ନବନିଯୁକ୍ତ ପୁଲିସ୍ ଅଧିକାରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପୁଲିସ୍ ଓ ପବ୍ଲିକ୍ ସମନ୍ୱୟରେ ହିଁ ସମାଜ ସୁରକ୍ଷିତ ।

ଭୁ୍ବନେଶ୍ୱର : ପୁଲିସ୍ ଓ ପବ୍ଲିକ୍ ସମନ୍ୱୟରେ ହିଁ ସମାଜ ସୁରକ୍ଷିତ । ସମାଜର ଏହି ଦୁଇଟି ସ୍ତମ୍ବ ମଧ୍ୟରେ ଉତ୍ତମ ସହଯୋଗ ଓ ବୁଝାମଣା ନାଗରିକର ଧନଜୀବନ ସୁରକ୍ଷାସହ ଏକ ଉତ୍ତମ ପରିବେଶ ଗଠନରେ ସହାୟକ ହୋଇପାରିବ ବୋଲି ଚନ୍ଦ୍ରଶେଖରପୁର ଅଞ୍ଚଳରେ ନବନିଯୁକ୍ତ ପୁଲିସ୍ ଅଧିକାରୀଙ୍କୁ ସ୍ୱାଗତ କରାଯାଇ ସମ୍ବର୍ଦ୍ଧିତ କରାଯିବା ଅବସରରେ ମତ ପ୍ରକାଶ କରାଯାଇଛି । ବରିଷ୍ଠ ନାଗରିକ ସଂଘ, ମହିଳା ସଂଗଠନ, ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘର ମିଳିତ ଆନୁକୁଲ୍ୟରେ ନୀଳାଦ୍ରିବିହାରଠାରେ ଆୟୋଜିତ ଏହି ବର୍ଣ୍ଣାଢ୍ୟ ସମ୍ବର୍ଦ୍ଧନା ଉତ୍ସବରେ ଜୋନ୍-୬ ଏସିପି ତରୁଣ କୁମାର ଦାସ ଚନ୍ଦ୍ରଶେଖରପୁର ଏବଂ ଇନ୍ଫୋସିସ୍ ଥାନାର ଭାରପ୍ରାପ୍ତ ଅଧିକାରୀ ବିଶ୍ୱରଞ୍ଜନ ନାୟକ ଓ ବିଶ୍ୱଜିତ୍ ମହାନ୍ତି ଯୋଗଦେଇ ଅଞ୍ଚଳବାସୀଙ୍କ ତରଫରୁ ସମ୍ବର୍ଦ୍ଧନା ଗ୍ରହଣ ସହ ବିଭିନ୍ନ ପରିସ୍ଥିତିରେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ, ମହିଳାମାନଙ୍କ ସୁରକ୍ଷା, ଅସାମାଜିକ ବ୍ୟକ୍ତି ତଥା ମଦ୍ୟପମାନଙ୍କ ଉପରେ ନଜର, ରୋଡ୍ ରୋମିଓଙ୍କ କଟକଣା, ନିୟମିତ ବ୍ୟବଧାନରେ ଅଞ୍ଚଳବାସୀଙ୍କ ସହିତ ଆଲୋଚନା, ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା, ପଞ୍ଜିକରଣ ତଥା ଏକ ନିର୍ଦ୍ଧିଷ୍ଟ ଆପ୍ ମାଧ୍ୟମରେ ବରିଷ୍ଠ ନାଗରିକମାନଙ୍କୁ ଯୋଡିବା ସହିତ ସେମାନଙ୍କର ସମସ୍ୟାବୁଝିବା ଏବଂ ଅଞ୍ଚଳର ବିଭିନ୍ନ ପ୍ରକାର ସମସ୍ୟା ଉପରେ ନଜର ରଖିବେ ବୋଲି ମତବ୍ୟକ୍ତ କରିଥିଲେ । ସିଟିଜେନ୍ କନ୍ସସ୍ ଫୋରମର ସଂପାଦକ ବଂଶୀଧର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସଂଘର ସଭାପତି ସାଧୁ ଚରଣ ସାମନ୍ତରାୟ, କାର୍ଯ୍ୟକାରୀ ସଭାପତି ଆନନ୍ଦଚନ୍ଦ୍ର ପଟ୍ଟନାୟକ, ପି.କେ.ଭୁତିଆ, ରବିନାରାୟଣ ପଣ୍ଡା, ହର ପ୍ରସାଦ ମିଶ୍ର, ମହିଳା ସଂଗଠନରେ ସଭାପତି ଉଷାରାଣୀ ସେଠୀ, ବାସନ୍ତି ପାଣିଗ୍ରାହୀ, କବିତା ମହାନ୍ତି, ନୀଳାଦ୍ରିବିହାର ଯୁବ ସାଂସ୍କୃତିକ ସଂଘର ସଭାପତି ଡ.ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସଂପାଦକ ବିଶ୍ୱଜିତ୍ ପଟ୍ଟନାୟକ (ସିଲୁ) ପ୍ରମୁଖ ଯୋଗଦେଇଥିଲେ । ବରିଷ୍ଠ ନାଗରିକ ସଂଘର ସଂପାଦକ ମାନ ଗୋବିନ୍ଦ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ