ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା ଜନପ୍ରତିନିଧିଙ୍କ ସ୍ୱାମୀ ଗିରଫ 

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା):ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରି ୫ ମାସର ଗର୍ଭବତୀ କରିବା ଘଟଣାରେ ଗଜପତି ଜିଲ୍ଲା ଅଡବା ଜନପ୍ରତିନିଧିଙ୍କ ସ୍ୱାମୀ ମନସୀ ମଣ୍ଡଳକୁ ରବିବାର ଗିରଫ କରିଛି ଅଡ଼ବା ପୋଲିସ । ଅଭିଯୁକ୍ତଙ୍କୁ ଧରିବା ପରେ ଡାକ୍ତରି ମଇନା ମୋହନା ଗୋଷ୍ଠି ସ୍ୱାସ୍ଥ୍ୟ  କେନ୍ଦ୍ରରେ କରାଯିବା ପରେ ରା.ଉଦୟଗିରି କୋର୍ଟ ପଠାଯାଇଥିବା ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡା କହିଛନ୍ତିି। ସୂଚନା ପ୍ରକାରେ ମନସୀ ମଣ୍ଡଳ  ଅଡବା ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ମୋବାଇଲ ଦେବାର ପ୍ରଲୋଭନ ଦେଖାଇ ବାରମ୍ବାର  ଶାରୀରିକ ସଂପର୍କ ରଖି ଗର୍ଭବତୀ କରିବା ସହ କାହାକୁ ଅଭିଯୋଗ କଲେ ଜୀବନରେ ମାରିଦେବାର ଧମକ ଦେଇଥିଲେ। ଗତକାଲି ଅଡ଼ବା ଥାନାରେ ଲିଖିତ ଅଭିଯୋଗ କରିଥିଲେ ପିଡିତାଙ୍କ ବାପା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ