ନବରାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଛଠ ପୂଜା କମିଟି ରାଇରଙ୍ଗପୁର ଆନୁକୂଲ୍ୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କମିଟିର ସଦସ୍ୟ ସଂତୋସୀ ରାମଙ୍କ ଦ୍ବାରା ଆଯୋଜିତ ଏହି କାର୍ଯ୍ୟକ୍ରମରେ ଅନେକ ଛୋଟ ଛୋଟ ପିଲା ମାନେ ଅଂଶଗ୍ରହଣ କରିଥିଲେ । ଛଠ ପୂଜା କମିଟିର ସଭାପତି ବିଜୟ ରାମ ଙ୍କ ବାସସ୍ଥାନ ରେ ଆଯୋଜିତ ଏହି କାର୍ଯ୍ୟକ୍ରମରେ ରଂଜନ କୁମାର ନନ୍ଦ ଅତିଥି ଭାବେ ଯୋଗଦେଇ ଅଂଶୀଦାର ମାନଙ୍କୁ ଉଦବୋଧନ ଦେଇ ଅଭିନନ୍ଦନ ଜଣାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅବଶେଷ ମିଶ୍ର, ଲାଲବାବୂ ସାଓ,କିଶୋର ରଜକ,ସଂତୋସ ସିଂହ ,ଅନିଲ ସାଓ, ମଦନ ରଜକ, ରଂଜୀତ ରାମ ଓ ଅନ୍ୟ ମାନେ ଯୋଗଦେଇ ଥିଲେ । ସର୍ବ ପ୍ରଥମେ ବିଜୟ ରାମ ସୁରେନ୍ଦ୍ର ଗୁପ୍ତାଙ୍କ ଅକାଳ ବିୟୋଗରେ ତାଙ୍କ ଆତ୍ମ ଶାନ୍ତି ନିମନ୍ତେ ସମସ୍ତଙ୍କ ସହିତ ଏକ ମିନିଟ ର ଏକ ଶୋକ ସଭାଅନୁଷ୍ଠିତ କରିଥିଲେ । ମାନବ ବିଜୟ ଙ୍କ କୋରିୟୋଗ୍ରାଫି ରେ ପ୍ରିୟା ରାଜ, ଜ୍ୟୋତି ସାଓ,ପ୍ରିତି ରାଜ,ସିମରନ ଦାସ,ଅଦ୍ବିତୀୟା ସାଓ,ମୋକ୍ଷ ବିଜୟ , ଆର୍ୟନ, ଶ୍ରେୟା ଦାସ, ରାଜଶ୍ରୀ ରାମ,ରାଜଲଖ୍ମି ରାମ,ଯୁବରାଜ ସାଓ,ଆଶିକା ପୋଦ୍ଦାର, ଅରାଧ୍ୟା , ଚିକି, ପାର୍ବତୀ ସାଓ , ଓ ସଂତୋସୀ ରାମ କ୍ଲାସିକ, ଦାଣ୍ଡିଆ ଓ ଅନେକ ଆଧୁନିକ ନ୍ରୄତ୍ୟ ପରିବେଷଣ କରିଥିଲେ । ସୀମିତ ସଂଖ୍ୟା ଓ ସାମାଜିକ ଦୂରତା ସହିତ ଏହି କାର୍ଯ୍ୟକ୍ରମ ଉଚ୍ଚ ପ୍ରଶଂସିତ ହୋଇଛି ।ରାଜେଶ ପ୍ରଜାପତି ଧନ୍ୟବାଦ ଅର୍ପଣ କରିଥିଲେ |


