ନବରଙ୍ଗପୁରରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ
ନବରଙ୍ଗପୁର- ନବରଙ୍ଗପୁର ଆଂଚଳିକ ପରିବହନ ବିଭାଗ ତରଫରୁ ୩୧ ତମ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି l ଶୁକ୍ରବାର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିତିନ କୁଶଳକର ସବୁଜ ପତାକା ଦେଖାଇ ସଚେତନତା ରଥ କୁ ଉଦଘାଟନ କରିଛନ୍ତି l ଏହି ରଥ ଜିଲ୍ଲାର ୧୦ ବ୍ଲକ କୁ ପରିକ୍ରମା କରି ସାଧାରଣ ଜନତା ଙ୍କୁ ସୁରକ୍ଷିତ ଭାବେ ଗାଡି ଚାଳନ କରିବା ନିମନ୍ତେ ସଚେତନତା କରିବାର ଉଦେଶ୍ୟ ରହିଛି l ଜିଲ୍ଲାପାଳ ଙ୍କ କ।ର୍ଯ୍ୟ।ଳୟ ଠାରୁ ଏକ ରା଼ଲ୍ଲୀ ବାହାରି ସହରର ମଧ୍ୟ ଭାଗରେ ଥିବା ନୂତନ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ପହଂଚିଥିଲା l ରା଼ଲ୍ଲୀ ରେ ସଡ଼କ ସୁରକ୍ଷା ଓ ନୂତନ ଟ୍ରାଫିକ ନିୟମକୁ ନେଇ ସ୍ଲୋଗାନ ଦିଆଯିବlସହ ଏହି ସଡ଼କ ସୁରକ୍ଷା ସପ୍ତାହ ଶୁକ୍ରବାର ଠାରୁ ଆରମ୍ଭ ହୋଇ ଆସନ୍ତା ଜାନୁଆରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଆଂଚଳିକ ପରିବହନ ଅଧିକାରୀ ସୂଚନା ଦେଇଛନ୍ତି l


