ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜୟ ଯବାନ ଜୟ କିଷାନ ମହା ସମାବେଶ

ଢେଙ୍କାନାଳ, (ତାପସ ଦାଶ): ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜୟ ଯବାନ ଜୟ କିଷାନ ମହା ସମାବେଶ ଜିଲ୍ଲା ପ୍ରଭାରୀ ଅଶ୍ଵିନୀ କୁମାରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି, ସଦର ବ୍ଲକ ବାରଦା ଛକ ମଙ୍ଗଳା ମନ୍ଦିର ଠାରୁ ଏକ ବିଶାଳ ରାଲି ବାହାରି ଗେଙ୍ଗୁଟିଆ ଗ୍ରାମ ଶନି ମନ୍ଦିର ପ୍ରାଙ୍ଗଣରେ ନବନିର୍ମାଣ କୃଷକ ସଂଗଠନର ସଦସ୍ୟ ମାନେ ଏକତ୍ରିତ ହୋଇଥିଲେ, ଆଜି ସୀମାରେ ଯବାନ ମାନେ ଯୁଦ୍ଧ କରୁଥିବା ବେଳେ ଚାଷୀ ମାନେ ମଧ୍ୟ ଜମିରେ ଯୁଦ୍ଧ କରି ସାରା ଦେଶକୁ ଖାଦ୍ୟ ଯୋଗାଉଛନ୍ତି, କିନ୍ତୁ ସରକାର ଯବାନ ମାନଙ୍କ ପ୍ରତି ଯେତିକି ସମ୍ବେଦନଶୀଳ, ଚାଷୀଙ୍କ ପ୍ରତି ସେତିକି ସମ୍ବେଦନଶୀଳ ହେବା ଉଚିତ କହି ଚିତ୍କାର କରିଥିଲେ ଚାଷୀ ନେତା ତଥା ନବନିର୍ମାଣ କୃଷକ ସଂଗଠନର ପ୍ରତିଷ୍ଠାତା ଏବଂ ଆଜି ସମାବେଶର ମୁଖ୍ୟ ଅତିଥି ଅକ୍ଷୟ କୁମାରଙ୍କ ସହ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଆଉ କହିଥିଲେ କେବେ ମିଳିବ ଚାଷୀଙ୍କୁ ସୁରକ୍ଷା ଭତ୍ତା ଆଉ କେବେ କରିବେ ବୃଦ୍ଧ ବୃଦ୍ଧା ଙ୍କ ବାର୍ଦ୍ଧକ୍ୟ ଭତ୍ତା ୫୦୦୦ ଟଙ୍କା, ଚାଷୀ ମାନଙ୍କୁ ସଂଗଠିତ ହେବାପାଇଁ ଆହ୍ୱାନ ଦେଇଥିଲେ, ସରକାର ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି କୁ କାର୍ଯ୍ୟକାରୀ କରି ପାରିଲେ ନାହିଁ କହି ସରକାର ଙ୍କ ଉପରେ ବହୁ ଅସନ୍ତୁଷ୍ଟ ହୋଇଥିଲେ ଚାଷୀ ନେତା ଅକ୍ଷୟ କୁମାର, ଅନ୍ୟ ପକ୍ଷରେ ଶେଷଦେବ ନନ୍ଦ ମଧ୍ୟ ବହୁ ବର୍ଷିଥିଲେ କହିଥିଲେ ସରକାର ପୁରୁଣା ବହି ରେ ନୂଆ ମଲାଟ ଲଗେଇବା ବ୍ୟବସ୍ଥା କରୁଛନ୍ତି କିନ୍ତୁ ଚାଷୀ କୁଳର ଉଦ୍ଧାର ପାଇଁ ସ୍ଥାୟୀ ପ୍ରତିକାର କରିବା ପାଇଁ ସରକାର ସକ୍ଷମ ନୁହଁନ୍ତି, ଅନ୍ୟ ମାନଙ୍କ ମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଉପ କୁଳପତି ବିନାୟକ ରଥ କହିଥିଲେ ଯେଉଁ ପର୍ଯ୍ୟନ୍ତ ଚାଷୀଙ୍କ ପ୍ରତି ସରକାର ସମ୍ବେଦନଶୀଳ ହେବେ ନାହିଁ ସେବେ ପର୍ଯ୍ୟନ୍ତ ସରକାରଙ୍କ କାଳ ସମାପ୍ତି ହେବାକୁ ଲାଗୁଚି ଏମିତି ସରୋଜ ଶତପଥୀ , ଡ଼ଃ ତୁଷାରକାନ୍ତ ନାୟକ, ସୋନ୍ଦର୍ଯ୍ୟ ଫାଉଣ୍ଡେସନ ଅଧକ୍ଷା ସ୍ମିତାରାଣୀ ସାମଲ, ଜିଲ୍ଲା ସଭାପତି ପ୍ରହଲ୍ଲାଦ ସାହୁ, ଢେଙ୍କାନାଳ ଆମ୍ ଆଦମୀ ପାର୍ଟି ସଭାପତି ପଙ୍କଜ ନାୟକ, ଶ୍ରୀଧର ରାଉତ, ରଘୁନାଥ ସିଂ, ବାସନ୍ତୀ ସ୍ୱାଇଁ, ଚନ୍ଦ୍ରଶେଖର ବରାଳ, ବିଶିଷ୍ଟ ସମାଜ ସେବୀ ଅସତ୍ କୁମାର ରାଉତ ପ୍ରମୁଖ ଅନେକ ବକ୍ତା ନିଜର ଅଭିଭାଷଣ ରଖିଥିଲେ, ଶେଷକୁ ଚନ୍ଦ୍ରଶେଖର ବରାଳ ଧନ୍ୟବାଦ୍ ଅର୍ପଣ କରିଥିଲେ, ଅନ୍ୟ ମାନଙ୍କ ଭିତରେ ନୀଳମଣି ବରାଳ, କରୁଣାକର ମଲିକ, କୁମର ମଲିକ, ଅନିରୁଦ୍ଧ ସାହାଣୀ, କୃଷ୍ଣ ଚନ୍ଦ୍ର ସାହୁ, ଧରଣୀ ମଲିକ, ସୁରେଶ ମଲିକ, ଭୁବନ ଚାଷୀ ନେତା ରଥ ସେଠୀ, ହିନ୍ଦୋଳ ଚାଷୀ ନେତା ଦୁଷ୍ମନ୍ତ ଗଡନାୟକ୍ ଓ ଶ୍ରୀପତି ପ୍ରଧାନ, ଅନିତା ପ୍ରଧାନ ଏମିତି ଶହ ଶହ ଚାଷୀ ଯୋଗ ଦେଇଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ