ନବରଙ୍ଗପୁର ଜିଲ୍ଲାରେ ବିଶ୍ବ ଏଡ୍.ସ୍ ଦିବସ ପାଳିତ
ନବରଙ୍ଗପୁର, (ୱାଇ ଏନଏସ): ଜିଲ୍ଲା ମୁଖ୍ୟଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ, ନବରଙ୍ଗପୁର ତରଫରୁ ବିଶ୍ବ ଏଡ୍.ସ୍ ଦିବସ ଆର୍ ସି ଡି ଉଚ୍ଚ ବିଦ୍ୟାଳୟର ସମ୍ମିଲନୀ କକ୍ଷରେ ପାଳନ ହୋଇଯାଇଅଛି I ଏହି ଦିନ ସକାଳ 8:00 ଘ ସମୟରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଏନ୍ ସି ସି, ସ୍କାଉଟ୍,ପୋଲିସ୍ ଷ୍ଟାଫ୍, ବି ଏସ ଏଫ୍ ଯବାନ,ଆଶାକର୍ମୀ, ସମସ୍ତ ମହାବିଦ୍ୟଳୟର ଅଧ୍ୟାପକ ଓ ଅଧ୍ୟାପକାମାନଙ୍କୁ ନେଇ ଏଡସ୍ ସଚେତନତା ରାଲି ଅନୁଷ୍ଟିତ ହୋଇଯାଇଛି I ଏହି ବୈଠକରେ ମୁଖ୍ୟଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ: ଡ଼ା ସନ୍ତୋଷ କୁମାର ପଣ୍ଡା ସଭାପତିତ୍ବ କରିଥଲେ I ମୂଖ୍ୟ ଅତିଥି ରୁପେ କୁନୁ ମାଝୀ, ମୁନିସିପାଲିଟି ଚେୟାରମ୍ୟାନ୍, ନିମନ୍ତ୍ରିତ ଅତିଥି ରୁପେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ, ନବରଙ୍ଗପୁର ଡ଼ା ଡ଼ାକ୍ତର ନବକିଶୋର ବେହେରା, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ଏଫ ଡବ୍ଲୁ ), ନବରଙ୍ଗପୁର ଡ଼ା ମଳୟ କୁମାର ତ୍ରିପାଠୀ, ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା,କ୍ଲଷ୍ଟର୍ କାର୍ଯ୍ୟକ୍ରମ ପରିଚାଳକ, ଦିଶା ଚନ୍ଦ୍ରଶେଖର ପଟ୍ଟନାୟକ, ଏଫ ଏସ ଡବ୍ଲୁ -ଟି ଆଇ ପ୍ରକଳ୍ପ ନିର୍ଦ୍ଦେଶକ, ଜିଭିଏସ ହରେକୃଷ୍ଣ ସାବତ, ଜିଲ୍ଲା ଭିବୀଡି ଉପଦେଷ୍ଠା ଦିନେଶ କୁମାର ପ୍ରହରାଜ, ସାମାଜିକ କର୍ମୀ ମନୋରମା ମାଝୀ ପ୍ରମୁଖ ଯୋଗଦେଇ ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମ ବିଷୟରେ ନିଜର ଅଭିମତ ପ୍ରକାଶ କରିଥିଲେ I ଜିଲ୍ଲା ଏକାଉଣ୍ଟସ୍ ପରିଚାଳକ ଦୂର୍ଗାପ୍ରସାଦ ମହାନ୍ତି, ଜିଲ୍ଲା ଆରସିଏଚ ଓ ଏମସିଏଚ ପରିଚାଳକ ସୁଶାନ୍ତ କୁମାର ପଣ୍ଡା, ସହାୟକ ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ରାମହରି ପଣ୍ଡା, ଜିଲ୍ଲା ଟିବି ଉପଦେଷ୍ଠା ଆର. ମନୋଜ କୁମାର, ଜିଲ୍ଲା ପିପିଏମ ସଂଯୋଜକ ମାନସ କୁମାର ପ୍ରହାରାଜ, ଜିଲ୍ଲା ଟିବି / ଏଚଆଇଭି ସଂଯୋଜକ ମାନସ ମିଶ୍ର ତଥା ଅନ୍ୟ ଓସାକ୍ସ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ I ଏହି ବୈଠକର ଶେଷଅଂଶରେ ଶପଥପାଠ, ଏଚଆଇଭି /ଏଆଇଡିଏସ ପ୍ରତିଯୋଗୀତାରେ କୃତି ଛାତ୍ର/ ଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ ତଥା ଦସ୍ତଖତ ଅଭିଯାନ କରାଯାଇଥିଲା I ଏହି କାର୍ଯ୍ୟକ୍ରମକୁ ଭିବୀଡି ଉପଦେଷ୍ଠା ଦିନେଶ କୁମାର ପ୍ରହରାଜ ପରିଚାଳନା କରିଥିଲେ ଓ ପରିଶେଷରେ କ୍ଲଷ୍ଟର୍ କାର୍ଯ୍ୟକ୍ରମ ପରିଚାଳକ, ଦିଶା ଚନ୍ଦ୍ରଶେଖର ପଟ୍ଟନାୟକ ସଭାରେ ଅଂଶଗ୍ରହଣ କରିଥିବା ସମସ୍ତ ଅଧିକାରୀ ତଥା ଅନ୍ୟ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାନ ପ୍ରଦାନକରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ I ସନ୍ଧ୍ୟା 06:30 ଘଟିକାରେ ଏଚଆଇଭି /ଏଆଇଡିଏସ ଜନିତ ପ୍ରାଣ ହରାଇଥିବା ଲୋକଙ୍କ ଆତ୍ମାର ସଦ୍.ଗତି ପାଇଁ ମହାତ୍ମା ଗାନ୍ଧୀଙ୍କ ସ୍ମୃତିସ୍ତମ୍ଭ ଠାରେ ପ୍ରଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ କରାଯିବାର କାର୍ଯ୍ୟକ୍ରମ ରହିଛି।