ନବୀନ ବାବୁଙ୍କ ବିକାଶର ବାର୍ତ୍ତା ନେଇ ଘରକୁ ଘର ବୁଲି ପ୍ରଚାର କଲେ ବିଧାୟକ ସ୍ବରୂପ ଦାସ

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ବାଲେଶ୍ବର ପୌରପରିଷଦ ୧୪ନଂ ୱାର୍ଡରେ ଅନୁଷ୍ଠିତ ହୋଇଥିଲା ଘରେ ଘରେ ଶଂଖ କାର୍ଯ୍ୟକ୍ରମ।ଏହି ଅବସରରେ ବାଲେଶ୍ବର ବିଧାୟକ ସ୍ବରୂପ କୁମାର ଦାସ ଏବଂ ବିଜେଡିର ବାଲେଶ୍ବର ଲୋକସଭା ପାର୍ଥିନୀ ଡ଼ ଲେଖାଶ୍ରୀ ସାମନ୍ତସିଂହାର ଘରକୁ ଘର ବୁଲି ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ବିଷୟରେ ସଚେତନତା କରାଇବା ସହ ଆସନ୍ତା ଜୁନ ୧ ତାରିଖରେ ଉଭୟ ସାଂସଦ ଏବଂ ବିଧାୟକ ପାର୍ଥିଙ୍କୁ ଶଂଖ ଚିହ୍ନରେ ଆଶିର୍ବାଦ ଭିକ୍ଷା କରିଥିଲେ।ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଆମ ଓଡିଶା ନବୀନ ଓଡିଶା ଜିଲ୍ଲା ସଂଯୋଜକ ରଂଜନ ବାଗ,ପୂର୍ବତନ ଉପାଧ୍ୟକ୍ଷ ମନୋଜ ରାଉତ,ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଧିରେନ ନାୟକ,ପୂର୍ବତନ କାଉସିଲର ସାକିର ଖାନ,ଟାଉନ ବିଜେଡି ଯୁବ ସଭାପତି ଉମାଶଙ୍କର ତିଆଡି ପ୍ରମୁଖ ସାମିଲ ହୋଇ ବିଜୁ ଜନତା ଦଳ ପାଇଁ ପ୍ରଚାର କରିଥିବା ବେଳେ ୧୪ନଂ କାଉସିଲର ତଥା ପୌର ଉପାଧ୍ୟକ୍ଷ କୈଳାସ ସେଠୀଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ବହୁ ୱାର୍ଡ ବାସୀ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ