ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଲେ କିନ୍ନର ମହାସଂଘର ସଭାପତି ପ୍ରତାପ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗରୀବ ମାନଙ୍କ ପାଇଁ ବହୁ ଯୋଜନା କରିଥିବା ବେଳେ ଏବେ କିନ୍ନରମାନଙ୍କୁ ଉଚ୍ଚଶିକ୍ଷାରେ ମାଗଣା ପାଠ ପଢିବା ଉପରେ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାରେ ସାମିଲ୍ କରିଥିବାରୁ ମହାସଂଘ ତରଫରୁ ସଭାପତି ପ୍ରତାପ ସାହୁଙ୍କ ସମେତ ପ୍ରତ୍ୟେକ ଜିଲ୍ଲାର କିନ୍ନର ସଭାପତିମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଅନ୍ତରରୁ ଧନ୍ୟବାଦ ଜଣାଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ମାନ୍ୟବର ମୁଖ୍ୟନ୍ତ୍ରୀ ୨୦୨୩-୨୪ ଶିକ୍ଷାବର୍ଷରୁ ଉଚ୍ଚତର ଶିକ୍ଷା ଓ ସ୍ନାତକୋତ୍ତର ଶିକ୍ଷା ପାଇଁ କିନ୍ନର ପିଲାମାନେ ମାଗଣାରେ ସହାୟତା ପାଇପାରିବେ । ଖାଲି ସେତିକି ନୁହେଁ ଏହି ଯୋଜନାରେ ଏଚ୍‌ଆଇଭି / ଏଡ୍‌ସ୍ ଆକ୍ରାନ୍ତ ପରିବାର, ବାସହୀନ ପରିବାର, ଛାଡ଼ପତ୍ର ପାଇଥିବା ମହିଳା ଏହିଭଳି ବହୁ ଗରୀବ ଅସହାୟ ଅନାଥ ପିଲାମାନଙ୍କୁ ସହାୟତାର ହାତ ବଢାଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ପୁନର୍ବାର କୃତଜ୍ଞତା ଜ୍ଞାପନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ