ନବୀନଙ୍କ ଜନ୍ମ ଦିନରେ ମୟୂରଭଂଜ ସଦର ବିଜେଡି ଯୁବ ଜନତା ତରଫରୁ୧୦୪ ୟୂନିଟ ରକ୍ତ ସଂଗ୍ରହ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ଓଡିଶା ରାଜନୀତିରେ ଅଜେୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୫ ବର୍ଷରେ ପାଦ ଦେଇଛନ୍ତି ।ସରଳ,ନିର୍ମଳ ଭାବ ପୁର୍ଣ, କର୍ମବୀର ନବୀନ ପଟ୍ଟନାୟକ କରୋନା ଭଳି ଭୟଙ୍କର ପରିସ୍ଥିତିକୁ ଦୃଷ୍ଟିରେ ରଖି ଜନ୍ମଦିନ ପାରିବେନି ଘୋଷଣା କରିଥିଲେ । ଦଳୀୟ କର୍ମୀଙ୍କୁ କହିଥିଲେ ଗରିବ ଲୋକଙ୍କୁ ସାହାଯ୍ୟ କରିବା ସହ ରକ୍ତ ଓ ପ୍ଲାଜମା ଦାନ କରିବାକୁ ପରାମର୍ଶ କରିଥିଲେ । ତାଙ୍କରି ପରାମର୍ଶ ଏବଂ ମୟୂରଭଂଜ ବିଜେଡି ପର୍ଯ୍ୟବେକ୍ଷକ ତଥା ରାଜ୍ୟ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦ୍ଦେଶକ୍ରମେ ମୟୂରଭଂଜ ସଦର ବିଜୁ ଯୁବ ଜନତା ତରଫରୁ ସଦର ଯୁବ ବିଜେଡ଼ି ସଭାପତି ଅଭିଷେକ ପଟ୍ଟନାୟକଙ୍କ ନେତୃତ୍ବରେ ରାଇରଙ୍ଗପୁରସ୍ଥ ପିସିଏମ୍ କଲ୍ୟାଣ ମଣ୍ଡପରେ ଶୁକ୍ରବାର ଦିନ ଏକ ମେଗା ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୟୂରଭଂଜ ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ତଥା ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି ,ମୋରଡ଼ା ବିଧାୟକ ରାଜ କିଶୋର ଦାସ, ପୂର୍ବତନ ବିଧାୟକ ସାହିବା ଶୁଶିଲ ହାଁସଦା,ବିଜେଡି ସଂପାଦକ ଚକ୍ରଧର ହେମ୍ବ୍ରମ ,ପାର୍ଥ ସାରଥି କବି, ମୁଖପାତ୍ର ରତିକାନ୍ତ ପରୀକ୍ଷା, ବାସନ୍ତୀ ମାରାଣ୍ଡି,ରାଜ୍ୟ ଅଙ୍ଗନବାଡ଼ି ସଭାନେତ୍ରୀ ନନ୍ଦିନୀ ପଣ୍ଡା, ଗୌରୀ ଦତ୍ତ,ବୁଲୁ ପଟ୍ଟନାୟକ, ଆଲୋକ ମହାନ୍ତ,ତନୁଜା ମହାନ୍ତ, ଦିପ୍ତୀମାନ ବଳ,ଗୁନା ମହାନ୍ତ ଆହ୍ବାନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ବିଭିନ୍ନ ପ୍ରାନ୍ତରରୁ ୧୦୪ ଜଣ ରକ୍ତଦାତା ରକ୍ତଦାନ କରି ନିଜକୁ ଧନ୍ୟ ମଣିଥିଲେ । ବିଜୁ ଯୁବ ଜନତା ଦଳର ଏଭଳି ସାମାଜିକ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି ।