍ତି ।
ଦୁର୍ଗାଙ୍କର ଏହି ଜନ୍ମନେଇ ଏକ କାହାଣୀ ଅଛି । ପୁର୍ବ ଜନ୍ମରେ ସେ ପ୍ରଜାପତି ଦକ୍ଷଙ୍କର କନ୍ୟାଥିଲେ । ତାଙ୍କ ନାମ ଥିଲା ସତୀ । ସେ ଶିବଙ୍କୁ ବିବାହ କରିଥିଲେ ।
ଏକଦା ତାଙ୍କ ପିତା ଏକ ବିରାଟ ଯଜ୍ଞର ଆୟୋଜନ କରିଥିଲେ । ଏଥିରେ ସେ ସାରା ଦେବତାମାନଙ୍କୁ ସେମାନଙ୍କର ଯଜ୍ଞଭାଗ ପାଇବା ନିମନ୍ତେ ନିମନ୍ତ୍ରିତ କଲେ । ଶିବଙ୍କର ଯଜ୍ଞ ଭାଗଥିଲା ଅଥଚ ସେ ନିମନ୍ତ୍ରିତ ନଥିଲେ । ତଥାପି ପାର୍ବତୀ ଏହାର କାରଣ ଜାଣିବାକୁ ଶିବଙ୍କୁ ପଚାରିଲେ ଏବଂ ପିତାଙ୍କ ଯଜ୍ଞକୁ ଯିବାପାଇଁ ଜିଦ୍କଲେ ।
ଶିବ ବୁଝାଇ ଦେଲେ : ପ୍ରଜାପତି ଦକ୍ଷ କୌଣସି କାରଣ ବଶତଃ ଆମ ଉପରେ ରୁଷ୍ଟ । ସେ ଅନ୍ୟମାନଙ୍କୁ ନିମନ୍ତ୍ରଣ କଲେ । ମୋତେ ଜାଣିଶୁଣି ନିମନ୍ତ୍ରଣ କରିନାହାଁନ୍ତି । ଏପରିସ୍ଥଳେ ତୁମେ ଜାଣିଶୁଣି ଯିବାଟା ଠିକ୍ ହେବ ନାହିଁ ।
କିନ୍ତୁ ସତୀଙ୍କର ପ୍ରବଳ ଆଗ୍ରହଥିଲା ଯେ ସେ ଅନୁମତି ଦେଲେ ଅନ୍ତତଃ ସେ ତାଙ୍କର ପ୍ରୀତିଜନମାନଙ୍କୁ ଏହି ଅବସରେ ମିଳିପାରନ୍ତେ । ଶିବ ତାଙ୍କୁ ଅନୁମତି ଦେଲେ ।
ସତୀ ପିତାଙ୍କ ଘରେ ପହଞ୍ôଚ ଦେଖିଲେ ଯେ କେବଳ ତାଙ୍କ ମାତା ତାଙ୍କୁ ସ୍ନେହରେ କୋଳାଗ୍ରତ ଏବଂ ଆଲିଙ୍ଗନ କଲେ । ପିତାଙ୍କର ଅଣଆଡ଼ିକ ବିଦ୍ରୁପମୁଖ । ଯେଉଁମାନଙ୍କୁ ପାଇବାରେ ସେ ଏତେ ବ୍ୟଗ୍ର ଓ ଜିଦ୍ଖୋର ଥିଲେ, ସେମାନେ ତାଙ୍କଠୁ ମୁହଁ ଆଡ଼େଇ ନେଇଛନ୍ତି । ତାଙ୍କ ପ୍ରତି ବିଦ୍ରୁପହସ, ଥଟ୍ଟା, ପରିହାସ ଏବଂ ଅପମାନ ଓ ଆପତ୍ତିଜନକ ଇଙ୍ଗିତ ବର୍ଷି ଚାଲିଛନ୍ତି । ତହିଁଙ୍କୁ ଭୟଙ୍କର ଭାବେ ଶିବ ନିନ୍ଦା ଚାଲିଛି । ତାଙ୍କ ପ୍ରତି ଅସହ୍ୟ ବ୍ୟଙ୍ଗୋକ୍ତି ଓ ନିର୍ଲଜ୍ଜ ଭାଷାର ପ୍ରୟୋଗ ତଥା ଘୃଣ୍ୟ ଓ ନ୍ୟୁନତାଭାବ ଭରପୁର ଅଛି ।
ସବୁଠୁ ତାଙ୍କୁ ବେଶି ବାଧିଲା ପତିନିନ୍ଦା । ସେ ତାଙ୍କ ବାରଣ ନମାନି ପିତାଘର ଆସିଥିବାରୁ ଦୁଃଖ ଅନୁତାପାନଳରେ ଜଳି ପୋଡ଼ିଗଲେ । ବଡ଼ ଅସହ୍ୟ ଲାଗିଲା ଜୀବନ । ସେ ନିଜକୁ ଛି କରିଦେଲେ ଏବଂ ଯଜ୍ଞ ସ୍ଥଳରେ ଅଗ୍ନିରେ ଝାସଦେଲେ ।
ଶିବ ଏବାର୍ତ୍ତା ପାଇଁ କ୍ରୋଧାନଳରେ ଚରମ ସୀମାରେ ପହଞ୍ôଚଗଲେ ଏବଂ ଶିବଗଣଙ୍କୁ ପଠାଇ ଦକ୍ଷ ଯଜ୍ଞ ଧ୍ୱସ୍ତ, ବିଧ୍ୱସ୍ତ ଏବଂ ଧ୍ୱଂସ କରିଦେଲେ । ପର ଜନ୍ମରେ ଏହି ସତୀ ପୁଣି ଶିବଙ୍କର ଅର୍ଦ୍ଧାଙ୍ଗିନୀ ହେଲେ ଏବଂ ସେ ଶୈଳପୁତ୍ରୀ, ପାର୍ବତୀ ବା ହୈମବତୀ ନାମରେ ଖ୍ୟାତ ହେଲେ । ହୈମବତୀ ଭାବେ ସେ ଦେବତାମାନଙ୍କର ଗର୍ବ ଭଂଜନ କରିଥିଲେ ।
ଶୈଳପୁତ୍ରୀ ବା ପାର୍ବତୀ ଜନ୍ମରେ ଦୁର୍ଗାଙ୍କର ମହତ୍ୱ ଓ ଶକ୍ତି ଅନନ୍ତ ଅଟେ । ନବରାତ୍ର ପୂଜନରେ ପ୍ରଥମ ଦିବସରେ ତାଙ୍କ ପୂଜା ଓ ଉପାସନା କରାଯାଏ । ଏହି ପୂଜାବେଳେ ଯୋଗୀ ବା ପୂଜକର ମନ ମୂଳାଧାର ଚକ୍ରରେ ସ୍ଥିର ଥାଏ । ଏଥିରୁ ତା’ର ଯୋଗସାଧନାର ପ୍ରାରଭ୍ୟ ପ୍ରାପ୍ତି ହୁଏ ।
ବନ୍ଦେ ବାଞ୍ଛିତ ଲାଭାୟ ଚନ୍ଦ୍ରାର୍ଦ୍ଧ କୃତ ଶେଖରାମ ।
ବୃଷାରୁଢ଼ା ଶୂଳଧରାଂ ଶୈଳପୁତ୍ରୀ ଯଶସ୍ୱିନୀମ୍ ।ା
… ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ ।ା
ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮