ନବନିଯୁକ୍ତ କନିଷ୍ଠ ଶିକ୍ଷକଙ୍କୁ ଆସିକାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୧୩ଟି କ୍ଳଷ୍ଟରର ବିଭିନ୍ନ ସରକାରୀ ଶିକ୍ଷାନୁଷ୍ଠାନରେ ଗତ କିଛି ଦିନ ତଳେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକମାନଙ୍କୁ ଆସିକା ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ହାଟପଦା ସ୍ଥିତ ପୂୂର୍ବତନ ବୋର୍ଡ ବାଳିକା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ଲକ୍ଷ୍ୟ କରାଯାଇଛି । ଏହି ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଆସିକା ବିଧାୟକ ସରୋଜ କୁମାର ପାଢୀ, ମୁଖ୍ୟବକ୍ତା ରୂପେ ଅବସରପ୍ରାପ୍ତ ଶିକ୍ଷକ ମିହିରକାନ୍ତ ମହାପାତ୍ର, ସମ୍ମାନିତ ଅତିଥି ରୂପେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦର ନଗରପାଳିକା ବିନେତା ସ୍ୱାଇଁ, ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍ରାଣୀ ମହାନ୍ତି, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା ପ୍ରମୁଖ ଯୋଗଦେଇ ଗୁଣାତ୍ମକ ଶିକ୍ଷକ ବିକାଶ ଲାଗି ସରକାର କାର୍ଯ୍ୟକାରୀ କରୁଥିବା ଶିକ୍ଷା କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଦିଗରେ ନବାଗତ କନିଷ୍ଠ ଶିକ୍ଷକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ବେଳେ ସେମାନେ ନିଜ ନିଜ ବିଦ୍ୟାଳୟରେ ଶିକ୍ଷାଦାନ ଶୈଳୀକୁ ସୁନିଶ୍ଚିତ କରିବା, ବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ଦାୟିତ୍ୱ ଓ କର୍ତ୍ତବ୍ୟକୁ ନିଷ୍ଠାର ସହ ସୁଚାରୂ ରୂପେ ସଂପାଦନ କରିବା ପାଇଁ ପରାମର୍ଶ ଓ ମାର୍ଗଦର୍ଶନ ଦେଇଥିବା ଲକ୍ଷ୍ୟ କରାଯାଇଥିଲା । ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଆସିକା ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ନବାଗତ କନିଷ୍ଠ ଶିକ୍ଷକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ଜୟରାମ ନାୟକ ଓ ସୀତାରାମ ବେହେରା, ସଂଘର ସକ୍ରିୟ ସଦସ୍ୟ ସନ୍ତୋଷ କୁମାର ବେହେରା, ସତ୍ୟନାରାୟଣ ସେଠୀ, ରାମନାଥ ପଟ୍ଟନାୟକ, ବାଳକୃଷ୍ଣ ହୋତା, ସୁନିଲ୍ କୁମାର ମିଶ୍ର, ପଦ୍ମଚରଣ ସେଠୀ, ଧୋବା ବେହେରା, ସିମାଂଚଳ ସେଠୀ, ସୁରେନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ମୁନି, ସଙ୍ଗୀତା ବେହେରା, ନିରଂଜନ ପାତ୍ର, ପି.ରାମାରାଓ ପାତ୍ର,ପ୍ରଶାନ୍ତ କୁମାର ବେହେରା, ରାଜକିଶୋର ସ୍ୱାଇଁ, ଗଣପତି ସେଠୀ, ନିରୁପମା ଦାଶ, ମେଘନାଦ ଦଳବେହେରା, ଟୁଲୁ ସେଠୀ, ହରିବନ୍ଧୁ ବେହେରା, ଶିଶିର ବେହେରା, ରାଧାମୋହନ ଡାକୁଆ, ବଂଶୀଧର ପରିଡା, ଚିତ୍ରସେନ ସେଠୀଙ୍କ ସମେତ ସଂଘର ବହୁ ସଦସ୍ୟ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।