ନବୀନଙ୍କ ଜନ୍ମଦିନରେ ମନ୍ଦିରରେ ଦୀପଜାଳି ଦୀର୍ଘାୟୁ, ସୁସ୍ଥ ଓ ସହ ନିରାମୟ ଜୀବନ ପ୍ରାର୍ଥନା କଲେ ବିଜେଡି କର୍ମୀ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ସୋମବାର ୭୭ ବର୍ଷରେ ପଦାର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କ ମୃତ୍ୟୁ ହୋଇଥିବାରୁ ଜନ୍ମଦିନ ପାଳନର ଶୁଭେଚ୍ଛା ନଜଣାଇବା ପାଇଁ ଦଳୀୟ କର୍ମୀ ଓ ଶୁଭେଚ୍ଛୁ ମାନଙ୍କୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପରିପ୍ରେକ୍ଷୀରେ ସୋମବାର ସକାଳେ ନଗର ବିଜେଡି ସଭାପତି ଭୀମସେନ ବେହେରାଙ୍କ ନେତୃତ୍ବରେ ହିଞ୍ଜିଳିକାଟୁ ପୌରାଞ୍ଚଳ ଓ ବ୍ଳକର ବିଜେଡି କର୍ମୀ ମାନେ ସ୍ଥାନୀୟ ପୌରାଞ୍ଚଳ ବଇଁଚବଣିଆ ପାବନ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ପହଞ୍ଚି ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ବଳନ କରାଯାଇଥିଲା। ଦଳୀୟ କର୍ମୀ ମାନେ ମୁଖ୍ୟମନ୍ତ୍ରୀଙ୍କ ସୁସ୍ଥ ଓ ନିରାମୟ ଜୀବନ ସହ ଦୀର୍ଘାୟୁ କାମନା କରିଥିଲେ। କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ବ୍ଳକ ଅଧ୍ୟକ୍ଷା ସରସ୍ବତୀ ସେଠି, ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ, ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ଶିବରାମ ଗୌଡ, ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ଜିଲ୍ଲା ଉପସଭାପତି ଡି. ବିଶ୍ବନାଥ, ସମ୍ପାଦକ ଅଜୟ କୁମାର ମହାରଣା, ଜିଲ୍ଲା ପରିଷଦ ସଭ୍ୟ ଏଳା ସୁଦର୍ଶନ, ସଭ୍ୟା ବାଇ ଗୀତାଞ୍ଜଳି, ପ୍ରିତି ସାହୁ, ପୌରାଞ୍ଚଳ ଯୁବ ବିଜେଡି ସଭାପତି ସଞ୍ଜୟ କୁମାର ପଣ୍ଡା, ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷ ଏନ୍.ରଘୁନାଥ, ପ୍ରାକ୍ତନ ନଗରପାଳ ହୃଦୟାନନ୍ଦ ମହାପାତ୍ର, ପ୍ୟାରୀମୋହନ ପାଢି, ବସନ୍ତ ବେହେରା, ବିଭୁପ୍ରସାଦ ପଣ୍ଡା, କିରଣ ପଟ୍ଟନାୟକ, ଶ୍ୟାମଘନ ବେହେରା , ରାମଚନ୍ଦ୍ର ମହାପାତ୍ର, ରୋହିତ ବିଷୋୟୀ, ଭିକା ବେହେରା, ଅମୂଲ୍ୟ ସାହୁଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ, କାଉନସିଲର ଓ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ।