ନବୋଦୟ ଖେଳପଡିଆ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ହାଟଡିହି,(ବିକାଶ ବିଶ୍ୱାଳ): ଜବାହର ନବୋଦୟ ବିଦ୍ୟାଳୟ ହଦଗଡର ଖେଳପଡିଆପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏଥିପାଇଁ ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଯୋଗଦେଇ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ନବୋଦୟ ବିଦ୍ୟାଳୟରେ ଖେଳପଡିଆର ଅଭାବ ଯୋଗୁଁ ଛାତ୍ରଛାତ୍ରୀମାନେ ଖେଳିବାରେ ନାନା ଅସୁବିଧା ଭୋଗ କରୁଥିବାବେଳେ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କ ପକ୍ଷରୁ ଖେଳ ପଡିଆ ପାଇଁ ସବୁବେଳେ ଦାବିହୋଇ ଆସୁଥିଲା । ଏଥିପାଇଁ କେନ୍ଦୁଝର ଜିଲ୍ଲାପାଳ ଡି.ଏମ.ଏଫ ଫଣ୍ଡରୁ ଏକକୋଟି ୩୫ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି । ଯାହାଦ୍ୱାରାକି ଏକ ଉନ୍ନତମାନର ଖେଳ ପଡିଆ ନିର୍ମାଣ ହୋଇପାରିବାର ଆଶା କରାଯାଉଛି । ଏହି ଉତ୍ସବରେ ବିଧାୟକଙ୍କ ସହିତ ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ପି ମଣିକଣ୍ଡନ, ପୁର୍ତ୍ତବିଭାଗର ସହକାରୀଯନ୍ତ୍ରୀ ସମିର କୁମାର ଅଧିକାରୀ ପ୍ରମୁଖ ଅତିଥିଭାବେ ଯୋଗଦେଇ ନଡିଆଭାଙ୍ଗି ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ଅଧିର କୁମାର ନାୟକ, ବରିଷ୍ଠ ଶିକ୍ଷକ ଉପେନ୍ଦ୍ର ନାଥ ମଲ୍ଲିକ, ରାଜେନ୍ଦ୍ର ଧଳ, ମାନସ କୁମାର ସେନାପତି, ନାଗେଶ ପାଲ ସିଂ, ବିଦ୍ୟାଧର ବେହେରା, ଅଞ୍ଜୁ ଠାକୁର, ଅସିମ ଲେଗି, ରଞ୍ଜିତା ବିଶ୍ୱାଳ, କବିତା ଶର୍ମା, ଶୁଭଜିତ ଭୂୟାଁ, ଅଭିଭାବକ ପ୍ରତିନିଧି ସୁଧାଶୁଂ ଦକ୍ଷିଣରାୟ, ଭାବଗ୍ରାହୀ ପୃଷ୍ଟି, ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର ନାୟକ, ବରିଷ୍ଠ ବିଜେଡିନେତା ଶତୃଘ୍ନ ପାତ୍ର, ରବିନ୍ଦ୍ର କୁମାର ସାହୁ, ବ୍ଲକ ସଭାପତି ସୁରେନ୍ଦ୍ର କୁମାର ଜେନା, ଗୋପାଳ ପଟ୍ଟନାୟକ, ଗୌରାଙ୍ଗ ରଣା, ବସନ୍ତ ପଢ଼ିଆରୀ, ପ୍ରଦୀପ ଜେନା, ରବିନ୍ଦ୍ର ଲେଙ୍କା, ଅଭିମନ୍ୟୁ ନାଏକ, ନରୋତ୍ତମ ସତପଥି, ଘନଶ୍ୟାମ ଖଣ୍ଡା ପ୍ରମୁଖ ଯୋଗ ଦେଇଥିବା ବେଳେ ଠିକାଦାର ସହଦେବ ଦାସ, ରମାକାନ୍ତ ସାହୁ, ଚକ୍ରଧର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ