ନବମ ଶ୍ରେଣୀ ପାଇଁ ଖୋଲିଲା ସ୍କୁଲ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା ):ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ପରେ  କୋଭିଡ କଟକଣା ମଧ୍ୟରେ ରାଜ୍ୟ ରେ ନବମ ଶ୍ରେଣୀ ଖୋଲିଛି | ପିଲାମାନେ ଉତ୍ସାହର ସହ ବହୁତ ଦିନ ପରେ ବିଦ୍ୟାଳୟକୁ ଫେରିଥିବା ଭଞ୍ଜନଗର ବ୍ଳକରେ ଦେଖାଯାଇଛି | ସବୁଠାରୁ ବଡ କଥା ହେଲା ଦଶମ ଶ୍ରେଣୀ ଖୋଲିବାର ପ୍ରଥମ ଦିନ ଉପସ୍ଥାନ ଅପେକ୍ଷା ନବମ ଶ୍ରେଣୀର ଛାତ୍ର ଛାତ୍ରୀମାନଙ୍କ ଉପସ୍ଥାନ ବୃଦ୍ଧି ପାଇଛି | ପିଲାମାନେ ମାସ୍କ ପିନ୍ଧି ବିଦ୍ୟାଳୟରେ ଉପସ୍ଥିତ ହୋଇଛନ୍ତି | ଶିକ୍ଷକମାନେ ମଧ୍ୟ ପୂର୍ବ ଯୋଜନା ଅନୁସାରେ ପିଲାଙ୍କୁ ସାନିଟାଇଜର , ଗୋଲାପ ଫୁଲ ,ଚକଲେଟ ଆଦି ଦେଇ ସ୍ବାଗତ କରିଥିବା ଦେଖିବାକୁ ମିଳିଛି | ପିଲାଙ୍କୁ ପ୍ରଧାନ ଶିକ୍ଷକ ତଥା ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ସାମାଜିକ ଦୂରତା ରକ୍ଷା ସହ କିପରି କୋଭିଡ କଟକଣା ମାନି ଶିକ୍ଷା ଗ୍ରହଣ କରିବେ ସେ ସଂପର୍କୀୟ ଟିପ୍ସ ଦେଇଛନ୍ତି | ଦୀର୍ଘ ଦିନର ଅଭିଜ୍ଞତା ବାଣ୍ଟିବା ସହ ଶିକ୍ଷା ଦାନ ଆରମ୍ଭ ହୋଇଛି | ଆଜି ମଧ୍ୟ ଦଶମ ଶ୍ରେଣୀ ପିଲାଙ୍କୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଏବଂ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୁଲ୍ୟରେ ପ୍ରସ୍ତୁତ ହୋଇଥିବା “ପରୀକ୍ଷା ଦର୍ପଣ “ନାମକ ମାଟ୍ରିକ ପରୀକ୍ଷା ସହାୟକ ପୁସ୍ତିକା ବଣ୍ଟନ ଆରମ୍ଭ ହୋଇଛି | ଭଞ୍ଜନଗର ୟୁ.ବି ହାଇସ୍କୁଲ ପରିସରରେ ଏହି ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମକୁ ବି.ଇ.ଓ ଏସ୍. ଧନଞ୍ଜୟ ବଣ୍ଟନ ଶୁଭାରମ୍ଭ କରିଛନ୍ତି | ଏହି ଅବସରରେ ସେ ପିଲାଙ୍କୁ ପରୀକ୍ଷା ପାଇଁ ବିଶେଷ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି | ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ପ୍ରଧାନ ଙ୍କ ସମେତ ସମସ୍ତ ଷ୍ଟାଫ ଏହି ପୁସ୍ତିକା ବଣ୍ଟନରେ ସହାୟତା କରିଛନ୍ତି | ସେହିପରି ବ୍ଳକର ବଡକୋଦଣ୍ଡା ଜବାହର ଉଚ୍ଚ ବିଦ୍ୟାଳୟ ,ସାର୍ଦ୍ଦୁଳ ରାଧାକୃଷ୍ଣ ସ୍ବାମୀ ଉଚ୍ଚ ବିଦ୍ୟାଳୟ ଆଦିରେ ମଧ୍ୟ ପରୀକ୍ଷା ଦର୍ପଣ ପୁସ୍ତିକା ବଣ୍ଟନ ସହ ନବମ ଶ୍ରେଣୀ ପିଲାଙ୍କୁ ସ୍ବାଗତ କରାଯାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ