ନବାହ୍ନ ପାରାୟଣ ଓ ବିଶ୍ୱଶାନ୍ତି ମହାଯଜ୍ଞ

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍‌) : ରାମକୃଷ୍ଣପୁର ପଞ୍ଚାୟତ ନାହୋ ଠାରେ ଶ୍ରୀ ଶ୍ରୀ ନାହୋକେଶ୍ୱର ଶ୍ରୀ ରାମଦୟା ପରିଷଦର ଦ୍ୱାଦଶ ବାର୍ଷିକ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ଗତ ଫେବୃଆରୀ ୨୪ରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ପର୍ଯ୍ୟନ୍ତ ଚାଲିବ । ପ୍ରାରମ୍ଭରେ ନିକଟସ୍ଥ କପାଳୀ ନଦୀରୁ କଳସ ଅଣାଯାଇ ଘଟସ୍ଥାପନା ପୂର୍ବକ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ପରେ ଷୋଡଶ ଉପଚାର ପୂଜା, ମଂଗଳଆରତି, ସୂର୍ଯ୍ୟପୂଜା ଆଦି ଅନୁଷ୍ଠିତ ହୋଇଥିଲା । ଉକ୍ତ ପୂଜା କାର୍ଯ୍ୟ ପଣ୍ଡିତ ନାରାୟଣ ମିଶ୍ର, ବଳରାମ ଦାଶ, ଭଜରାମ ଦାଶଜୀ ମହାରାଜ, ଜଗନ୍ନାଥ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେଉଛି । ପ୍ରତ୍ୟେହ ସନ୍ଧ୍ୟାରେ ଆଳତି, ଭଜନ ପରେ ରାମ ଚରିତ ମାନସ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ପ୍ରବଚକ ଭାବେ ଖଗେଶ୍ୱର ପଣ୍ଡା, ନିରାକାର ପୁହାଣ, ନାରାୟଣ ମିଶ୍ର, ଖଗେଶ୍ୱର ନାୟକ, ଶୁକଦେବ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ମାର୍ଚ୍ଚ ୨ରୁ ୪ ପର୍ଯ୍ୟନ୍ତ ୩ ଦିନ ଧରି ବିଶ୍ୱଶାନ୍ତି ମହାଯଜ୍ଞ ଓ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରୀରାମ ଦୟାପରିଷଦ ନାହୋ, ଖଡିପୁର, ନାରାୟଣପୁରର ସମସ୍ତ ଗ୍ରାମବାସୀ ସହାୟତା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ