ନବବର୍ଷରେ ଅଭିନନ୍ଦନ ଜଣାଇଲେ ଶହଶହ ଦଳୀୟ ନେତା ଓ କର୍ମୀ
ଆସିକା, (ଯୁଗାବ୍ଦ ନ୍ୟୁଜ):ନବବର୍ଷ ୨୦୨୫ ଅବସରରେ ବୁଧବାର ଦିନ ତମାମ ଆସିକାର ପୂୂର୍ବତନ ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ୱାଇଁଁଙ୍କ ବାସଭବନରେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳର ଶହଶହ ଦଳୀୟନେତା, ସମର୍ଥକ ଓ ଶୁଭେଚ୍ଛୁମାନେ ପହଞ୍ôଚ ପୁଷ୍ପଗୁଚ୍ଛ ଦେଇ ନବବର୍ଷର ଅଭିନନ୍ଦନ ଜଣାଇବା ସହ ଶୁଭକାମନା ଜଣାଇଥିବା ଲକ୍ଷ୍ୟ କରାଯାଇଥିଲା । ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା, ସରପଞ୍ଚ ଜୟସେନ ସ୍ୱାଇଁ, ଆସିକା ଏନ୍ଏସି କାଉନସିଲର ନିଗମାନନ୍ଦ ରାଉତ, ଯୁବ ବିଜେଡି ନେତା ଜିତେନ୍ଦ୍ର କୁମାର ମହାରଣା, ଆକାଶ ସ୍ୱାଇଁ, ସାଇରାଜ ଦଳେଇ, ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସମେତ ବହୁ ଦଳୀୟ ନେତା, ଶୁଭେଚ୍ଛୁ, ସମର୍ଥକ ପୂର୍ବତନ ବିଧାୟିକା ଶ୍ରୀମତୀ ମଂଜୁଳା ସ୍ୱାଇଁଙ୍କ ବାସଭବନରେ ସାକ୍ଷାତ କରି ପୁଷ୍ପ ଗୁଚ୍ଛଦେଇ ନବବର୍ଷର ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଥିଲା । ନବବର୍ଷ ୨୦୨୫ ଅବସରରେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରାନ୍ତରରୁ ଯେପରି ଶହ ଶହ ଦଳୀୟ ନେତା, ଶୁଭେଚ୍ଛୁ, ସମର୍ଥକ ଯେଉଁଭଳି ଭାବେ ପୂର୍ବତନ ବିଧାୟିକା ମଂଜୁଳା ସ୍ୱାଇଁଙ୍କୁ ଭେଟି ପୁଷ୍ପଗୁଚ୍ଛ ପ୍ରଦାନ କରି ଅଭିନନ୍ଦନ ଜଣାଇଲେ ତାହା ତାଙ୍କର ଲୋକପ୍ରିୟତାର ଏକ ଜ୍ୱଳନ୍ତ ଉଦାହରଣ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି । ନବବର୍ଷ ୨୦୨୫ ଅବସରରେ ବୁଧବାର ଦିନ ତମାମ ସ୍ଥାନୀୟ ଅଞ୍ଚଳର ଆଗଧାଡିର ନେତା ଓ ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଶୁଭେଚ୍ଛୁ ମାନେ ପହଞ୍ôଚ ପୁଷ୍ପଗୁଚ୍ଛ ଦେଇ ନବବର୍ଷର ଅଭିନନ୍ଦନ ଜଣାଇବା ସହ ଶୁଭକାମନା ଜଣାଇଥିବା ଲକ୍ଷ୍ୟ କରାଯାଇଥିଲା । ନୂତନ ବର୍ଷର ପ୍ରଥମ ଦିନ ଅବସରରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳ ବେଶ୍ ଚଳଚଞ୍ଚଳ ହୋଇ ଉଠିଥିବା ଲକ୍ଷ୍ୟ କରାଯାଇଥିଲା । ନୂଆବର୍ଷର ପ୍ରଥମ ଦିନ ସରକାରୀ କାର୍ଯ୍ୟ ଦିବସ ହୋଇଥିବା ବେଳେ ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ୱାଇଁ, ସମାଜସେବୀ ସତ୍ୟ ନାରାୟଣ ସ୍ୱାଇଁ, ଆସିକା ଏନ୍ଏସିର ନଗରପାଳିକା ବିନେତା ସ୍ୱାଇଁ, ଆସିକା ବ୍ଳକର ପୂର୍ବତନ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ପରିଡା ଓ ହରେକୃଷ୍ଣ ମଲିକ, ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଅନିମା ପରିଡା, ପୂର୍ବତନ ବିଧାୟକ ଦେବରାଜ ମହାନ୍ତି, ବିଜେପି ନେତା ସୂର୍ଯ୍ୟନାରାୟଣ ଦାସ ଓ ନାରାୟଣ ବେହେରା, ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃର ସଭାପତି କାର୍ତ୍ତିକେଶ୍ୱର ପରିଡା, ବରିଷ୍ଠ ବିଜେଡି ନେତା ଏମ୍.ତାରିଣୀ ସେନାପତି ଓ ଦିଲୀପ କୁମାର ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା, ନଳବଣ୍ଟା ସେବା ସମବାୟ ସମିତି ଲିଃର ସଭାପତି ଜିତେନ୍ଦ୍ର କୁମାର ବିଷୋୟୀ, ସମାଜସେବୀ ବଂଶୀଧର ନାହାକ, ଯୁବ ବିଜେଡି ନେତା ଶିବ ନାହାକ, ବରିଷ୍ଠ ବିଜେଡି ନେତା ପ୍ରସନ୍ନ କୁମାର ତ୍ରିପାଠୀଙ୍କ ସମେତ ବହୁ ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଶୁଭେଚ୍ଛୁ ମାନେ ପହଞ୍ଚି ପୁଷ୍ପ ଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ । ନୂଆ ବର୍ଷକୁ ଭିନ୍ନଭିନ୍ନ ଢଙ୍ଗରେ ସ୍ୱାଗତ କରାଯିବା ପରେ ବୁଧବାର ଦିନ ତମାମ ଦ୍ୱିଗୁଣିତ ହୋଇଥିଲା ଉତ୍ସାହ । ନବବର୍ଷର ପ୍ରଥମ ଦିନ ଅବସରରେ ସକାଳୁ ସକାଳୁ ମନ୍ଦିର ଗୁଡିକ ନିକଟରେ ଭିଡ ଜମିଥିଲା । ଶ୍ରଦ୍ଧାଳୁ ଭକ୍ତ ମାନେ ମନ୍ଦିର ବିଭିନ୍ନ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହ ବର୍ଷଟି ଭଲରେ କଟୁ ଏବଂ ସୁଖ ଓ ସମୃଦ୍ଧିର ବର୍ଷ ହେଉ ବୋଲି ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ନବବର୍ଷର ପ୍ରଥମ ଦିନରେ କିଏ ଘରେ ତ ଆଉ କିଏ ବାହାରକୁ ଯାଇ ଭୋଜି କରିଥିଲା ବେଳେ ନୂଆ ବର୍ଷର ପ୍ରଥମ ଦିନ ବୁଧବାର ହୋଇଥିବାରୁ ଆମିଷ ଭୋଜି ବେଶ ଜମିଥିଲା । ନବବର୍ଷ ଅବସରରେ ଫୁଲ ତୋଡାର ଚାହିଦା ମଧ୍ୟ ଅଧିକ ଥିବା ପରିଲକ୍ଷିତ ହୋଇଥିଲା । ଯୁବପିଢୀ ମାନେ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲା ବେଳେ ବିଭିନ୍ନ କାର୍ଯ୍ୟାଳୟର କର୍ମଚାରୀ ମାନେ ନିଜ ଉପରିସ୍ଥ ଅଧିକାରୀଙ୍କୁ ଫୁଲତୋଡା ଦେଇ ନବବର୍ଷର ଅଭିନନ୍ଦନ ଜଣାଇଥିବା ଦେଖିବାକୁ ମିଳିଥିଲା ।


