ନବମ ସପ୍ତାହରେ ପଦାର୍ପଣ କଲା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ)ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ନବମ ସପ୍ତାହରେ ପଦାର୍ପଣ କରିଛି । ଏହି କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଓ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରାତଃକାଳରେ କଳ୍ପନା ଛକସ୍ଥିତ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଜୟୀ ରାଜଗୁରୁ, ଉକ୍ରଳ ଗୌରବ ମଧୁସୂଦନ ଦାସ ଓ ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି
ଜ୍ଞାପନ ସହିତ ସ୍ମୃତି·ରଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଯୁବକମାନେ ବରପୁତ୍ର ଓ ଶହୀଦମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ରାଷ୍ଟ୍ରର ପ୍ରମୁଖ ଉନ୍ନତି ହୋଇପାରିବ ବୋଲି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ହରିଚନ୍ଦନ ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ମତ ରଖିଥିଲେ ଯେ, ପୂଜ୍ୟପୂଜା ହେଉଛି ଆମର ପାତାଳଭେଦୀ ସଂସ୍କୃତି । ରାଜ୍ୟ ସରକାରଙ୍କୁ ଏ ଅଭିଯାନ ସମ୍ପର୍କରେ ଅବଗତ କରାଯାଇଛି ଓ ସରକାର ଏ ବାବଦରେ ସଚେତନ ଅଛନ୍ତି ବୋଲି ସେ
ମତ ଦେଇଥିଲେ । ପ୍ରଦ୍ୟୁମ୍ନ ଶତପଥୀଙ୍କର ଏ ପ୍ରକାର ଅଭିଯାନକୁ ଆନ୍ଧ୍ର ରାଜ୍ୟପାଳ ଭୂୟସୀ ପ୍ରଶଂସା କରିବା ସହିତ ଅନ୍ୟମାନେ ଏଥିରୁ ପ୍ରେରଣା ପାଇବେ ବୋଲି ସେ ମତବ୍ୟକ୍ତ କରିଥିଲେ । ଏହି ପରିପ୍ରେକ୍ଷୀରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନରେ ସଂଯୋଜକ କିଷନ ବରାଇଙ୍କ ସଂଯୋଜନାରେ ଓ ସହସଂଯୋଜକ ନାରାୟଣ ଓଝାଙ୍କ ଆହ୍ୱାନରେ ଶତାଧିକ ସଭ୍ୟ ଏଥିରେ ସାମିଲ ହୋଇଥିଲେ । ଏଥିରେ ଲକ୍ଷ୍ମଣ ଦାସ, ତନ୍ମୟ ସାମନ୍ତରାୟ, ଅରବିନ୍ଦ ତ୍ରିପାଠୀ, ନାରାୟଣ ଖୁଣ୍ଟିଆ, ବିଜୟ ମଲ୍ଲ, ସଂଗ୍ରମା ବଳିୟାରସିଂ, ସଞ୍ଜିବ ପଣ୍ଡା, ଡମ୍ବରୁଧର ହରଣସିଂହ, ବୁଦ୍ଧିମାନ ନାୟକ, ଡ. ଅସିତ୍ ଦାସ, ଉମାଚରଣ ମହାନ୍ତି, ବିଜୟ ପରିଡ଼ା, ସାଧୁ ଚରଣ ବେହେରା, ପ୍ରଦୀପ କୁମାର ବିଶ୍ୱାଳ, କୈଳାସ ମୁଦୁଲି, ବିଶ୍ୱନାଥ ସ୍ୱାଇଁ, ସଞ୍ଜୟ ରାୟ, ନିରଞ୍ଜନ ସାହୁ, ଶରତ ରାଉତ, ପ୍ରଫୁଲ୍ଲ ବାରିକ,
ମନୋରଞ୍ଜନ ବାରିକ, ସିତାଂଶୁ ଶେଖର ମହାରଣା, ବ୍ରଜବନ୍ଧୁ ପରିଡ଼ା, ପ୍ରମୋଦ ଦେବ, ସମିତା ମହାରଣା, ବୁଦ୍ଧିମାନ ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରି·ଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ