ନବନିର୍ବାଚିତ ଜିଲ୍ଲା ପରିଷଦ ସଭାପତିଙ୍କୁ ସ୍ୱାଗତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡାର ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳୀ ସେଠୀଙ୍କୁ ବିଜେଡି ଜିଲ୍ଲା ସଭାପତି ଉତ୍କଳ କେଶରୀ ପରିଡା ଓ ଯୁବନେତା ରାଜେଶ ପଣ୍ଡା ପ୍ରମୁଖ ସ୍ୱାଗତ କରିଛନ୍ତି । ଶ୍ରୀ ପରିଡା ଓ ଶ୍ରୀ ପଣ୍ଡା ସଭାପତି ଶ୍ରୀମତୀ ସେଠୀଙ୍କ ଡେରାବିଶ ବ୍ଲକ ଅନ୍ତର୍ଗତ ଛାଞ୍ଚୁଣିଆସ୍ଥିତ ବାସଭବନରେ ପହଞ୍ଚି ତାଙ୍କୁ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଏଥିସହିତ ସଭାପତି ଶ୍ରୀମତୀ ସେଠୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ମଧ୍ୟ କାମନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଡେରାବିଶ ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ସାହୁ, ଦୁଷ୍ମନ୍ତ ମଲିକ ପ୍ରମୁଖ ଉପସ୍ଥିତ ରହି ଶ୍ରୀମତୀ ସେଠୀଙ୍କୁ ସ୍ୱାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ