ନବୀନ ଙ୍କ ନୂତନ ମନ୍ତ୍ରୀମଣ୍ଡଳ କୁ ନେଇ ଜୋର ଧରିଲା ଚର୍ଚ୍ଚା

ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଓଡିଶା ର ସର୍ବାଧିକ ଜନପ୍ରିୟ ନେତା ନବୀନ ପଚ୍ଚନାୟକ । ତାଙ୍କ ସହ ୨୦ଜଣ ବିଧାୟକ ମନ୍ତ୍ରୀ ଭାବେ ପଥ ଓ ଗୋପନୀୟତା ସହ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲୀଲ , କିନ୍ତୁ ଚଳିତ ଥର ମନ୍ତ୍ରୀ ମଣ୍ଡଳରେ ୧୩ ଜିଲ୍ଲା ରୁ କୋଣସି ବିଧାୟକଙ୍କୁ ନବୀନ ଙ୍କ ମନ୍ତ୍ରୀମଣ୍ଡଳ ରେ ପ୍ରତିନିଧିତ୍ୱ ମିଳିନାହିଁ । ଯାହାକୁ ନେଇ ଏବେ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି । ଏହି ଜିଲ୍ଲା ଗୁଡିିକ ହେଉଛି ସମ୍ବଲପୁର , ସୁନ୍ଦରଗଡ , ଅନୁଗୁଳ , ବୈଦ୍ଧ ,ଭଦ୍ରକ ,କେନ୍ଦ୍ରାପଡା , ଯାଜପୁର ,ଦେବଗଡ , ଗଜପତି , କନ୍ଧମାଳ , ମାଲକାନଗିରି ,ନବରଙ୍ଗପୁର ,ନୂଆପଡା ତେବେ ମୁଖ୍ୟମନ୍ତ୍ରୀ ଙ୍କ ନିଜ ଜିଲ୍ଲାରୁ ବିକ୍ରମକେଶରୀ ଅରୁଖ ମନ୍ତ୍ରୀ ପଦ ମିଳିଥିବା ବେଳେ ବରିଷ୍ଠ ନେତା ସୂର୍ଯ୍ୟପାତ୍ର ନୂତନ ବାଚଷ୍ପତି ହେବେ ବୋଲି ଦଳୀୟ ମହଲ ରୁ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ