ନବମ ଛାତ୍ରୀ ଙ୍କୁ ଶିକ୍ଷକ ଙ୍କ ଅଶ୍ଳୀଳ ଆଚରଣ ଅଭିଯୋଗ

ଭବାନୀପାଟଣା,(ଓ୍ବାଇଏନ୍ଏସ୍):ଗୁରୁ ବ୍ରହ୍ମା ଗୁରୁ ବିଷ୍ଟୁ ଗୁରୁ ସାକ୍ଷାତ୍ ପରମ ବ୍ରହ୍ମ -ଆଜିଏହି ଉକ୍ତି ର ଉଲଂଘନ ବହୁ ମାତ୍ରାରେ ଦେଖାଦେଇଛି। ଏହି ଶ୍ଳୋକ ଏକ ପ୍ରକାର ଶିକ୍ଷକ ସମାଜ ପ୍ରତି ବ୍ୟଭତା ଦିନ କୁ ଦିନ ବଢ଼ିବାରେ ଲାଗିଛି। ତାର ଏକ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ସାନକେନ୍ଦୁଗୁଡା ଉଚ୍ଚ ବିଦ୍ୟାଳୟ ରେ । ସୂଚନା ଅନୁସାରେ ଉକ୍ତ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ବିଜୟ କୁମାର ନେଗୀ ଜଣେ ନବମ ଶ୍ରେଣୀର ଛାତ୍ରୀ ଙ୍କୁ ଅଶ୍ଳୀଳ ଆଚରଣ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ  ଧର୍ମଗଡ଼ ବ୍ଲକ ଶିକ୍ଷା ଅଧିକାରୀ ବାଞ୍ଛାନିଧି ପୁରୋହିତ ଘଟଣା ସମ୍ପର୍କିତ ବିଷୟରେ ତଦାରଖ କରିଥିଲେ। ତେବେ ପ୍ରଧାନ ଶିକ୍ଷକ ଏହି ଘଟଣା କୁ ଚପାଇ ଦେବା ଉଦ୍ୟମ କରିଥିଲେ ହିଁ ଛାତ୍ରୀ ଙ୍କ ଅବିଭାବକ ଲିଖିତ ଭାବେ ବିଭାଗୀୟ ଅଧିକାରୀ ଜଣାଇଥିଲେ। ଏହି ଘଟଣା ରେ ସମ୍ପୃକ୍ତ ଶିକ୍ଷକ ଜଣ ଙ୍କ ନାଁରେ ଆଗରୁ ମଧ୍ୟ ସମାନ ଅଭିଯୋଗ ହେ।ଇଆସୁଛି। ସ୍କୁଲ କମିଟି ଶିକ୍ଷକ ଙ୍କୁ ବିରୋଧ କରୁଥିଲେ ହିଁ ପ୍ରଧାନ ଶିକ୍ଷକ ଘଣ୍ଟ ଘୋଡାଉ ଥିବାର ଲୋକେ ଅଭିଯୋଗ କରନ୍ତି। ଏପରି କି ଛାତ୍ରଛାତ୍ରୀ ମହଲରେ ଏକ ପ୍ରକାର ଭୟ ଦେଖାଦେଇଛି।ତେବେ ଶିକ୍ଷକ ଜଣକ ରାଜନେତା ଓ ବିଭାଗୀୟ ପ୍ରଶାସନ ଙ୍କ ହାତ ଥିବା ଯୋଗୁଁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ସାଧାରଣ ରେ ଚର୍ଚ୍ଚା ହୁଏ। ଅନ୍ୟପଟେ ଗାଁ ଲୋକେ ତୁରନ୍ତ ବିଦ୍ୟାଳୟ ରୁ ବଦଳି କରିବା କୁ ଦାବି କରୁଥିବା ବେଳେ ସେପଟେ ଅଶ୍କିଳ ଆଚରଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ