ନବମ ଜାତୀୟ ଉପ-କନିଷ୍ଠ ପୁରୁଷ ହକି (ଡିଭିଜନ୍-ଏ) ଓଡ଼ିଶାର ବିଜୟ ଅଭିଯାନ
ଭୁବନେଶ୍ୱର (ବ୍ୟୁରୋ): ଛତିଶଗଡ଼ର ରାୟପୁର ଠାରେ ଶନିବାର ଠାରୁ ଆରମ୍ଭ ହୋଇଥିବା ନବମ ହକି ଇଣ୍ଡିଆ ଜାତୀୟ ଉପ-କନିଷ୍ଠ ପୁରୁଷ ଚାମ୍ପିଅନ୍ସିପ୍ (ଡିଭିଜନ୍-ଏ)ରେ ଓଡ଼ିଶା ବିପୁଳ ବିଜୟରୁ ଅଭିଯାନ ଆରମ୍ଭ କରିଛି । ହକି ଓଡ଼ିଶା ନିଜ ପ୍ରଥମ ମ୍ୟାଚ୍ରେ ହକି ଆନ୍ଧ୍ରପ୍ରଦେଶକୁ ୧୫-୦ରେ ମାତ୍ ଦେଇଛି । ଦଳ ପକ୍ଷରୁ ଅଧିନାୟକ ରାଜମୋନ ତେଲି (୬ଷ୍ଠ, ୪୫ତମ, ୪୭ତମ, ୫୨ତମ ମିନିଟ୍) ସର୍ବାଧିକ ଚାରିଟି ଗୋଲ୍ ଦେଇଥିବା ବେଳେ ଅଧିନାୟକ ଲବଣ ଲୁଗୁନ (୨୯ତମ, ୩୩ତମ, ୫୩ତମ), ରୋଶନ କୁଜୁର (୮ମ, ୧୫ତମ, ୪୨ତମ) ଓ ପ୍ରବୀଣ ଇନ୍ଦୱର (୪ର୍ଥ, ୩୦ତମ, ୪୯ତମ) ୩ଟି ଲେଖାଏଁ ଏବଂ ପଉଲସ୍ ଲାକ୍ରା (୨୧ତମ) ଓ ପ୍ରତାପ ଟପ୍ପୋ (୪୧ତମ) ଗୋଟିଏ ଲେଖାଏଁ ଗୋଲ୍ ସ୍କୋର୍ କରିଥିଲେ ।