ନବବଧୂଙ୍କ ସନ୍ଦେହଜନକ ହତ୍ୟା ନେଇ ପୋଲିସ୍ ର ତନାଘନା 

ଛତ୍ରପୁର,(ଦେବଦତ୍ତ ମହାରଣା) : ଗତକାଲି ଛତ୍ରପୁର ଥାନା ଅଧିନସ୍ଥ ହୁମର ଗ୍ରାମରେ ଜଣେ ନବବଧୂଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଂଚି ମୃତ ଦେହକୁ ଜବତ କରି ଏହାର ଖୋଳତାଳ ଆରମ୍ଭ କରିଥିଲା । ମୃତ ମହିଳା ଜଣକ ହେଲେ ହୁମର ଗ୍ରାମର ପ୍ରବୀଣ ପ୍ରସାଦ ପଲେଇଙ୍କ ସ୍ତ୍ରୀ ବର୍ଷା । ସେ ଗତ ୮ତାରିଖ ଦିନ ବୈଦିକ ରୀତି ନୀତି ଅନୁଯାୟୀ ପ୍ରବୀଣଙ୍କୁ ବିବାହ କରିଥିଲେ । ସୋମବାର ତାଙ୍କର ସାଗ ମାଛ ଭୋଜି ଆଡମ୍ଭର ସହକାରେ ପାଳନ ହୋଇଥିବା ବେଳେ ମଙ୍ଗଳବାର ତାଙ୍କ ମୃତ ଦେହକୁ ଶାଶୁ ଘରୁ ଉଦ୍ଧାର କରାଯାଇଛି । ଶାଶୂ ଘର ଲୋକେ ଏହାକୁ ଆତ୍ମହତ୍ୟା ବୋଲି କହିଥିବା ବେଳ ମାଆ ଘର ଲୋକେ ଯୌତୁକ ପାଇଁ ତାଙ୍କୁ ହତ୍ୟା କରାଯାଇଛି ବୋଲି ଛତ୍ରପୁର ଥାନାରେ ବର୍ଷାଙ୍କ ମାଆ ତଥା ରାଜପୁର ନିବାସୀ ପ୍ରତୀମା ନାହାକ ଅଭିଯୋଗ କରିଛନ୍ତି । ଏନେଇ ଛତ୍ରପୁର ପୁଲିସ ୩୮୦/୨୦ ପ୍ରକାରେ ଥାନାରେ ଏକ ମାମଲା ରୁଜୁ କରି ବର୍ଷାଙ୍କ ସ୍ୱାମୀ ପ୍ରବୀଣଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି । ବୁଧବାର ସକାଳୁ ଛତ୍ରପୁର ଏସଡିପିଓ ଗୌତମ କିଶାନ୍‌, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ଓ ତାଙ୍କ ଟିମ୍ ହୁମର ଗ୍ରାମକୁ ଯାଇ ଘଟଣାର ସରଜମିନ୍ ତଦନ୍ତ ଆରମ୍ଭ କରିଛନ୍ତି । ଏହା ସହିତ ସାଇଂଟିଫିକ୍ ଟିମ୍ ଏବଂ ଅନୁସନ୍ଧାନୀ କୁକୁର ବୁଲି ବର୍ଷା ଆତ୍ମହତ୍ୟା କରିଛି ନା ବର୍ଷାକୁ ହତ୍ୟା କରାଯାଇଛି ତାହାର ପ୍ରକୃତ ତଥ୍ୟ ସଂଗ୍ରହ କରିଛନ୍ତି । ଏକ୍‌ଜକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ତଥା ଅତିରିକ୍ତ ତହସିଲଦାର ରାକେଶ ନାହାକଙ୍କ ଉପସ୍ଥିତିରେ ସମସ୍ତ ଘଟଣାର ଭିଡିଓ ଗ୍ରାଫି ଓ ଫଟୋ ଗ୍ରାଫି କରାଯିବା ସହ ବର୍ଷାଙ୍କ ମାଆ ଘର ଓ ଶାଶୁ ଘର ଲୋକଙ୍କ ବୟାନ୍ ରେକର୍ଡ କରାଯାଇଛି । ଆଜି ବର୍ଷାଙ୍କ ମୃତ୍ୟୁ ଦେହ କୁ ବ୍ୟବଚ୍ଛେଦ ନିମନ୍ତେ ଛତ୍ରପୁର ମେଡିକାଲରୁ ଏମକେସିଜିର ଏଫଏମଟିକୁ ପଠାଯାଇଛି । ସେଠାରେ ଦୁଇଜଣ ଡାକ୍ତର ଏହି ରିପୋର୍ଟକୁ ସଠିକ୍ ଭାବେ ଦେବା ନିମନ୍ତେ କୁହାଯାଇଛି । ବର୍ଷାଙ୍କ ମାଆ ଘର ରାଜପୁର ଓ ଶାଶୁ ଘର ହୁମର ଗ୍ରାମର ବହୁ ବନ୍ଧୁବାନ୍ଧବଙ୍କ ଠାରୁ ଘଟଣା ସଂପର୍କରେ ଛତ୍ରପୁର ପୋଲିସ ବହୁ ତଥ୍ୟ ସଂଗ୍ରହ କରିଥିବା ଜଣାପଡ଼ିଛି । ୪୯୮ (ଏ), ୩୦୨, ୩୦୪ (ବି), ୪୧ ଆଇପିସି/ ୪ଡିପି ଆକ୍ଟ ର ସେକ୍ସନ୍ ଲଗାଇ ସ୍ୱାମୀଙ୍କ ସମେତ ଶାଶୁ ଘର ସମସ୍ତ ପରିବାରଙ୍କ ବିରୋଧରେ ବର୍ଷାଙ୍କ ମାଆ ପ୍ରତିମା ନାହାକ ଯୌତୁକ ଜନିତ ହତ୍ୟା କରାଯାଇଥିବା ନେଇ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ