ନବୀନ ଗଡ଼ରେ ୧୨ ଲକ୍ଷ ଟଙ୍କା ବ୍ୟୟରେ ସ୍ଥାପିତ ହେବ ବିଜୁ ବାବୁଙ୍କ ବ୍ରୋଂଜ ପ୍ରତିମୂର୍ତି

ହିଂଜିଳିକାଟୁ, (ଶେଷଦେବ ସାହୁ): ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀର ଏକମାତ୍ର ପୌରାଂଚଳ ହିଂଜିଳିକାଟୁ ସହରରେ ୧୨ ଲକ୍ଷ ଟଙ୍କା ବ୍ୟୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଳିଙ୍ଗର ବରପୁତ୍ର ସ୍ୱର୍ଗତ ବିଜୁ ବାବୁଙ୍କ ଏକ ବ୍ରୋଂଜ ପ୍ରତିମୂର୍ତି ସ୍ଥାପିତ ହେବ ବୋଲି ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଜଣାପଡ଼ିଛି । ଏ ନେଇ ରାଜ୍ୟ ଓ ଜିଲ୍ଲା ସଂସ୍କୃତି ବିଭାଗର ଏକ ଟିମ ପ୍ରସ୍ଥାବିତ ସ୍ଥାନ ପରିଦର୍ଶନ କରି ଫେରିଛନ୍ତି । ପ୍ରକାଶ ଥାଉକି, ଗତ ୨୦୦୦ ମସିହାରେ ନବୀନ ପଟ୍ଟନାୟକ ହିଂଜିଳି ବିଧାୟକ ଭାବେ ପ୍ରଥମ ଥର ନିର୍ବାଚିତ ହେବା ପରେ ପ୍ରଥମ ଥର ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଗୌରବ ଅର୍ଜନ କରିଥିଲେ । ଗତ ୧୬ ଡ଼ିସେମ୍ବର ୨୦୦୦ ମସିହାରେ ତକ୍ରାଳୀନ ହିଂଜିଳିକାଟୁ ବିଞାପିତାଂଚଳ ପରିଷଦ ପକ୍ଷରୁ ସ୍ଥାନୀୟ ପରିବା ବଜାର ନିକଟରେ ସ୍ୱର୍ଗତ ବିଜୁବାବୁଙ୍କ ପ୍ରତିମୂର୍ତି ସ୍ଥାପନ କରାଯାଇଥିଲା । ସେହି ସମୟ ଠାରୁ ସଂପୃକ୍ତ ସ୍ଥାନକୁ ପରିବା ବଜାର ଛକ ପରିବର୍ତେ ବିଜୁ ପଟ୍ଟନାୟକ ଛକ ଭାବେ ନାମିତ କରାଯାଇଥିଲା । ସଂପୃକ୍ତ ପ୍ରତିମୂର୍ତିଟି ସିମେଂଟରେ ତିଆରି କରାଯାଇଥିବା ଯୋଗୁଁ ପ୍ରତିମୂର୍ତିର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହେଲାଣି । ଯଦ୍ୱାରା ବହୁ ବିଜୁପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବହୁ ସମୟରେ ସଂପୃକ୍ତ ପ୍ରତିମୂର୍ତିକୁ ମରାମତି କରାଯିବା ସହ ରଙ୍ଗ ଦେଇ ରଖାଯାଇଥିଲା । ଗତ ୨୦୧୮ ମସିହା ପୌର ପରିଷଦ ବୈଠକରେ ଉକ୍ତ ମୂର୍ତି ପରିବର୍ତେ ଏକ ନୂତନ ପ୍ରତିମୂର୍ତି ସ୍ଥାପନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏଥି ସକାଶେ ପୌର ପ୍ରଶାସନ ପକ୍ଷରୁ ତକ୍ରାଳୀନ ସମୟରେ ଜିଲ୍ଲା ସଂସ୍କୃତି ବିଭାଗକୁ ପତ୍ର ପ୍ରେରଣ କରାଯାଇଥିଲା । ସେହି ଅନୁଯାୟୀ ଉକ୍ତ ସ୍ଥାନରେ ଥିବା ସିମେଂଟରେ ତିଆରି କରାଯାଇଥିବା ବିଜୁବାବୁଙ୍କ ପ୍ରତିମୂର୍ତିକୁ ହଟାଯାଇ ସ୍ଥାନୀୟ ସହର ମଧ୍ୟଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥ ପ୍ୱାଶ୍ୱର୍ରେ ୧୨ ଲକ୍ଷ ଟଙ୍କା ବ୍ୟୟରେ ୧୨ ଫୁଟ ଲମ୍ବର ଏକ ବ୍ରୋଂଜରେ ନିର୍ମିତ ବିଜୁବାବୁଙ୍କ ପ୍ରତିମୂର୍ତି ଖୁବଶୀଘ୍ର ସ୍ଥାପନ କରାଯିବ ବୋଲି ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ