ନବରଙ୍ଗପୁର ଜିଲ୍ଲାରେ ବିକାଶ ବାହାନ ଯାତ୍ରା ର ଶୁଭାରମ୍ଭ
ନବରଙ୍ଗପୁର,(ୱାଇଏନଏସ):ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ବିକାଶ ମେଳା କାର୍ଯ୍ୟକ୍ରମ ପରିପେକ୍ଷି ରେ ଆଜି” ବର୍ଷ ଏକ ଉପଲବ୍ଧି ଅନେକ” ର ସଚେତନତା ବାର୍ତ୍ତା ଦେଇ ବିକାଶ ବାହାନ ଯାତ୍ରା ର ଶୁଭାରମ୍ଭ ହୋଇଯାଇଛି।ଏହି ଅବସରରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ,ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର, ଆରକ୍ଷୀ ଅଧିକ୍ଷକ ମାଡକର ସନ୍ଦୀପ ସମ୍ପଦ , ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ,ସାଂସଦ ପ୍ରତିନିଧି କୁଞ୍ଜ ବିହାରୀ ଦାସ ପ୍ରମୁଖ ଉପସ୍ଥିତ ରହି ନବରଙ୍ଗପୁର ବିକାଶ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏହା ପୂର୍ବରୁ ଆଭାସି ମାଧ୍ୟମରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବକ୍ତବ୍ୟ ଏବଂ ବିକାଶ ବାହନ ଶୁଭାରମ୍ଭ କାର୍ଯ୍ୟକ୍ରମ କୁ ସମସ୍ତେ ଦେଖିଥିଲେ।ଜିଲ୍ଲାର ସମସ୍ତ ବ୍ଲକ,ପଂଚାୟତ,ପୌରାଞ୍ଚଳ ରେ ୧୦ ଟି ବିକାଶ ବାହନ ଯାତ୍ରା କରି ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ର ଜନ ସଚେତନତା ସୃଷ୍ଟି କରିବ।ଲୋକଙ୍କ ସେବାରେ ସମର୍ପିତ ଏକ ବର୍ଷ ରେ ରାଜ୍ୟ ସରକାର ଦ୍ବାରା ବିକଶିତ ଗାଁ ବିକଶିତ ଓଡ଼ିଶା,ଆୟୁଶ୍ମାନ ଭାରତ ତଥା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ମାଧୋ ସିଂ ହାତ ଖର୍ଚ୍ଚ , ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ,ସହିଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ,ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା,ସୁଭଦ୍ରା ଯୋଜନା,ଲକ୍ଷପତି ଦିଦି, ମୁଖ୍ୟ ମନ୍ତ୍ରୀ କନ୍ୟା ବିବାହ ଯୋଜନା, ସରକାରୀ ଚାକିରୀ ବୟସ ସୀମା ୪୨ କୁ ବୃଦ୍ଧି, ବ୍ଲକ୍ ସ୍ତରିୟ ଷ୍ଟାଡିୟମ ନିର୍ମାଣ, ସମୃଦ୍ଧ କୃଷକ ଯୋଜନା,ଶୀତଳ ଭଣ୍ଡାର,ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ମୂଖ୍ୟ ମନ୍ତ୍ରୀ କାମଧେନୁ ଯୋଜନା ଭଳି ଅନେକ ଯୋଜନାର ଜନ ସଚେତନତା ସୃଷ୍ଟି ପାଇଁ ବିକାଶ ବାହନ ଯାତ୍ରା ଅନୁଷ୍ଠିତ ହେବ।ଏଥି ସହିତ ବିଭିନ୍ନ ବିଭାଗୀୟ ସ୍କୀମ ର ଜନ ସଚେତନତା ରଥ ମଧ୍ୟ ଜିଲ୍ଲାରେ ଗଡିବ ଓ ସଚେତନତା ସୃଷ୍ଟି କରିବ।