ନବରାତ୍ରୀ ଅବସରରେ ମା ଭଗବତୀଙ୍କ ଦୁର୍ଲ୍ଲଭ ବ୍ରହ୍ମଚାରିଣୀ ବେଶ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀ ହେଉଛନ୍ତି ଅଷ୍ଟଚଣ୍ଡୀଙ୍କ ମଧ୍ୟରେ ଅନ୍ୟତମ। ମାଙ୍କ ମହିମା ଅପାର। ମା ଭଗବତୀଙ୍କର କୃପା ଓ ଆଶିଷ ପ୍ରାପ୍ତ କଲେ ପରିବାର ଓ ଜଗତର ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି କିମ୍ବଦନ୍ତୀ ଅନୁଯାୟୀ ଜଣାଯାଏ। ମା ଭଗବତୀ କୋଣାର୍କର ଆରାଧ୍ୟା ଦେବୀ। ସୂର୍ଯ୍ୟ ମନ୍ଦିର ନିର୍ମାଣ ସମୟରେ ମା ଙ୍କ ଆଶିଷ ଭିକ୍ଷା କରି ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ନିର୍ଦ୍ଦେଶ କ୍ରମେ ମନ୍ତ୍ରୀ ଶିବେଇ ସାମନ୍ତରାଏ ସୂର୍ଯ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟରେ କୃତ କାର୍ଯ୍ୟ ହୋଇଥିବାର କିମ୍ବଦନ୍ତୀରୁ ସୂଚନା ମିଳେ। ଶାରଦୀୟ ନବରାତ୍ରୀ ଅବସରରେ ମା ଙ୍କ ଦୁର୍ଲ୍ଲଭ ବେବ ବ୍ରହ୍ମଚାରିଣୀ ବେଶ ଅନୁଷ୍ଠିତ ହୋଇଯାଇଛି। ଏହି ବେଶ ଦେଖିବାପାଇଁ ଆଖପାଖ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ ମା ଙ୍କ ପୀଠରେ ପରିଲକ୍ଷିତ ହୋଇଥିଲା। ଏହି ବେଶ ଦର୍ଶନ କଲେ କୋଟି ଜନ୍ମର ପାତକ ନାଶ ହେବା ସହ କୋଟି ପୁଣ୍ୟର ଫଳ ମିଳିଥାଏ ବୋଲି କିମ୍ବଦନ୍ତୀରୁ ସୂଚନା ମିଳେ। ଆଜି ମା ଙ୍କ ଏହି ଦୁର୍ଲ୍ଲଭ ବ୍ରହ୍ମଚାରିଣୀ ବେଶ ଧାର୍ମିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା। ଏହି ବେଶ ଦର୍ଶନ କରି ଶତାଧିକ ଶ୍ରଦ୍ଧାଳୁଙ୍କ ମନରେ ଧାର୍ମିକତା ଭାବନା ଜାଗ୍ରତ ହୋଇଥିଲା। ଏହି ବେଶକୁ ମନ୍ଦିର ପୂଜକ ଦୀନବନ୍ଧୁ ପାଢୀ ସଂପାଦନା କରିଥିଲେ।


