ନବରାତ୍ରି ପାଇଁ ଶୁଭେଚ୍ଛା ଜଣାଇଲେ ଆମେରିକାର ରାଷ୍ଟ୍ରପତି

ଭୁବନେଶ୍ୱର,(ୱାଇଏନ୍ଏସ୍): ନବରାତ୍ରି କେବଳ ଭାରତରେ ନୁହେଁ, ବରଂ ବିଦେଶରେ ବି ପାଳନ କରାଯାଏ। ଶନିବାର ଦିନ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ​​ଡେମୋକ୍ରାଟ ପାର୍ଟି ପ୍ରାର୍ଥୀ ହୋଇଥିବା ଜୋ ବିଡେନ ଏବଂ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାରତୀୟ କମଲା ହାରିସ ନବରାତ୍ରି ପାଇଁ ଶୁଭେଚ୍ଛା ଜଣାଇଛନ୍ତି | ଆମେରିକାରେ ଥିବା ହିନ୍ଦୁ ଭାରତୀୟମାନଙ୍କୁ ଟ୍ୱିଟ ମାଧ୍ୟମରେ ଜୋ ବିଡେନ କହିଛନ୍ତି ‘ ମୁଁ ଆମେରିକାରେ ଏବଂ ବିଶ୍ୱରେ ନବରାତ୍ରି ଉତ୍ସବ ପାଳନ କରୁଥିବା ସମସ୍ତ ହିନ୍ଦୁଙ୍କୁ ନବରାତ୍ରି ପାଇଁ ମୋର ଶୁଭେଚ୍ଛା ଜଣାଉଛି | ଏଥି ସହିତ କହିଛନ୍ତି ଯେ, ଭଲ ପୁଣି ଥରେ ମନ୍ଦକୁ ପରାସ୍ତ କରିପାରେ ଏବଂ ସମସ୍ତଙ୍କ ପାଇଁ ଏକ ନୂତନ ଆରମ୍ଭ ଓ ସୁଯୋଗ ଦେଇପାରେ | ଏହା ସହିତ ଆମେରିକୀୟ ଡେମୋକ୍ରାଟିକ୍ ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍ ମଧ୍ୟ ନବରାତ୍ରି ପାଇଁ ଭାରତୀୟ ଆମେରିକୀୟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ