ନବନିର୍ମିତ ସିନେମା ଛକ ଟ୍ରାଫିକ ସିଗନାଲ ପୋଷ୍ଟ ଉଦଘାଟିିତ

ବାଲେଶ୍ୱର, (ସରୋଜ ପଣ୍ଡା) :ଆନ୍ତର୍ଜାତିକ ଇନରହୁଇଲ କ୍ଲବ ପ୍ରତିଷ୍ଠା ଦିବସ ଅବସରରେ ବାଲେଶ୍ୱର ରୋଟାରୀ ଇନରହୁଇ କ୍ଲବ ଦ୍ୱାରା ନବନିର୍ମିତ ସିନେମାଛକ ଇଲେକ୍ଟ୍ରାନିକ ଟ୍ରାଫିକ ସିଗନାଲ ପୋଷ୍ଟ ସୋମବାର ଲୋକାର୍ପିତ ହୋଇଯାଇଛି । ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମାଜସେବାକୁ ସର୍ବଦା ବ୍ରତ ଭାବେ ଗ୍ରହଣ କରିଥିବା ବାଲେଶ୍ୱର ରୋଟାରୀ ଇନରହୁଇଲ କ୍ଲବର ଏହି ଟ୍ରାଫିକ ସିଗନାଲ ପୋଷ୍ଟ ଏକ ଉଦାହରଣ ହୋଇ ରହିବ ବୋଲି ସେ କହିଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମିରଞ୍ଜିତ ଦଳବେହେରା ଓ ଟ୍ରାଫିକ ଇନସ୍ପେକ୍ଟର ଶିବପ୍ରସାଦ ଭଦ୍ରା ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅନ୍ୟାନ୍ୟ ସମାଜସେବା ମୂଳକ କାର୍ଯ୍ୟ ସାଙ୍ଗକୁ ସିନେମାଛକରେ ଇନରହୁଇଲ କ୍ଳବର ଏହି ନୂତନ ଟ୍ରାଫିକ ସିଗନାଲ ପୋଷ୍ଟ ସ୍ଥାପନ ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି ମତ ପ୍ରକାଶ କରିଥିଲେ । ବାଲେଶ୍ୱର ରୋଟାରୀ ଇନରହୁଇଲ କ୍ଲବ ସଭାପତି ଡକ୍ଟର କଳ୍ପନା ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ସମ୍ପାଦିକା ସିନ୍ଧୁ ଉଦୟ କୁମାର, ଉପ-ସଭାପତି ସ୍ୱାତି ଦାସ, ପୂର୍ବତନ ସଭାପତି ସୁବାସିନୀ ଜେନା, ନଳିନୀ ଜଟାନିଆ, ସୁମିତା ଚାନ୍ଦ, ମଧୁମିତା ଘୋଷ, ସିପ୍ରାରେଖା ମହାପାତ୍ର ପ୍ରମୁଖ ଏଥିରେ ଯୋଗଦେଇ ଇନରହୁଇଲ କ୍ଲବର ବିଭିନ୍ନ କାର୍ଯ୍ୟଧାରା ଏବଂ ଆଗାମୀ ଦିନରେ ହାତକୁ ନିଆଯାଇଥିବା ଅନ୍ୟାନ୍ୟ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେ । ରୋଟାରୀ କ୍ଲବର ସଭାପତି ରାଜଲକ୍ଷ୍ମୀ ଯତି, ସମ୍ପାଦକ ଡ. ମନୋଜଞ୍ଜନ ଦାସ, ସୁବ୍ରତ କର, ଭି ଉଦୟ କୁମାର, ପଦାରବିନ୍ଦ ମହାପାତ୍ର, ସମୀର ତାଲଦି, ଇଂ ସୌରଭ ବେହେରା ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ