ନବପଲ୍ଲବ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ ପାଳନ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ରାଷ୍ଟ୍ରୀୟ ନବ ବର୍ଷ ଉତ୍ସବ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ତତ୍ତ୍ୱାବଧାନରେ ଗୋବରା ସ୍ଥିତ ବୈକୁଣ୍ଠ ନାଥ ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଯାଇଛି I ବିଶିଷ୍ଟ ସାହିତ୍ୟିକ ଅଭିମନ୍ୟୁ ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥି ରୂପେ ବିଶ୍ୱଭାରତୀ ଆବାସିକ ଉଚ୍ଚ ବିଦ୍ୟାଳୟ ଅଧ୍ୟକ୍ଷ କୁଞ୍ଜବିହାରୀ ନାୟକ, ସ୍ଵେଚ୍ଛାସେବୀ ସଂଗଠନ ରେଷ୍ପଣ୍ଡ୍ ଟ୍ରଷ୍ଟ୍ ଅଧ୍ୟକ୍ଷ ସ୍ଵସ୍ତି ସୁନ୍ଦର ସିୟ,ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ସଭାପତି ଗୋପାଳ ଚନ୍ଦ୍ର ଲେଙ୍କା,ଅନୁଷ୍ଠାନ କୋଷାଧ୍ୟକ୍ଷ ବିଭୂପାଦ ଜେନା ପ୍ରମୁ୍ଖ ଉପସ୍ଥିତ ରହି ରାଷ୍ଟ୍ରୀୟ ନବବର୍ଷ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ I ସେହିପରି ଅବସରପ୍ରାପ୍ତ ଶିକ୍ଷକ ଶରତଚନ୍ଦ୍ର ଦାଶ,ଚନ୍ଦ୍ରମଣି ଲେଙ୍କା, ଛାତ୍ରୀ ତୃପ୍ତିମିତ୍ରା ରଥ ପ୍ରମୁଖ ରାଷ୍ଟ୍ରୀୟ ନବବର୍ଷର ଐତିହାସିକ ଭିତ୍ତିଭୂମି ସମ୍ପର୍କରେ ମତ ରଖିଥିଲେ I ଏହି ଅବସରରେ ଶିଶିର କୁମାର ସ୍ୱାଇଁ ଏବଂ ସ୍ଵସ୍ତି ସୁନ୍ଦର ସିୟଙ୍କ ସଂଯୋଜନାରେ କବି ଜଗତ୍ ମୋହନ ରଥ, ଚନ୍ଦ୍ରମଣି ଲେଙ୍କା, ଦୈତାରୀ ମହାରଣା, ତୃପ୍ତିମିତ୍ରା ରଥ, ମାଣିକ ବଳ,କବିରାଜ ପରିଡ଼ା,ରାଜେନ୍ଦ୍ର ବିଷୋୟୀ, ଶିଶିର କୁମାର ସ୍ୱାଇଁ ସ୍ଵରଚିତ କବିତା ପାଠ କରିଥିଲେ I କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ରାମକୃଷ୍ଣ ପାତ୍ର, ଶିକ୍ଷକ ମୁନେନ୍ଦ୍ର ପରିଡ଼ା, ଗଣମାଧ୍ୟମ ପ୍ରତିନିଧି କୃଷ୍ଣଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ I ଅନୁଷ୍ଠାନ ସମ୍ପାଦକ ଡ.ରତ୍ନସାଗର ମଳିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସହସମ୍ପାଦକ ଶିଶିର କୁମାର ସ୍ୱାଇଁ ଅତିଥି ସ୍ୱାଗତ ଓ ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ