ନବୀନ ସବୁବେଳେ ଶାଳୀନତା ରକ୍ଷା କରନ୍ତି : ଦାମ୍‌

ଭୁବନେଶ୍ୱର : ନୂଆବର୍ଷ ଅବସରରେ ବରିଷ୍ଠ ନେତା ଦାମୋଦର ରାଉତ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘଜୀବୀ ହୁଅନ୍ତୁ। ଆଉ ଅଧିକ ଦିନ ଶାସନ କରନ୍ତୁ। ଅଧିକ ସଫଳତା ହାସଲ କରନ୍ତୁ। ସେ ଆହୁରି କହିଛନ୍ତି,“ନବୀନ ବାବୁ ମିଷ୍ଟ ଭାଷୀ। ସେ ସବୁବେଳେ ଶାଳୀନତା ରକ୍ଷା କରନ୍ତି।” ଉଦ୍ୟାନ କୃଷି ଦୁର୍ନୀତି ଅଭିଯୋଗରେ ଆଇଏଏସ୍ ଅଫିସର ବିଜୟ କେତନ ଉପାଧ୍ୟାୟ ଗିରଫ ହେବା ପ୍ରସଙ୍ଗରେ ଦାମ କହିଛନ୍ତି, “ପ୍ରଥମେ ମୁଁ ଉଦ୍ୟାନ କୃଷି ଦୁର୍ନୀତି ପଦାକୁ ଆଣିଥିଲି, ହେଲେ କାର୍ୟ୍ୟାନୁଷ୍ଠାନ ହୋଇନଥିଲା। ଏବେ ୫-ଟି ଓ ମୋ ସରକାର ବ୍ୟବସ୍ଥାରେ କାର୍ଯ୍ୟାନୁଷ୍ଠାନ ହେଉଛି। ଲଗାମ ଛଡ଼ା ଦୁର୍ନୀତି ଚାଲିଥିଲା, ଏବେର କାର୍ୟ୍ୟାନୁଷ୍ଠାନ ପ୍ରଭାବ ପକାଇଛି।” ୫-ଟି ପାଇଁ ପାଣ୍ଡିଆନଙ୍କୁ ଶ୍ରେୟ ଯିବ କି ପ୍ରଶ୍ନରେ ଦାମ କହିଛନ୍ତି, “୫-ଟି ଏକ ଯୋଜନା। ପାଣ୍ଡିଆନ ଏହାର ଦାୟିତ୍ୱରେ ଅଛନ୍ତି। ପାଣ୍ଡିଆନ ଦାୟିତ୍ୱରେ ନ ଥିଲେ, ଆଉ କିଏ ଦାୟିତ୍ୱରେ ଥାଆନ୍ତେ। ଯୋଜନାଟା ହେଉଛି ମୂଳ, କିଏ ଦାୟିତ୍ୱରେ ରହିଲା, ସେ କଥା ବଡ଼ କଥା ନୁହେଁ।’’

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ