ନବମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦଯାପିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ର ଅଗ୍ରଣୀ ନାଟ୍ୟ ସଂଗଠନ କ୍ରିଏଟିଭ ଆର୍ଟସ ଦ୍ବାରା ସ୍ଥାନୀୟ ଅର୍ବାନ ବ୍ୟାଙ୍କ ପଡିଆ ଠାରେ ନବମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦଯାପିତ ହୋଇଯାଇଛି, ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ , ସମ୍ମାନିତ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ପୌରାଧକ୍ଷା ନିର୍ମଳା ସେଠୀ ମଞ୍ଚାସୀନ ଥିଲେ, ନାଟକ ର ଏନ୍ତୁଡ଼ିଶାଳ ପାରଳାରେ ଏକ ଦଶନ୍ଧି ଧରି ଅସ୍ତୟୀ ମଂଚ ନିର୍ମାଣ କରି ନାଟକ ପରମ୍ପରା ବଜାୟ ରଖିବା ପାଇଁ ଅତିଥି ମାନେ ପ୍ରଶଂସା କରିଥିଲେ, ଆୟୋଜକ ମାନଙ୍କ ପକ୍ଷରୁ ସ୍ଥାୟୀ ରଙ୍ଗମଞ୍ଚ ଓ ସଂସ୍କୃତି ଭବନ ନିର୍ମାଣ ନିମନ୍ତେ ଦାବୀ ପୁଣି ଉଠିଥିଲା,ଅନୁଷ୍ଠାନର ସଭାପତି ନୃସିଂହ ଚରଣ ପଟ୍ଟନାୟକ ସଭାକୁ ସଭାପତିତ୍ବ କରିଥିବା ବେଳେ ଯୁଗ୍ମ ସଂପାଦକ ଆଦର୍ଶ ଦାସସ୍ୱାଗତ ଭାଷଣ ଦେଇଥିଲେ ସଂପାଦକ ମନୋଜ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ, ରିକ୍ସା ଆଗ ଭଳି ଆଉ ଚାଲୁନି ତେଣୁ ରିକ୍ସାବାଲା ଘରେ ଚୁଲି ଜଳୁନି ସେଥିପାଇଁ ସେ ବିଭିନ୍ନ ଅପରାଧ କରି ଜେଲ ଯାଇ ମୁଠାଏ ଶାନ୍ତିରେ ଖାଇବାକୁ ଚେଷ୍ଟା କରିଛି ଏମିତି କି ମଣିଷ ମାରିଛି କିନ୍ତୁ ପୋଲିସ ତାକୁ ଗିରଫ ନକରି ଆଉ କାହାକୁ ଗିରଫ କରିଛି, ସେଥିରେ ଅନୂତପ୍ତ ହୋଇ ଅପରାଧ କୁକାର୍ଯ୍ୟ ଛାଡି ଯେତେବେଳେ ସଦମାର୍ଗ କୁ ଆସିବାକୁ ମନସ୍ଥ କରିଛି ସେତେବେଳ ଏ ଆଇନ ବ୍ୟବସ୍ଥା ତାକୁ ଅପରାଧୀ ସଜାଇ ଗିରଫ କରି ନେଇଛି, ଏପରି ଏକ ସୁନ୍ଦର କାହାଣୀ କୁ ନେଇ ଆୟୋଜକ କ୍ରିଏଟିଭ ଆର୍ଟସ୍ ର କଳାକାର ମାନେ ପରିବେଷଣ କରିଥିଲେ ନାଟକ “ଭୋକ”। ନାଟକକୁ ପ୍ରଭାକର ପାତ୍ର ରଚନା କରିଥିବା ବେଳେ ମନୋଜ ପାଢ଼ୀ ନିର୍ଦ୍ଦେଶନା ଆଦର୍ଶ ଦାସ ସହ ନିର୍ଦ୍ଦେଶନା ଦେଇଥିଲେ। ସବୁ କଳାକାରଙ୍କ ସୁନ୍ଦର ମନ୍ମସ୍ପର୍ଶୀ ଅଭିନୟ ଦର୍ଷକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଂଚ ସମ୍ମୁଖରେ ବାନ୍ଧି ରଖିବା ସହ ମନ ଜିଣିଥିଲା।