ନବାହ୍ନ ପାରାୟଣ ଶୁଭାରମ୍ଭ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ରାହାସ ପୂର୍ଣ୍ଣିମା ଉପଲକ୍ଷେ ଭଣ୍ଡାରିପୋଖରୀ ରାମଦୟା ପରିଷଦ ପକ୍ଷରୁ ନବାହ୍ନ ପାରାୟଣ ଉତ୍ସବ ଆରମ୍ଭ ହୋଇଛି । ସଂକଳ୍ପ କର୍ତ୍ତା ମୁରଲୀଧର ଦାସ ଘଟୋତ୍ତଳନ କରିବା ପରେ ବୈଦିକବିଧି ଅନୁଯାୟୀ ପୂଜକ ଜଗନ୍ନାଥ ପଣ୍ଡା ଓ ସନ୍ତୋଷ ଦାସ ପୂଜାର୍ଚ୍ଚନା କରିଥିଲେ । ଏହାପରେ ପୁରୀ ସାନଛତା ମଠରୁ ନିମନ୍ତ୍ରିତ ହୋଇ ଆସିଥିବା ସାଧୁ ବ୍ୟାସଜୀ ପିତାମ୍ବର ଦାସ ଓ ସାଥୀମାନଙ୍କ ଦ୍ୱାରା ରାମଚରିତ ମାନସ ପାରାୟଣ ଆରମ୍ଭ ହୋଇଥିଲା । ଚଳିତବର୍ଷ କରୋନା ପାଇଁ କୋଭିଡ ଆଇନ ବଳବତ୍ତର ଥିବାରୁ ପାରାୟଣ ଉତ୍ସବକୁ ନିରାଡମ୍ବର ଭାବେ ପାଳନ କରାଯାଉଛି । ନବଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମକୁ ଶ୍ରୀରାମଦୟା ପରିଷଦର ସଭାପତି ରତ୍ନାକର ସେନାପତି, ସମ୍ପାଦକ ବିଦ୍ୟାଧର ଦ୍ୱିବେଦୀ, ବରିଷ୍ଠ ସଭ୍ୟ ଇଂ କାମପାଳ ଚନ୍ଦ, ଗୋବିନ୍ଦ ସେନାପତି, ନିର୍ମଳ ଧଳ, ପବନ କୁମାର ନାୟକ, ଦିଲିପ ସାମଲ, ଗୌରହରି ପଣ୍ଡା, ଦେବେନ୍ଦ୍ର କବି, ବିଣ୍ଣୁ ପଣ୍ଡା, ନିତ୍ୟାନନ୍ଦ ସେନାପତି, ସୁଶାନ୍ତ ସେନାପତି, ଚକ୍ରଧର ସାହୁ ପ୍ରମୁଖ ପରିଚାଳନା କରୁଛନ୍ତି । ପ୍ରତ୍ୟହ ସନ୍ଧ୍ୟାରେ ଆଳତୀ କାର୍ଯ୍ୟକ୍ରମ ସହିତ ବିଶିଷ୍ଟ ଗାୟକ ଶରତ ଦାସ ଓ ସାଥୀମାନେ ଭଜନ ପରିବେଷଣ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ