ନବୋଦୟ ପ୍ରବେଶିକା ପରୀକ୍ଷା ଦେଲେ ୪୨୪ ପରୀକ୍ଷାର୍ଥୀ

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ) : ଜବାହାର ନବୋଦୟ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ୨୦୨୦ ସକାଶେ ଶନିବାର ହିଞ୍ଜିଳିକାଟୁ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ପରୀକ୍ଷା କେନ୍ଦ୍ରରେ ବାଳିକା ବିଭାଗରେ ୨୫୦ ମଧ୍ୟରୁ ୨୩୧ ଓ ବାଳକ ବିଭାଗରେ ୨୨୧ ରୁ ୧୯୩ ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ । ପର୍ଯ୍ୟବେକ୍ଷକ ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ଓ କଂଚୁରୁ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ସାହୁ ତଦାରଖ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନିଙ୍କ ତତ୍ୱାବଧାନରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ । ଉକ୍ତ ପ୍ରବେଶିକା ପରୀକ୍ଷା ପୂର୍ବାହ୍ନ ୧୧.୩୦ମିରେ ଆରମ୍ଭ ହୋଇ ଅପରାହ୍ନ ୧.୩୦ମି ସମୟରେ ଶେଷ ହୋଇଥିଲା । ପ୍ରକାଶ ଥାଉକି, ପରୀକ୍ଷା ଆରମ୍ଭର ୧ଘଂଟା ପୂର୍ବରୁ ପରୀକ୍ଷାର୍ଥୀ ମାନଙ୍କୁ ବିଦ୍ୟାଳୟ ପରିସର ମଧ୍ୟକୁ ପ୍ରବେଶ ସକାଶେ ନିୟମ ରହିଥିଲେ ମଧ୍ୟ ବିଦ୍ୟାଳୟ କର୍ତୁପକ୍ଷଙ୍କ ଦାୟିତ୍ୱହୀନ ମନୋଭାବ ଯୋଗୁଁ ପ୍ରାୟ ୧୧.୦୫ମି ସମୟ ପର୍ଯ୍ୟନ୍ତ ପରୀକ୍ଷାର୍ଥୀ ମାନେ ବିଦ୍ୟାଳୟ ସମ୍ମୁଖ ୩୬ନଂ ରାଜ୍ୟ ରାଜପଥରେ ଆସ୍ଥାନ ଜମାଇଥିଲେ । ଫଳରେ ବହୁ ସମୟ ଧରି ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ