ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ଼ ଓ ନିର୍ବାଚନ ଇସ୍ତାହାର ପାଇଁ ଛାତ୍ରଛାତ୍ରୀଙ୍କ ମତ ସଂଗ୍ରହ

ପୋଲସରା, (ଅନିଲ କୁମାର ମହାରଣା):ଓଡିଶା ସରକାରଙ୍କ ଦ୍ବାରା ସମସ୍ତ ଛାତ୍ରଛାତ୍ରୀଙ୍କୁ ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ଼ ମାଧ୍ୟମରେ ବହୁ ସୁବିଧା ଯୋଗାଇ ଦିଆଯାଇଛି । ଏପରିକି ଛାତ୍ରଛାତ୍ରୀଙ୍କ ପାଠ ପଢିବାରେ ଦକ୍ଷତାବୃଦ୍ଧି ନେଇ କାର୍ଯ୍ୟପନ୍ଥା ଗ୍ରହଣ ହୋଇଛି । ଏନେଇ ଶୁକ୍ରବାର ଦିନ ପୋଲସରା ଏନ୍.ଏ.ସି ର କୋଣାର୍କ କଲ୍ୟାଣ ମଣ୍ଡପ ଠାରେ ବିଜୁ ଛାତ୍ର ଜନତା ଗଞ୍ଜାମ ଓ ବ୍ରହ୍ମପୁର ସଙ୍ଗଠନ ଜିଲ୍ଲା ପକ୍ଷରୁ ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ଼ ଓ ନିର୍ବାଚନୀ ଇସ୍ତାହାର ପାଇଁ ଛାତ୍ରଛାତ୍ରୀଙ୍କ ମତାମତ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଶ୍ରମମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ 1ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ମନୋଜ ଦୋରା, ବିଜୁ ଛାତ୍ର ଜନତା ଦଳର ଉପସଭାପତି ତଥା ପର୍ଯ୍ୟବେକ୍ଷକ ଚିନ୍ମୟ ରଂଜନ ଦାସ, ବିଜୁ ଛାତ୍ର ଜନତା ଦଳର ବ୍ରହ୍ମପୁର ସାଙ୍ଗଠନିକ ଜିଲ୍ଲା ସଭାପତି ଶୋଭନ କୁମାର ନାୟକ ପ୍ରମୁଖ ଯୋଗଦେଇ ନବୀନ ଓଡିଶା ମ୍ୟାଜିକ କାର୍ଡ ସହିତ ସମସ୍ତ ଜନକଲ୍ୟାଣ ଯୋଜନା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏଥିରେ ଗଂଜାମ ଜିଲ୍ଲାର ୧୩ ଟି ନିର୍ବାଚନ ମଣ୍ଡଳୀର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି ନିଜର ମତ ଉପସ୍ଥାପନ କରିଥିଲେ । ଓଡ଼ିଶା ମ୍ୟାଜିକ୍ କାର୍ଡ଼ ମାଧ୍ୟମରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଆର୍ଥିକ ସହାୟତା, ରିହାତି ଦରରେ ଯାତ୍ରା , ଅନଲାଇନ୍ ପାଠପଢ଼ା ଭଳି ବିଭିନ୍ନ ସୁଯୋଗ ସୃଷ୍ଟି କରି ଛାତ୍ରଛାତ୍ରୀ ଉଜ୍ଜ୍ବଳ ଭବିଷ୍ୟତକୁ ସୁଦୃଢ଼ କରିବାର ଲକ୍ଷ ହାତକୁ ନେଇଛନ୍ତି ନବୀନ ସରକାର । ଯାହାକୁ ନେଇ ଛାତ୍ରଛାତ୍ରୀ ମାନେ ନିଜେ ନିଜ ଅଞ୍ଚଳରେ ପାଠପଢ଼ାରେ ଭଲ ପ୍ରଦର୍ଶନ କରିବା ସହ ସାମାଜିକ କାର୍ଯ୍ୟରେ ସମ୍ପୃକ୍ତି ଓ ପାଠ୍ୟ ବହିର୍ଭୁର୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସମ୍ମାନିତ ହେଉଛନ୍ତି । ସମସ୍ତ ଛାତ୍ରଛାତ୍ରୀ ନିଜର ଦକ୍ଷତା ବୃଦ୍ଧି କରି ଆଗାମୀ ପିଢ଼ିପାଇଁ ନିର୍ଣ୍ଣାୟକ ଭୂମିକାରେ ଅବତୀର୍ଣ୍ଣ ହେବାକୁ ବିଧାୟକ ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନିର୍ବାଚନ ମଣ୍ଡଳୀ ସଭାପତି ସୁଶାନ୍ତ କୁମାର ପୋଲେଇ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ବିଷୋୟୀ, ବିକ୍ରମ କୁମାର ନାୟକ , ଘନଶ୍ୟାମ ଦାସ, ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ରାଜେନ୍ଦ୍ର କୁମାର ପ୍ରଧାନ ,ଏନ୍.ଏ.ସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା , ଆସିକା କୋପରେଟିଭ ଡାଇରେକ୍ଟର ରଞ୍ଜନ କୁମାର ସାହୁ , ଛାତ୍ର ସଭାପତି ସମୀର କୁମାର ଭୂୟାଁ , ଉପସଭାପତି କବିତା ସାହୁ , ସୁକାନ୍ତ ଭୂୟାଁ ପ୍ରମୁଖ ଉପସ୍ଥିତ ଥିବା ବେଳେ ପୋଲସରା ଓ ବୁଗୁଡା ସମେତ ଗଞ୍ଜାମ ଜିଲ୍ଲାର ବିଜୁ ଛାତ୍ର ଜନତା ଦଳର ବହୁ ନେତା ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ