ନବରଙ୍ଗପୁରରେ”ଓଡ଼ିଆରେ ନାମ ଫଳକ ଅଭିଯାନ “କାର୍ଯ୍ୟକ୍ରମ”

ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ତରଫ ରୁ “ଓଡିଆ ପକ୍ଷ ପାଳନ” ଅବସରରେ ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କର ନାମ ଫଳକ ଓଡିଆ ଭାଷାରେ ଲେଖିବା ପାଇଁ ଏକ ସଚେତନତା ପଦଯାତ୍ରା କରାଯାଇଥିଲା। ଏହି ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜିଲ୍ଲାପାଳ ଡ ଶୁଭଙ୍କର ମହାପାତ୍ରଙ୍କ ପୌରହିତ ରେ ଅତିରିକ୍ତ ଜିଲ୍ଲାପାଳ( ରାଜସ୍ଵ )ବିଶ୍ୱଜିତ ବର୍ମନ୍, ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ) ତପନ କୁମାର ଖୁଣ୍ଟିଆ ପତାକା ଦେଖାଇ ସଚେତନ ରଥ କୁ ଶୁଭାରମ୍ଭ କରିଥିଲେ । ଏହି କାର୍ଯକ୍ରମ ରେ ସହରର ବିଭିନ୍ନ ବ୍ୟବସାୟୀ ମାନେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରମ ଆଯୁକ୍ତ କୁବେର ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମନୋଜ କୁମାର ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ,ଜିଲ୍ଲା କଲ୍ୟାଣ ଅଧିକାରୀ ଶ୍ରୀ ରବୀନ୍ଦ୍ର ପାଲାକାଙ୍କ ସହିତ ଜିଲ୍ଲା ଶ୍ରମ ଅଧିକାରୀ ଛୋଟରାୟ ଟୁଡୁ, ଅବସର ପ୍ରାପ୍ତ ସହକାରୀ ଶ୍ରମ ଅଧିକାରୀପଦ୍ମ ଚରଣ ପଣ୍ଡା, ସମସ୍ତ ସହକାରି ଶ୍ରମ ଅଧିକାରୀ, ଶ୍ରମ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ଟ୍ରେଡ଼ ୟୁନିଅନ କର୍ମକର୍ତା, ଚାମ୍ବରସ ଅଫ କମର୍ସ ର ସମ୍ପାଦକ ଓ ମେମ୍ବର ଓ ନିର୍ମାଣ ଶ୍ରମିକମାନେ ସହର ପରିକ୍ରମା କରି ଲୋକଙ୍କୁ ସଚେତନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ