ନବୀନ ପଟ୍ଟନାୟକଙ୍କ ଉତ୍ତମ ଚିକିତ୍ସା ପାଇଁ ସମୁହ ଦୀପଦାନ
ନବରଙ୍ଗପୁର,(ୱାଇଏନଏସ): ବିଜୁଜନତା ଦଳ ନବରଙ୍ଗପୁରର ପକ୍ଷରୁ ଜିଲ୍ଲା ସଭାପତି ତଥା ଡାବୁଗାଁ ବିଧାୟକ ମନହୋର ରନ୍ଧାରୀଙ୍କ ନେତୃତ୍ବରେ ପୂର୍ବତନ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଏକ ସମୁହ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତମାନ ବିରୋଧୀ ଦଳର ନେତା ବିଜୁଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଅସ୍ତ୍ରୋପଚାର ଥିବା ଯୋଗୁଁ ତାଙ୍କର ଉତ୍ତମ ଚିକିତ୍ସା ସଫଳ ଅସ୍ତ୍ରୋପଚାର ପାଇଁ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ରବିବାର ପୂର୍ବାହ୍ନରେ ମାଁ ଭଣ୍ଡାରଘରଣୀଙ୍କ ମନ୍ଦିରରେ ବିଜୁ ଜନତା ଦଳର ନେତୃ ମଣ୍ଡଳୀ ତଥା କର୍ମକର୍ତ୍ତା ମାନେ ଏକତ୍ରିତ ହୋଇ ସମସ୍ତେ ମିଳିମିଶି ସମୁହ ଦୀପଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ, ନାରୀ ସଭାନେତ୍ରୀ ମଞ୍ଜୁଳା ମାଝି, କୌଶଲ୍ୟା ପ୍ରଧାନୀ, ନଗର ସଭାପତି ପ୍ରମୋଦ ରଥ , ତାପଶ ତ୍ରିପାଠୀ, ଜିଲ୍ଲା ପରିଷଦ ସଭ୍ୟ ଅରୁଣ ମିଶ୍ର,ଦିଲ୍ଲୁ ପଣ୍ଡା , ସୁଧୀର ମହାପାତ୍ର , ସୁମିତ ପାଳ, ନେତ୍ରା କୋଲାର , ସଞ୍ଜୟ ନାୟକ , ଲାଲୁ ତ୍ରିପାଠୀ , ସୁନୀଲ ସାହୁ , ଚନ୍ଦ୍ର ମଲ୍ଲିକ, ନନ୍ଦ ନାୟକ, ଗଲୋକ ମାଝୀ , ସୁମିତ ପୂଜାରୀ, ପ୍ରଣତୀ ତ୍ରୀପାଠୀ ,କୁନା ପାଢୀଙ୍କ ସମେତ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ ।