ନବମ ଓ ଦଶମ ଶ୍ରେଣୀ ଅଧ୍ୟୟନ ନିମନ୍ତେ ‘ୟୁରୋ ସ୍କୁଲ’କୁ ମିଳିଛି ସ୍ୱୀକୃତି
ଛତ୍ରପୁର, (ଦେବଦତ୍ତ ମହାରଣା) :-ଜିଲ୍ଲା ସଦର ମହକୁମା ଛତ୍ରପୁର ସହରର ‘ୟୁରୋ ସ୍କୁଲ’କୁ ଚଳିତ ବର୍ଷଠୁ ନବମ ଓ ଦଶମ ଶ୍ରେଣୀ ଅଧ୍ୟୟନ ଲାଗି ଓଡିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱୀକୃତି ମିଳିଛି । ପୂର୍ବରୁ ଏହି ସ୍କୁଲକୁ ଅଷ୍ଟମ ଶ୍ରେଣୀ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁମତି ରହିଥିବା ବେଳେ ଚଳିତ ବର୍ଷଠୁ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଅଧ୍ୟୟନ କରିବା ପାଇଁ ଅନୁମତି ଆସିଛି । ଛତ୍ରପୁର ଜେଲ୍ ନିକଟ ବଜରଙ୍ଗ ନଗର ଠାରେ କାର୍ଯ୍ୟକ୍ଷମ ହେଉଥିବା ଏହି ୟୁରୋ ସ୍କୁଲ ୨୦୨୨-୨୩ ଶିକ୍ଷାବର୍ଷ ଲାଗି ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ସହ ସେମାନଙ୍କ ମାନସିକ ଓ ଶାରୀରିକ ବିକାଶରେ କିପରି ବୃଦ୍ଧି ପାଇବ ସେନେଇ ଅନୁଷ୍ଠାନର ଅହରୋହ ଉଦ୍ୟମ ଜାରି ରହିଛି ବୋଲି ପ୍ରିନ୍ସପାଲ୍ ପ୍ରମୋଦ କୁମାର ମିଶ୍ର କହିଛନ୍ତି । ଏହାସହ ଅନୁଷ୍ଠାନର ପୁଷ୍ଠପୋଷକ ସସ୍ମିତା ମହାପାତ୍ର କହିଛନ୍ତି ଯେ, ପିଲାଙ୍କ ଭବିଷ୍ୟତ ଉତ୍ତମ ଗଢିବା ପାଇଁ ପ୍ରତ୍ୟେକ ଶିକ୍ଷକ ଓ ଶିକ୍ଷୟିତ୍ରୀ କିଭଳି ଶିକ୍ଷାଦାନ କରିବେ କୌଶଳ ଓ ତାଲିମ ପ୍ରଦାନ କରାଯାଉଛି ।


