ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ କୃଷକ ଦୀନବନ୍ଧୁ ରାଉତଙ୍କ ସ୍ମୃତିସଭା

କେନ୍ଦ୍ରାପଡା : ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ସଂଗଠନର ସକ୍ରୀୟ ସଭ୍ୟ ତଥା କୃଷକ ସୂର୍ଗତ ଦୀନବନ୍ଧୁ ରାଉତଙ୍କ ବିୟୋଗରେ ଏକ ସ୍ମୃତିସଭା ଓସ୍ତପୁର ପଂଚାୟତର ପୂର୍ବତନ ସରପଂଚ ତଥା ପିସିସି ସଭ୍ୟ ଫକିର ଚରଣ ଖଟୁଆଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତିସଭା ଓସ୍ତପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ସେହି ସ୍ମୃତିସଭାରେ ମଧୂସୁଦନ ରାଉତ, ରବିନ୍ଦ୍ର ମହାପାତ୍ର, ଦାଶରଥି ସାହୁ, ହୃଷିକେଶ ନାୟକ, ନିରଞ୍ଜନ ରଣା, ପ୍ରମୋଦ ରାଉତ, ଦୋଳଗୋବିନ୍ଦ ସାହୁ, ରମେଶ ଚନ୍ଦ୍ର ସାହୁ, ଜୟନ୍ତ କୁମାର ଲେଙ୍କା, ଆଇନଜୀବି ରମଣୀରଞ୍ଜନ ରାଉତରାୟ ପ୍ରମୁଖ ଯୋଗଦେଇ ସୂର୍ଗତ ଦୀନବନ୍ଧୁଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଅମରଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବସନ୍ତ କୁମାର ମଲ୍ଲିକ, ମଦନମୋହନ ନାୟକ, ଭାଗବତ ଲେଙ୍କା, ଶୁକଦେବ ରାଉତ, ମହନି ରାଉତ, ଗୋବିନ୍ଦ ସ୍ୱାଇଁ, ଦାମୋଦର ସାହୁ ପ୍ରମୁଖ ଯୋଗଦେଇ ସୂର୍ଗତ ଦୀନବନ୍ଧୁଙ୍କ ସ୍ମୃତିଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ