ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏସପିଙ୍କୁ ଅଭିଯୋଗ
କେନ୍ଦ୍ରାପଡା -ନବ ନିର୍ମାଣ କୃଘକ ସଂଗଠନ ଡାକରାରେ ସାରା ରାଜ୍ୟର ସମସ୍ତ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମରେ ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ଠକେଇ ଅଭିଯୋଗ କରାଯାଉଥିବା ବେଳେ ସୋମବାର ନବ ନିର୍ମାଣ କୃଘକ ସଂଗଠନ କେନ୍ଦ୍ରାପଡା ଜିଲ୍ଲା ଶାଖାର କୃଷକମାନଙ୍କ ପକ୍ଷରୁ ରାଜ୍ୟ ସହ ସଂଯୋଜକ ନିମାଇଁ ରାୟ,ଜିଲ୍ଲା ସଂଯୋଜକ ଅକ୍ରୁର ପଲାଇ ପ୍ରମୁଖ ଏହି ଅବସରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବ୍ରହ୍ମାନନ୍ଦ ଗାଗାରିନ ମହାନ୍ତିଙ୍କୁ ଅଭିଯୋଗ ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ ଗରାପୁର ଡାକବଙ୍ଗଳା ଛକରୁ ଏକ ଶୋଭାଯାତ୍ରାରେ ଶତାଧିକ କୃଷକ ଯାଇ ଜଜାଙ୍ଗସ୍ଥିତ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆରକ୍ଷୀ ଅଧିକ୍ଷକଙ୍କ ଅନୁପସ୍ଥିତିରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମହାନ୍ତିଙ୍କୁ ଅଭିଯୋଗ ପ୍ରଦାନ କରିଥିଲେ । ୨୦୧୮ ମସିହା ଅକ୍ଟୋବରମାସ ୨୯ତାରିଖରୁ ନଭେମ୍ବରମାସ ୪ତାରିଖ ପର୍ଯ୍ୟନ୍ତ ଏକ ସାତ ଦିନିଆ ପଦଯାତ୍ରାରେ ଯାଇ ଅର୍ଥମନ୍ତ୍ରୀ ଙ୍କ ସହିତ ଚାଷୀନେତାମାନେ ଆଲୋଚନା କରିଥିଲେ । ସେହି ଆଲୋଚନା ଅନୁଯାଇ ଏକ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରାଯାଇ ନିଷ୍ପତି ଗ୍ରହଣ ପରେ ଗତ ୨୦୧୯ମସିହା ଜାନୁଆରୀ ୧୫ତାରିଖରୁ “କାଳିଆ”ଯୋଜନାରେ ପ୍ରତ୍ୟେକ ଚାଷୀଙ୍କୁ ବାର୍ଷିକ ୧୦ହଜାର ଟଙ୍କା ପ୍ରଦାନ ପ୍ରକ୍ରୀୟା ଆରମ୍ଭ କରାଯାଇଛି । ମାତ୍ର ଏବେ ରାଜ୍ୟ ସରକାର ସେହି ଯୋଜନାକୁ ୧୦ହଜାରରୁ ୬ହଜାରକୁ ହ୍ରାସକରି ବାର୍ଷିକ ୪ହଜାରଟଙ୍କା ଦେବାକୁ ସ୍ଥିର କରିଥିବା ଅଭିଯୋଗ ହୋଇଛି । ଏକ୍ଷେତ୍ରରେ ନବ ନିର୍ମାଣ କୃଷକ ସଂଗଠନର କହିବା କଥା ହେଉଛି ରାଜ୍ୟ ସରକାର ନିର୍ଭର ପ୍ରତିଶୃତି ଦେଇ ଟଙ୍କା ବାଂଟିଲେ । ସାଧାରଣ ନିର୍ବାଚନ ପୂର୍ବରୁ ସରକାର ‘କାଳିଆ’ର ସମସ୍ତ ଶ୍ରେୟ ନେଇସାରିବା ପରେ ଏବେ ମାତ୍ର ୪ହଜାର ଟଙ୍କା ଦେଇ ଜଣକୁ ୬ହଜାର ହିସାବରେ ୭୫ଲକ୍ଷ ଚାଷୀଙ୍କୁ ୪ହଜାର ୫ଶହ କୋଟି ଟଙ୍କା ବାର୍ଷିକ ଠକେଇ କରିଥିବାରୁ ଭାରତୀୟ ଦଣ୍ଡବିଧୀ ଆଇନର ୪୧୫,୪୨୦,୪୦୬ ଧାରା ଅନୁଯାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦାବିକରାଯାଇଛି । ଏହି କାର୍ଯ୍ୟକ୍ରମରେ ସଂଗଠନର ଉପଦେଷ୍ଟା ଦାଶରଥି ସାହୁ,ଦୋଳଗୋବିନ୍ଦ ସାହୁ,ଜୟନ୍ତ ଲେଙ୍କା,ବ୍ଲକ ସଂଯୋଜକ ଅଭୟ ପରିଡା,ଦିବାକର ସାହୁ,ଶତୃଘ୍ନ ସେଠୀ,ରବିନ୍ଦ୍ର ମହାପାତ୍ର,ଧନେଶ୍ୱର ସୁତାର,ଭରତ ଚନ୍ଦ୍ର ଦାସ,ଉମେଶ ସାମଲ,ଶିଶିର ଓଝା,କବିତା ସ୍ୱାଇଁ,ଅନ୍ତର୍ଯ୍ୟାମୀ କୁଣ୍ଡୁଙ୍କ ସମେତ ଶତାଧିକ ଚାଷୀ ଅଂଶଗ୍ରହଣ କରିଥିଲେ ।