ନବୀନ ଜିନ୍ଦଲଙ୍କ ଜନ୍ମଦିବସରେ ଜିନ୍ଦଲ ଷ୍ଟିଲ୍ ପକ୍ଷରୁ ‘ଫିଟନେସ ଡେ’ ପାଳିତ
ଯୋଡ଼ା/ବଡ଼ବିଲ, (ସମୀର କୁମାର ଦାସ):(ଜେଏସପି) ପକ୍ଷରୁ ଜେଏସପିର ଅଧ୍ୟକ୍ଷ ତଥା ମାନ୍ୟବର କୁରୁକ୍ଷେତ୍ର ସାଂସଦ ଶ୍ରୀ ନବୀନ ଜିନ୍ଦଲଙ୍କ ଜନ୍ମ ଦିବସକୁ ଏହାର ସମସ୍ତ କାର୍ଯ୍ୟସ୍ଥଳରେ ଫିଟନେସ ଡେ ଭାବେ ପାଳନ କରାଯାଇଛି। ଏହି ଅବସରରେ କ୍ରୀଡ଼ା ଓ ଉତ୍ତମ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଏକାଧିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଜେଏସପିର ବଡ଼ବିଲ ପେଲେଟ ପ୍ଲାଣ୍ଟ ଏବଂ କାଶିଆ ଓ ଟେନ୍ସା ଖଣି ଅଞ୍ଚଳରେ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତମ ସ୍ୱାସ୍ଥ୍ୟ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ଫିଟନେସ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବଡ଼ବିଲ ପେଲେଟ ପ୍ଲାଣ୍ଟ ପରିସରରେ ମିନି ମାରାଥନ ‘ଫିଟାଥନ’ ଆୟୋଜିତ ହୋଇଥିଲା। ଏଥିରେ ୫୦୦ରୁ ଅଧିକ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ସାମିଲ ହୋଇଥିଲେ। ମହିଳା କ୍ଲବ ପକ୍ଷରୁ ଜିନ୍ଦଲନଗରରେ ଯୋଗ ଅଧିବେଶନ ଅନୁଷ୍ଠିତ ହୋଇଥିଲା ଏଥିରେ ମହିଳା ଓ ଶିଶୁମାନେ ଅଂଶଗ୍ରହଣ କରିଥିଲେ।କାଶିଆ ଖଣି ଅଞ୍ଚଳରେ ଓ୍ୱାକାଥନ ଅନୁଷ୍ଠିତ ହୋଇଥିଲା। ଏଥିରେ ୨୦୦ କର୍ମଚାରୀ ଓ ପାର୍ଶ୍ୱବର୍ତ୍ତୀ ଗ୍ରାମର ଜନସାଧାରଣ ସାମିଲ ହୋଇଥିଲେ। ଶ୍ରୀ ଜିନ୍ଦଲଙ୍କ ମଙ୍ଗଳ ଓ ସଫଳତା କାମନା କରି କଲୋନି ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥିଲା। ସେହିପରି ଟେନ୍ସା ମାଇନ୍ସରେ ସକାଳୁ ଯୋଗ ଅଧିବେଶନ ସହ ମନ୍ଦିରରେ ପୂଜାର୍ଚ୍ଚନା ହୋଇଥିଲା। ଏଥିରେ କର୍ମଚାରୀଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ଯୋଗ ଦେଇଥିଲେ।ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ମଧ୍ୟ ଶ୍ରୀ ଜିନ୍ଦଲଙ୍କ ଜନ୍ମଦିନ ଓ ଫିଟନେସ ଡେ ବଡ଼ ଉତ୍ସାହର ସହ ପାଳିତ ହୋଇଛି। ବଡବିଲ ୟୁନିଟ ପକ୍ଷରୁ ସ୍ପୋର୍ଟସ ହଷ୍ଟେଲର ଅନ୍ତେବାସୀ ଓ ସ୍ଥାନୀୟ ଗ୍ରାମର ଶିଶୁମାନଙ୍କ ଗହଣରେ ଜନ୍ମଦିନ ପାଳନ କରାଯାଇଛି। କାଶିଆ ୟୁନିଟ ପକ୍ଷରୁ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଓ ଫୁଟବଲ ମ୍ୟାଚ ଆୟୋଜିତ ହୋଇଥିଲା। ଟେନ୍ସା ଖଣି ପାରିପାର୍ଶ୍ୱିକ ଅଞ୍ଚଳର ହକି ଟିମଙ୍କୁ ନେଇ ଏକ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ଶ୍ରୀ ନବୀନ ଜିନ୍ଦଲଙ୍କ ମାଆ, ପୂର୍ବତନ ମନ୍ତ୍ରୀ, ତଥା ବର୍ତ୍ତମାନର ହିସାର ବିଧାୟିକା ଶ୍ରୀମତୀ ସାବିତ୍ରୀ ଜିନ୍ଦଲଙ୍କ ସମେତ ବିଶ୍ୱର କୋଣଅନୁକୋଣରୁ ବହୁ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଜନ୍ମଦିନର ଅସୀମିତ ଶୁଭେଚ୍ଛା ପାଇଁ ଶ୍ରୀ ଜିନ୍ଦଲ ସୋସିଆଲ ମିଡିଆରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, “ଆଶୀର୍ବାଦ ଜୀବନର ସବୁଠାରୁ ବଡ଼ ସମ୍ପତ୍ତି ଏବଂ ଆଜି ମୁଁ ପ୍ରକୃତରେ ନିଜକୁ ବହୁତ ସମ୍ପତ୍ତିଶାଳୀ ବୋଲି ଅନୁଭବ କରୁଛି। ଆପଣମାନେ ସମୟ ବାହାର କରି ମୋତେ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିବାରୁ ମୁଁ ହୃଦୟରୁ କୃତଜ୍ଞତା ଜଣାଉଛି। ଆପଣମାନଙ୍କ ଭଲ ପାଇବା ଓ କରୁଣା ମୋ ପାଇଁ ବିଶ୍ୱର ସବୁଠାରୁ ମୂଲ୍ୟବାନ”।ଜେଏସପିର ସମସ୍ତ ୟୁନିଟରେ ଜନ୍ମଦିନ ପାଳନ ଶ୍ରୀ ଜିନ୍ଦଲଙ୍କୁ ସମ୍ମାନ ଜଣାଇବା ସହ ତାଙ୍କର ଜୀବନ ଲକ୍ଷ୍ୟ ‘ସୁସ୍ଥତା ହିଁ ଗୁରୁତ୍ୱପୂର୍ଣ୍ଣ’,କୁ ଅନୁସରଣ କରିବାର ପ୍ରତିବଦ୍ଧତାକୁ କର୍ମଚାରୀ ଓ ପାରିପାର୍ଶ୍ୱିକ ସମୁଦାୟ ମଧ୍ୟରେ ଆହୁରି ମଜଭୁତ୍ କରିଛି।ଲୋକସଭାକୁ ତୃତୀୟ ଥର ପାଇଁ ନିର୍ବାଚିତ ସାଂସଦ ଶ୍ରୀ ନବୀନ ଜିନ୍ଦଲ ଓପି ଜିନ୍ଦଲ ଗ୍ଲୋବାଲ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା କୁଳାଧିପତି। ଭାରତର ଏକ ନମ୍ବର ଘରୋଇ ବିଶ୍ୱବିଦ୍ୟାଳୟ ଭାବେ ଏହା କ୍ୟୁଏସ ତାଲିକାରେ ସ୍ଥାନ ପାଇଛି। ସେ ଭାରତୀୟ ଇସ୍ପାତ ସଂଘର ସଭାପତି ଭାବେ ଇସ୍ପାତ ଶିଳ୍ପର ନେତୃତ୍ୱ ମଧ୍ୟ ନେଉଛନ୍ତି। ଶ୍ରୀ ଜିନ୍ଦଲ ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆର ପ୍ରତିଷ୍ଠାତା ସଭାପତି। ସେ ସର୍ବସାଧାରଣଙ୍କୁ ସଗୌରବେ ଜାତୀୟ ପତାକା ଉଡ଼ାଇବାର ଅଧିକାର ଦେବା ପାଇଁ ଦଶନ୍ଧି ଦୀର୍ଘ ନ୍ୟାୟିକ ଲଢ଼େଇ ଲଢ଼ିଥିଲେ।