ନବୀନ ସରକାରଙ୍କୁ ବଦଳେଇବାର ସମୟ ଆସିଛି

ବାଲେଶ୍ୱର : ନବୀନ ସରକାରର ୧୯ବର୍ଷର ଶାସନ ସତ୍ତେ୍ୱ ଘରେ ଘରେ ସ୍ୱଚ୍ଛ ପାନୀୟ ଜଳ ପହଞ୍ôଚପାରିଲା ନାହିଁ । ଖରା ଦିନ ଆରମ୍ଭ ହେଉଣୁ ହାଣ୍ଡି ମାଠିଆ ଧରି ମା ମାନେ ରାସ୍ତାରେ ଠିଆ ହେଉଛନ୍ତି । ସଲମାନ ଓ ଶାହାରୁଖ ଖାନକୁ ଟଙ୍କା ଦେଇ ନଚାଯାଉଛି, ମାତ୍ର ସ୍କୁଲ ଶିକ୍ଷକମାନଙ୍କ ପାଇଁ ଦରମା ନାହିଁ । ଶିକ୍ଷା ବ୍ୟବସ୍ଥା ଏତେ ବିପର୍ଯ୍ୟୟ ଯେ ସଦ୍ୟ ସମାପ୍ତ ମେଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ବାରମ୍ବାର ଲିକ ହେବା, ଛାତ୍ର ଛାତ୍ରୀଙ୍କ ମନୋବଳକୁ ଭାଙ୍ଗି ଦେଇଥିବା ବେଳେ ଓଡିଶା ଶିକ୍ଷା ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନ ଚିହ୍ନ ଲାଗିଛି ଏବଂ ଓଡିଶାକୁ ସର୍ବଭାରତୀୟ ସ୍ତରରେ ନିନ୍ଦିତ ହେବାକୁ ପଡୁଛି । ଡାକ୍ତରଖାନାରେ ଡାକ୍ତର ନଥିବାବେଳେ ରୋଗୀମାନେ ମୃତ୍ୟୁ ସହ ସନ୍ଧି କରୁଛନ୍ତି । ମାତ୍ର ରାଜ୍ୟ ସରକାର ଓଡିଶା ଲୋକଙ୍କୁ ମୋଦି ସରକାରଙ୍କ ଆୟୁଷମାନ ଯୋଜନାରୁ ବଞ୍ôଚତ କରି ମାନବବାଦର ଖଳନାୟକ ସାଜିଛନ୍ତି । ରାଜ୍ୟରେ ରେଳ, ରାସ୍ତା ଓ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପ ପାଇଁ ମୋଦି ସରକାର କୋଟି କୋଟି ବ୍ୟୟବରାଦ କରୁଥିବା ବେଳେ ରାଜ୍ୟ ସରକାର ଜାଣିଶୁଣି ଏହାକୁ ଖର୍ଚ୍ଚ କରାଇ ନ ଦେବା ଓଡିଶାବାସୀଙ୍କୁ ତାଙ୍କ ହକ ନେବାରୁ ବଞ୍ଚିତ କରିଛନ୍ତି । ଏହାର ଜବାବ ଓଡିଶା ବାସୀ ଆଗାମୀ ନିର୍ବାଚନରେ ଦେବେ । ରାଜ୍ୟରେ କୃଷକପାଖରେ ଜଳସେଚନ, ଶୀତଳଭଣ୍ଡାର, ମଞ୍ଜି, କୀଟନାଶକ ଅଭାବ ଥିବାରୁ ଚାଷୀ ଆତ୍ମହତ୍ୟା କରୁଛି । ସରକାର ମିଲ ମାଲିକ ମଧୁଚନ୍ଦ୍ରିକାରେ ମୋଦି ସରକାର ଦେଉଥିବା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀ ବଦଳରେ ଦଲାଲ ଓ ବିଜେଡି ନେତାଙ୍କ ପକେଟକୁ ଯାଉଛି । ମହିଳାଙ୍କ ସ୍ୱାର୍ଥ ସ୍ୱାଭିମାନ ପାଇଁ ବାହଷ୍ପୋଟ ମାରୁଥିବାବେଳେ ଓଡିଶାର ଅର୍ଦ୍ଧାଧିକ ମହିଳା ରକ୍ତହୀନତା ଶିକାର ହେଉଛନ୍ତି । ନବଜାତକ ମୃତ୍ୟୁରେ ଓଡିଶା ଏକ ନମ୍ବର । ସମସ୍ତଙ୍କୁ ପକ୍କାଘର ଗ୍ୟାରେଣ୍ଟି ଦେଇଥିବାବେଳେ ଓଡିଶା ୩୦ଲକ୍ଷ ପରିବାର ଆଜିବି ଖୋଲା ଆକାଶ ତଳେ ଜୀବନ ବିତାଉଛନ୍ତି, ମାତ୍ର ଚିଟଫଣ୍ଡ ଟଙ୍କାରେ ମଉଜ କରୁଛନ୍ତି ବିଜେଡି ନେତା । ୨୦୧୪ରେ ସାଂସଦ ପ୍ରତିଶୃତି ଦେଇଥିଲେ ରିଂ ରୋଡ ନିର୍ମାଣ କରିବେ ଯାହା ପାଇଁ ୫୦୦ଏକର ଜମିର ଆବଶ୍ୟକତା ଥିବାବେଳେ ଆଜି ପର୍ଯ୍ୟନ୍ତ ଇଞ୍ଚେ ଜମି ଅଧିଗ୍ରହଣ ହେଲା ନାହିଁ । ସେହିପରି ବାଲେଶ୍ୱର ଇଡକୋ ଟାୱାରର ଶୁଭ ୨୦୧୫ରେ ଦିଆଗଲା । ତାହାପାଇଁ ମଧ୍ୟ ଟେଣ୍ଡର କରାଗଲା ଏବଂ ଜମି ଅଧିଗ୍ରହଣ ଏବେ ବିବାଦ ଘେରରେ ରହିଛି । ମାତ୍ର ବିବାଦୀୟ ଜମିରେ କିଭଳି ଏହା ନିର୍ମାଣ ହେବ, ଏକ ପ୍ରଶ୍ନବାଚୀ ହୋଇ ଛିଡା ହୋଇଛି । ସୁବର୍ଣ୍ଣରେଖା ପୋଲ ପାଇଁ କେନ୍ଦ୍ର ସରକାର ୧୮୦କୋଟି ଟଙ୍କା ଅନୁଦାନ ଦେଇଛନ୍ତି, ତାମୁଳିଆ ପୋଲ ପାଇଁ ୫୦ପ୍ରତିଶତ ଅନୁଦାନ କେନ୍ଦ୍ର ସରକାରଙ୍କର ଥିବାବେଳେ ପୋଲ ଉଦଘାଟନ ପାଇଁ କେନ୍ଦ୍ର ସରକାରଙ୍କ ବିଭାଗୀୟ ମନ୍ତ୍ରୀ ବା ଅଧିକାରୀଙ୍କୁ ଡକାନଯିବା ରାଜ୍ୟ ସରକାରଙ୍କ ଦୋମୁହାଁ ନୀତିର ପ୍ରତିଫଳନ ଦେଉଛି । ତ୍ରୀକୋଣୀୟ ପର୍ଯ୍ୟଟନ, କୀର୍ତ୍ତନୀୟା ବନ୍ଦର, ୪୦୦୦କୋଟିର ଶିଳ୍ପ ପ୍ରତିଷ୍ଠା ସହିତ ୧୦,୦୦୦ ଯୁବକଙ୍କୁ ନିଯୁକ୍ତିର ପ୍ରତିଶୃତି ଧୂଆଁବାଣରେ ପରିଣତ ହୋଇଛି । ସାଂସଦ ବାଲେଶ୍ୱରବାସୀଙ୍କୁ ଭୂଆଁ ନ ବୁଲେଇ କଣ କଣ କରିଛନ୍ତି ତାହାର ଏକ ତାଲିକା ଲିଖିତ ଭାବେ ଦେବାକୁ ନୀଳଗିରିର ପୂର୍ବତନ ବିଧାୟକ ପ୍ରତାପ ଚନ୍ଦ୍ର ଷଢଙ୍ଗୀ ଦାବି ଜଣେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲ୍ା ସଭାପତି ମଦନ ମୋହନ ଦତ୍ତ, ରେମୁଣା ବିଧାୟକ ଗୋବିନ୍ଦ ଦାସ, ଜୋନାଲ ମିଡିଆ ସଂଯୋଜକ ସତ୍ୟଜିତ ମିଶ୍ର ଓ ଜିଲ୍ଲା ମିଡିଆ ସଂଯୋଜକ ଗୌରାଙ୍ଗ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ