ନବରଙ୍ଗପୁରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ଜିଲ୍ଲା ସ୍ବାସ୍ଥ୍ୟ ମିଶନର ସମୀକ୍ଷା ବୈଠକ
ନବରଙ୍ଗପୁର,(ୱାଇଏନଏସ): ଜିଲ୍ଲା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ ଗୃହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ,ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ରମେଶ ସାହୁ, ସି ଡି ଓ,ଜିଲ୍ଲାପରିଷଦ ବିରଞ୍ଚି ନାରାୟଣ ଦରୱାନ ପ୍ରମୁଖ ଉପସ୍ଥିତ ଥିଲେ। ସି ଡି ଏମ ଓ ଡ ସନ୍ତୋଷ ପଣ୍ଡା ସମସ୍ତଙ୍କୁ ସ୍ଵାଗତ କରିବା ସହ ବୈଠକ ର ଉଦ୍ଦେଶ୍ୟ ସଂପର୍କ ରେ ସୁଚନା ଦେଇଥିଲେ। ଜିଲ୍ଲାପାଳ ତଥା ଜିଲ୍ଲା ସ୍ବାସ୍ଥ୍ୟ ମିଶନର ସଭାପତି ଡ ଶୁଭଂକର ମହାପାତ୍ର ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ।ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ସୁଶାନ୍ତ ପ୍ରହରାଜ ପୂର୍ବ ସମୀକ୍ଷା ବୈଠକର ବିବରଣୀ,ପଦକ୍ଷେପ ଓ ବର୍ତ୍ତମାନ ନିଆଯାଇଥିବା ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଗୃହ ରେ ପି ପି ଟି ମାଧ୍ୟମ ରେ ଉପସ୍ଥାପନ କରିଥିଲେ। ଗୃହ ରେ ସୁଚନା ଅନୁସାରେ ଜିଲ୍ଲାରେ ଅନୁମୋଦିତ ୩୯୫ ଜଣ ଡାକ୍ତର ଙ୍କ ସ୍ଥାନରେ ବର୍ତ୍ତମାନ ୧୫୧ ଜଣ ଡାକ୍ତର କାର୍ଯ୍ୟରତ ଅଛନ୍ତି। ଅନୁମୋଦିତ ୬୪୬ ନର୍ସିଂ ଅଫିସର ଙ୍କ ସ୍ଥାନରେ ୩୦୪ ଜଣ କାର୍ଯ୍ୟରତ ଅଛନ୍ତି।ସେଭଳି ୯ ଟି ବ୍ଲକ୍ ରେ ପିପିଟି ମୋଡରେ ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଜି ଭି ଏସ, ରିଡ୍, କାରମ୍, ପିପୁଲ୍ସ ଫୋରମ୍ ଦ୍ବାରା ମା ଗୃହ ପରିଚାଳନା ହେଉଅଛି। ଡୁ ମୁରୀମୁଣ୍ଡା, ସାନଗୁମୁଡ଼ା, ଗୋନାରେ ପି ପି ଟି ମାଧ୍ୟମରେ ପି ଏଚ ସି ପରିଚାଳିତ ହେଉଅଛି।ସଭାରେ ମନୋନୀତ ସମାଜସେବୀ ସଭ୍ୟ ନବରଙ୍ଗପୁର ମୁଖ୍ୟ ଡ଼ାକ୍ତରଖାନା ରେ ଶୌଚାଳୟ ବ୍ୟବସ୍ଥା,ପାଚେରୀ, ବିଶେଷଜ୍ଞ ଡାକ୍ତର ଅଭାବ,ପାର୍କିଂ ବ୍ୟବସ୍ଥା ଉପରେ ଗୁରୁତ୍ବ ଦେବାକୁ କହିଥିଲେ।ବୈଠକରେ ଏ ଡି ପି ଏ ଚ ଓ (ଏଫ୍ ଡବ୍ଲୁ) ଡ଼ଃ ମଳୟ ତ୍ରିପାଠୀ, ଡି ପି ଏଚ ଓ ଡ଼ଃ ନବ କିଶୋର ବେହେରା, ଡି ଏସ ଡ ବ୍ଲ୍ୟୁ ଓ, ଡି ଇ ଓ, ଡି ଆଇ ପି ଆର୍ ଓ,ବିଭିନ୍ନ ବିଭାଗୀୟ ଅଧିକାରୀ,ସମସ୍ତ ବି ଡି ଓ, ଗୋଷ୍ଠି ଜନ ସ୍ଵାସ୍ଥ୍ୟ ଅଧିକାରୀ, ସି ଡି ପି ଓ, ସ୍ୱାସ୍ଥ୍ୟ ବିଭାଗ ର କର୍ମଚାରୀ ଉପସ୍ଥିତ ଥିଲେ।