ନବରଙ୍ଗପୁର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଜନଧନ ଖାତା ହିତାଧିକାରୀଙ୍କୁ କରୋନା ସହାୟତା ପ୍ରଦାନ
ଭୁବନେଶ୍ୱର : ଦେଶରେ ୧୯.୮୬କୋଟି ମହିଳା ଜନଧନ ହିତାଧିକାରୀଙ୍କୁ ଦିଆଗଲା ୯୯୩୦କୋଟି ଟଙ୍କା ମହାମାରୀ କରୋନାର ମୁକାବିଲା ପାଇଁ ଚାଲିଛି ଲକ ଡାଉନର ସମୟ । ଗରିବ ନିରାଶ୍ରୟ ଶ୍ରମଜୀବୀ ମାନଙ୍କ ଜୀବିକା ନିର୍ବାହ ପାଇଁ ସୁଯୋଗ ନାହିଁ । ମହିଳା ମାନଙ୍କ ଉପରେ ମୁଖ୍ୟତଃ ପରିବାର ପ୍ରତିପୋଷଣର ମୁଖ୍ୟ ଦାୟିତ୍ଵ ଥିବା ବେଳେ ଏହି ଦୁର୍ଦ୍ଦିନ ସମୟରେ ସହାୟତାର ହାତ ବଢାଇଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଜନ ଧନ ଯୋଜନାର ମହିଳା ହିତାଧିକାରୀଙ୍କୁ ଏଥିପାଇଁ ପ୍ରଦାନ କରାଯାଉଛି ୫୦୦ଟଙ୍କାର ଆର୍ଥିକ ସହାୟତା । ଏପ୍ରିଲ ମାସର ୫୦୦ଟଙ୍କା ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଇଛି । ସାରା ଦେଶରେ ଏପରି ୧୯.୮୬କୋଟି ମହିଳା ଜନଧନ ହିତାଧିକାରୀଙ୍କୁ ୯୯୩୦କୋଟି ଟଙ୍କା ପ୍ରଦାନ କରାଯାଇଛି । ନବରଙ୍ଗପୁର ଜିଲ୍ଲାରେ ଥିବା ସମସ୍ତ ୧୦ଟି ବ୍ଲକ ଓ ୨ଟି ପୌରପାଳିକାରେ ଥିବା ୬୩ଟି ବ୍ୟାଙ୍କରେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାର ମହିଳା ହିତାଧିକାରୀଙ୍କୁ ୫୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଏବେ ବ୍ୟାଙ୍କରେ ମହିଳା ମାନେ ନିଜ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାର ପାସବୁକରୁ ଟଙ୍କା ଉଠାଉଛନ୍ତି । ଏବେ ଲକ ଡାଉନ ସମୟରେ ବ୍ୟାଙ୍କରେ ଗହଳି କୁ ଦୃଷ୍ଟିରେ ରଖି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଉଛି । ବ୍ୟାଙ୍କ ରେ ହାତ ଧୋଇବା ପାଇଁ ବ୍ୟବସ୍ଥା ସହ ସାନିଟାଇଜର ଗ୍ରାହକ ମାନଙ୍କୁ ପ୍ରଦାନ କରାଯାଉଛି। ସମସ୍ତେ ମାସ୍କ କିମ୍ବା ଗାମୁଛା ବା ସଫା କପଡା ମୁହଁ ରେ ଘୋଡାଇ ଆସୁଥିବା ଦେଖିବାକୁ ମିଳିଛି । ସେହିପରି ସାମାଜିକ ସୁରତ୍ଵ ରକ୍ଷା ଯେପରି ପାଳନ ହୋଇପରିବ ସେଥି ପ୍ରତି ଗୁରୁତ୍ଵାରୋପ କରାଯାଉଛି। ବ୍ୟାଙ୍କ ର ସୁରକ୍ଷା କର୍ମଚାରୀ ଓ ପୋଲିସ ଉପସ୍ଥିତ ରହି ସାମାଜିକ ଦୁରତ୍ଵ ପାଳନ ପାଇଁ ଲୋକଙ୍କୁ ବୁଝାଉଛନ୍ତି । ଜିଲ୍ଲାର ସମସ୍ତ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କରେ ମହିଳା ମାନେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ର ପାସବୁକରୁ ଟଙ୍କା ଉଠାଉଥିବା ଦେଖିବାକୁ ମିଳିଛି ।