ନବଯୌବନ ବେଶ ଓ ଘୋଷଯାତ୍ରା ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି

ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) :   ରେମୁଣା ବାଲଗୋପାଲପୁର ସ୍ଥିତ ଇମାମୀ ନଗର ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ନେତ୍ରଉତ୍ସବ, ନବଯୌବନ ଓ ଘୋଷଯାତ୍ରା ନିମନ୍ତେ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ସାଙ୍ଗକୁ ଚଳଚଞ୍ଚଳ ହୋଇଉଠିଛି ଇମାମୀ ନଗର । ମନ୍ଦିର ପ୍ରଶାସନ ସୂଚନା ମୁତାବକ ଜୁଲାଇ ୨ ତାରିଖ ମଙ୍ଗଳବାର ନେତ୍ରଉତ୍ସବ, ଜୁଲାଇ ୩ ବୁଧବାର ସମସ୍ତ ରୀତିନୀତି ସମେତ ସକାଳ ଘ.୯.୩୨ରେ ଶ୍ରୀ ଜୀଉମାନେ ନବଯୌବନ ବେଶରେ ଭକ୍ତମାନଙ୍କୁ ଦର୍ଶନ  ଦେବେ । ଜୁଲାଇ ୪, ଗୁରୁବାର ସକାଳ ୧୦.୩୦ଘଟିକାରେ ବିଶାଳ ପଟୁଆରରେ ଆଜ୍ଞାମାଳ ଆସିବା ପରେ ୧୦.୩୧ ଘଟିକାରେ ପହଣ୍ଡି ବିଜେ, ଅପରାହ୍ନ ୨ ଘଟିକା ୧୭ ମିନିଟ୍ରେ ଛେରାପହରା, ୪ଘଟିକା ୧୦ ମିନିଟ୍ରେ ରଥଟଣା, ସନ୍ଧ୍ୟା ୮ ଘଟିକା ୩୦ମିନିଟ୍ରେ ବହୁ ପ୍ରତିକ୍ଷିତ ଅତ୍ୟାଧୁନିକ ପୁଷ୍ପ ଓ ଆଲୋକମାଳା, ଭକ୍ତିମୟ ପରିବେଶରେ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିବେ ଶ୍ରୀଜୀଉମାନେ ।ସେହିପରି ଜୁଲାଇ ୫, ଶୁକ୍ରବାର ଅପରାହ୍ନ ୩ଘଟିକାରୁ ୫ ଘଟିକା ପର୍ଯ୍ୟନ୍ତ ଅନାଥ ଶିଶୁମାନଙ୍କୁ ପ୍ରସାଦସେବନ, ୫ ଘଟିକାରୁ ୬ ଘଟିକା ପର୍ଯ୍ୟନ୍ତ ଲେଡିଜ୍ କ୍ଲବ୍ ପକ୍ଷରୁ ମହିଳାମାନଙ୍କଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ, ୬ ଘଟିକାରୁ ୭ଘଟିକା ପର୍ଯ୍ୟନ୍ତ ବିଭିନ୍ନ କଳାକାରମାନଙ୍କଦ୍ୱାରା ସଂକୀର୍ତ୍ତନ, ୭ଘଟିକାରୁ ୮ ଘଟିକା ପର୍ଯ୍ୟନ୍ତ ସୁଦୂର ବୃନ୍ଦାବନର ପ୍ରତିଷ୍ଠିତ କଳାକାରମାନଙ୍କ ଦ୍ୱାରା ରାସଲୀଳା, ଜୁଲାଇ ୬ ତାରିଖ ଶନିବାର ଅପରାହ୍ନ ୩ ଘଟିକାରୁ ୫ ଘଟିକା ଭଜନମଣ୍ଡପରେ ରଙ୍ଗୋଲୀ ପ୍ରତିଯୋଗିତା, ୬ଘଟିକାରୁ ୭ ଘଟିକା ପର୍ଯ୍ୟନ୍ତ ସଂକୀର୍ତ୍ତନ, ୭ ଘଟିକାରୁ ୮ ଘଟିକା ପର୍ଯ୍ୟନ୍ତ ରାସଲୀଳା, ଜୁଲାଇ ୭ତାରିଖ ରବିବାର ୧୨ଘଟିକାରୁ ୨ଘଟିକା ପର୍ଯ୍ୟନ୍ତ ଜିଲ୍ଲାର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସାଦସେବନ ବ୍ୟବସ୍ଥା, ଅପରାହ୍ନ ୩ ଘଟିକାରୁ ୬ ଘଟିକା ପର୍ଯ୍ୟନ୍ତ ଭଜନ ମଣ୍ଡପରେ ‘ସିଟ୍ ଏଣ୍ଡ୍ ଡ୍ର’ ଆର୍ଟ କମ୍ପିଟିସନ୍’, ୬ଘଟିକାରୁ ୭ ଘଟିକା ପର୍ଯ୍ୟନ୍ତ ସଂକୀର୍ତ୍ତନ, ୭ ଘଟିକାରୁ ୮ ଘଟିକା ପର୍ଯ୍ୟନ୍ତ ରାସଲୀଳା, ଜୁଲାଇ ୮ ତାରିଖ ସୋମବାର ଦିବା ୧୦ଘଟିକାରୁ ୧୨ଘଟିକା ପର୍ଯ୍ୟନ୍ତ ବିଭିନ୍ନ ସ୍କୁଲ୍ର ନବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏବଂ ଅପରାହ୍ନ ୩ଘଟିକାରୁ ୫ ଘଟିକା ମଧ୍ୟରେ ଯୁକ୍ତ ୨ ଓ ୩ ବିଦ୍ୟାର୍ଥିୀମାନଙ୍କ ମଧ୍ୟରେ ମିସ୍ ମାଦିଆ ଅହମଦ୍ (ଟେଡେକ୍ସ ସ୍ପିକର ଏଣ୍ଡ୍ ୟୁଥ୍ ମୋଟିଭେଟର୍ ତଥା ସର୍ବଭାରତସ୍ତରୀୟ କ୍ୟାରିଅର୍ କାଉନ୍ସେଲର)ଙ୍କ ଦ୍ୱାରା କାଉନସେଲିଂ, ଅପରାହ୍ନ ୫ଘଟିକାରୁ ୭ ଘଟିକା ପର୍ଯ୍ୟନ୍ତ ଦାଣ୍ଡିଆ ନୃତ୍ୟ ପରିବେଷଣ, ସନ୍ଧ୍ୟା ୬ଘଟିକାରୁ ୭ଘଟିକା ପର୍ଯ୍ୟନ୍ତ କୀର୍ତ୍ତନ, ରାତ୍ର ୭ ଘଟିକାରୁ ୮ ଘଟିକା ରାସଲୀଳା, ଜୁଲାଇ ୯ତାରିଖ ମଙ୍ଗଳବାର ଦିବା ୧୧ଘଟିକାରୁ ୪ ଘଟିକା ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍କୁଲ୍ ଓ କଲେଜ୍ରେ ଅଧ୍ୟୟନରତ ଛାତ୍ରୀଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ, ସକାଳ ୧୦ଘଟିକାରୁ ୧୨ଘଟିକା ମଧ୍ୟରେ ପିତାମାତାଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ସୁସ୍ଥ ସମାଜଗଠନ ନିମନ୍ତେ ବାର୍ତ୍ତାଳାପ ଏବଂ କର୍ମଶାଳା ଅନୁଷ୍ଠିତ ଏବଂ ଅପରାହ୍ନ ୩ଘଟିକାରୁ ୫ ଘଟିକା ପର୍ଯ୍ୟନ୍ତ ଛୋଟଛୋଟ ପିଲାମାନଙ୍କ ମଧ୍ୟରେ ବାର୍ତ୍ତାଳାପ କର୍ମଶାଳା ଓ ସର୍ବୋକ୍ରୃଷ୍ଟ ଜ୍ଞାନ ଆହୋରଣ ଓ ଉକ୍ରୃଷ୍ଟ ଛାତ୍ରଭାବେ ନିଜକୁ ପ୍ରତିଷ୍ଠା କରିବା ନିମନ୍ତେ ମିସ୍ ମାଦିଆ ଅହମଦ୍ (ଟେଡେକ୍ସ ସ୍ପିକର ଏଣ୍ଡ୍ ୟୁଥ୍ ମୋଟିଭେଟର୍ ତଥା ସର୍ବଭାରତସ୍ତରୀୟ କ୍ୟାରିଅର୍ କାଉନ୍ସେଲର)ଙ୍କ ଦ୍ୱାରା ଅନୁଷ୍ଠିତ ହେବ । ସନ୍ଧ୍ୟା ୬ଘଟିକାରୁ ୭ ଘଟିକା ପର୍ଯ୍ୟନ୍ତ ସଂକୀର୍ତ୍ତନ, ୭ ଘଟିକାରୁ ୮ ଘଟିକା ପର୍ଯ୍ୟନ୍ତ ରାସଲୀଳା, ଜୁଲାଇ ୧୦ ବୁଧବାର ସକାଳ ୯ଘଟିକାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ପୁରୁଷମାନଙ୍କ ଦ୍ୱାରା ବିଭିନ୍ନ କିସମର ସୁସ୍ୱାଦୁଯୁକ୍ତ ଖାଦ୍ୟ ପ୍ରସ୍ତୁତି ଓ ଶ୍ରଦ୍ଧାଳୁମାନଙ୍କୁ ପରିବେଷଣ । ଅପରାହ୍ନ ୪ଘଟିକାରୁ ୬ଘଟିକା ପର୍ଯ୍ୟନ୍ତ ବାଲେଶ୍ୱର ଜିଲ୍ଲାରେ ସାମାଜିକ ସୁରକ୍ଷା, ପରିବେଶ ରକ୍ଷା ତଥା ଉଚ୍ଚଶିକ୍ଷା ଓ ବୈଜ୍ଞାନିକ କାରୀଗରି କୌଶଳରେ ସୁଖ୍ୟାତି ଅର୍ଜନ କରିଥିବା ସମ୍ମାନୀୟ ବ୍ୟକ୍ତିବିଶେଷଙ୍କୁ ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯିବାର ବ୍ୟବସ୍ଥା ହୋଇଛି । ଅପରାହ୍ନ ୪ଘଟିକାରୁ ୬ଘଟିକା ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ପୁଷ୍ପସଜ୍ଜା କଳା କାର୍ଯ୍ୟକ୍ରମ, ସନ୍ଧ୍ୟା ୬ଘଟିକାରୁ ୭ ଘଟିକା ପର୍ଯ୍ୟନ୍ତ ସଂକୀର୍ତ୍ତନ, ୭ ଘଟିକାରୁ ୮ ଘଟିକା ପର୍ଯ୍ୟନ୍ତ ରାସଲୀଳା, ଜୁଲାଇ ୧୧ ଗୁରୁବାର ଅପରାହ୍ନ ୪ଘଟିକାରୁ ୬ ଘଟିକା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପରିବାର ପକ୍ଷରୁ ଗୁଣ୍ଡିଚା ମନ୍ଦିର ମଧ୍ୟରେ ଶ୍ରୀଜୀଉମାନଙ୍କ ପୂଜାର୍ଚ୍ଚନା, ସନ୍ଧ୍ୟା ୬ଘଟିକାରୁ ୭ ଘଟିକା ପର୍ଯ୍ୟନ୍ତ ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରଦୀପ ପ୍ରଜ୍ଜ୍ୱଳନ, ସନ୍ଧ୍ୟା ୬ଘଟିକାରୁ ୭ ଘଟିକା ପର୍ଯ୍ୟନ୍ତ ସଂକୀର୍ତ୍ତନ, ୭ ଘଟିକାରୁ ୮ ଘଟିକା ପର୍ଯ୍ୟନ୍ତ ରାସଲୀଳା, ଜୁଲାଇ ୧୨ତାରିଖ ଶୁକ୍ରବାର ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉମାନଙ୍କର ସମସ୍ତ ରୀତିନୀତି ସମ୍ପନ୍ନ ସାଙ୍ଗକୁ ଅପରାହ୍ନ ୨.୩୦ରେ ଶ୍ରୀଜୀଉମାନଙ୍କର ଧାଡ଼ି ପହଣ୍ଡି ଅପରାହ୍ନ ୩.୧୫ମି.ରେ ଛେରାପହଁରା, ଅପରାହ୍ନ ୪.୫୪ମି.ରେ ବାହୁଡ଼ାଯାତ୍ରା ଓ ରଥଟଣା । ରାତ୍ର ୯ ଘଟିକାରେ ରଥମାନଙ୍କର ସିଂହଦ୍ୱାର ବିଜେ ଏବଂ ଅଧରପଣା ନୀତି ସମ୍ପନ୍ନ । ରାତ୍ର ୯.୧୫ମି.ରେ ଧାଡ଼ି ପହଣ୍ଡିରେ ଶ୍ରୀଜୀଉମାନଙ୍କର ରତ୍ନସିଂହାସନକୁ ବିଜେ ଅନୁଷ୍ଠିତ ହେବ ।          ସେହିପରି ଜୁଲାଇ ୧୩ ଶନିବାର ସମସ୍ତ ରୀତିନୀତି ସମ୍ପନ୍ନ ପରେ ସକାଳ ୮.୩୦ମି.ରେ ସୁନାବେଶରେ ମହାପ୍ରଭୁ ଲକ୍ଷଲକ୍ଷ ଭକ୍ତଙ୍କୁ ଦର୍ଶନ ଦେବେ । ଏହି  ରଥଯାତ୍ରା ଉତ୍ସବରେ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତମାନଙ୍କର ସମାଗମକୁ ଲକ୍ଷ୍ୟ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତ୍ୟେହ ସୁରକ୍ଷା ବ୍ୟବସ୍ଥା, ଜଳସିଞ୍ଚନ, ସ୍ୱାସ୍ଥ୍ୟସେବା, ପ୍ରସାଦସେବନ, ପାନୀୟ ଜଳ ବ୍ୟବସ୍ଥା, ସି.ସି. କ୍ୟାମେରାର ବ୍ୟବସ୍ଥା କରାଯିବା ସାଙ୍ଗକୁ ସ୍ଥାନୀୟ ରେମୁଣା ପୋଲିସ୍ ପ୍ରଶାସନ ପକ୍ଷରୁ ଟ୍ରାଫିକ୍ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥା ପାଇଁ ସମସ୍ତ ବ୍ୟବସ୍ଥା ପାଇଁ ପ୍ରସ୍ତୁତି ସରିଥିବାବେଳେ ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ତଥା ଇମାମୀ ଗ୍ରୁପ୍ର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ରାଧେଶ୍ୟାମ ଅଗ୍ରୱାଲ୍ ଓ ଶ୍ରୀ ରାଧେଶ୍ୟାମ ଗୋୟେଙ୍କାଙ୍କ ନିର୍ଦ୍ଦେଶରେ ମନ୍ଦିର ପ୍ରଶାସନର ମୁଖ୍ୟ ପୁରୋଧା ଶ୍ରୀ ସୁଶୀଲ୍ କୁମାର ଗୋୟେଙ୍କା, ଇମାମୀ ଗ୍ରୁପ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପି.ଏସ୍. ପଟୁଆରୀ ତଥା ସ୍ଥାନୀୟ ମନ୍ଦିର ପ୍ରଶାସନର କର୍ମକର୍ତ୍ତା ଓ ସ୍ଥାନୀୟ ଇମାମୀ ପେପର୍ ମିଲ୍ର ମୁଖ୍ୟ ପରିଚାଳକ ଏମ୍.ବି.ଏସ୍. ନାୟାର, ବରିଷ୍ଠ ସଭାପତି ସୁଶିଲ୍ କୁମାର ଖୈତାନ୍, ବରିଷ୍ଠ ଉପସଭାପତି ଆଶିଷ୍ ଏ. ଗୁପ୍ତା ଏବଂ ବରିଷ୍ଠ ଅଧିକାରୀ ରଞ୍ଜନ କୁମାର ଜେନା, ଆର୍.କେ. ମିତ୍ତଲ୍, ଦେବବ୍ରତ ହୋତା, ମନୋଜ କୁମାର ପାଢ଼ୀ, ନିଖିଲ ରଞ୍ଜନ ଦାସସାମନ୍ତରାୟ, ମନ୍ଦିର ପ୍ରଶାସନିକ ଅଧିକାରୀ ପ୍ରସନ୍ନ କୁମାର ସିଂହସାମନ୍ତ, ମନ୍ଦିର ମୁଖ୍ୟପୂଜକ ପ୍ରଦୀପ୍ତ କୁମାର ମିଶ୍ର ପ୍ରମୁଖ ଉପରୋକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପ୍ରସ୍ତୁତିକାର୍ଯ୍ୟ ସମ୍ପନ୍ନ କରିଥିବାବେଳେ ବାଲ୍ଗୋପାଲ୍ପୁର ଶିଳ୍ପାଞ୍ଚଳ ଚଳଚଞ୍ଚଳ ହୋଇଉଠିଥିବା ଜଣାପଡ଼ିଛି । ଅପରପକ୍ଷରେ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀ ମନୋଜ କୁମାର ପାଢ଼ୀ ଉପରୋକ୍ତ ରଥଯାତ୍ରା କାର୍ଯ୍ୟକ୍ରମରେ ଜଗନ୍ନାଥପ୍ରେମୀ ଓ ଶ୍ରଦ୍ଧାଳୁମାନେ ବହୁସଂଖ୍ୟାରେ ଯୋଗଦେବାପାଇଁ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ