ନବୀନବାବୁଙ୍କ ୭୭ତମ ଜୟନ୍ତୀ ଅବସରରେ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ରକ୍ତଦାନ ଶିବିର
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ନବୀନବାବୁଙ୍କ ୭୭ତମ ଜୟନ୍ତୀ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ହାଟଡିହି ପଞ୍ଚାୟତର ସରପଞ୍ଚ ତଥା ବ୍ଲକ ଯୁବ ବିଜେଡି ସଭାପତି ଚିନ୍ମୟ ନାୟକଙ୍କ ସଂଯୋଜନାରେ ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଶିବିରକୁ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଇଁ ପ୍ରସ୍ତୁତ ଏକ ସ୍ୱତନ୍ତ୍ର କେକ୍ କୁ ବିଧାୟକ ଶ୍ରୀଯୁକ୍ତ ସେଠୀ କାଟି ଉପସ୍ଥିତ ଲୋକମାନଙ୍କୁ ବାଣ୍ଟିବା ସହିତ ନବୀନ ବାବୁଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଜିଲ୍ଲା ଯୁବବିଜେଡି ସଭାପତି ରାକେଶ ରାମ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନା, ଚିତ୍ତ ରଞ୍ଜନ ପାତ୍ର, ଜିଲ୍ଲାପରିଷଦ ସଦସ୍ୟ କୌଶଲ୍ୟା ସେଠୀ, ବିଶ୍ୱନାଥ ନାୟକ, ବିରେନ୍ଦ୍ର କୁମାର ବିଶ୍ୱାଳ, ପୁର୍ବତନ ସରପଞ୍ଚ ତଥା ରାଜ୍ୟ ଛାତ୍ର ବିଜେଡିର ସାଧାରଣ ସମ୍ପାଦକ ଅମରେନ୍ଦ୍ର ଧଳ, ଯୁବନେତା ଅଭିମନୁ୍ୟ ସେଠୀ, ବିମଳ କିଶୋର ଜେନା, ସମାଜସେବୀ ନାରାୟଣ ଜେନା, ବିଜୟ ମହାପାତ୍ର, ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରୁ ମୋଟ ୧୦୧ୟୁନିଟି ରକ୍ତ ସଂଗୃହିତ ହୋଇଥିଲା । ଆନନ୍ଦପୁର ରକ୍ତଭଣ୍ଡାରର କର୍ମଚାରୀ ମାନେ ଯୋଗଦେଇ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ଗୌରାଙ୍ଗ ରଣା, ସ୍ୱେହାଞ୍ଜୁ ଦାସ, ବିଶ୍ୱନାଥ ସାହୁ, ବାବୁ ପାତ୍ର, ପ୍ରକାଶ ବେହେରା, ଶାନ୍ତିଲତା ବେହେରା, ସୀତାକାନ୍ତ ପହି, ଚିତ୍ତ ରଞ୍ଜନ ନାୟକ, ରାଜେନ୍ଦ୍ର ବାରିକ, ତୈଲୋକନାଥ ସାହୁ, ପ୍ରମୁଖ ଯୋଗଦେଇ ଶିବିର ପରିଚାଳନା କରିଥିଲେ ।


