ନବୋଦୟ ପରୀକ୍ଷା ଦେଲେ ୩୮୧ ଛାତ୍ରଛାତ୍ରୀ

ବେଗୁନିଆ (ଯୁଗାଦ୍ଧ ନ୍ୟୁଜ): ଶନିବାର ନବୋଦୟ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ନାମ ଲେଖାଇବାପାଇଁ ବେଗୁନିଆରେ ବ୍ଲକ୍ ତରଫରୁ ଅନୁଷ୍ଠିତ ଦୁଇଟି କେନ୍ଦ୍ରରେ ୩୮୧ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ଜଣାପଡ଼ିଛି । ବେଗୁନିଆ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ହୋଇଥିବା କେନ୍ଦ୍ରରେ ୨୪୧ପରୀକ୍ଷାର୍ଥୀ ପରୀକ୍ଷା ଦେବାପାଇଁ ଥିବାବେଳେ ସେଥି ମଧ୍ୟରୁ ୧୮ଜଣ ଅନୁପସ୍ଥିତ ଥିବାରୁ ବାକି ୨୨୩ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସ୍କୁଲ୍ ପ୍ରଧାନଶିକ୍ଷକ ନବକିଶୋର ସାମନ୍ତସିଂହାର ଏବଂ ଶାନ୍ତନୁ ପାଇକରାୟଙ୍କ ତତ୍ତ୍ୱାବଧନରେ ପରୀକ୍ଷା ପରିଚାଳନା କରାଯାଇଥିଲା । ସେହିପରି ବେଗୁନିଆ ବାଳିକା ଉଚ୍ଚବିଦ୍ୟାଳୟରେ ହୋଇଥିବା କେନ୍ଦ୍ରରେ ୧୭୦ ପରୀକ୍ଷାର୍ଥୀ ପରୀକ୍ଷା ଦେବାପାଇଁ ଥିବାବେଳେ ୧୨ ଜଣ ଅନୁପସ୍ଥିତ ରହିବାରୁ ଅବଶିଷ୍ଟ ୧୫୮ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ପ୍ରବାସିନୀ ପଟ୍ଟନାୟକ ଏବଂ ଶିକ୍ଷକ ଗଣେଶ୍ୱର ମିଶ୍ର ପରୀକ୍ଷା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ