ନବୋଦୟ ବିଦ୍ୟାଳୟରେ ରାଜଭାଷା ହିନ୍ଦି ଦିବସ ପାଳିତ
ହାଟଡ଼ିହି,,( ଯୁଗାବ୍ଦ ନୁ୍ୟଜ୍) : ହଦଗଡସ୍ଥିତ ନବୋଦୟ ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ପି. ମଣିକଣ୍ଡନଙ୍କ ଅଧ୍ୟକ୍ଷତାରେ ରାଜଭାଷା ହିନ୍ଦି ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବାଲିବରେଇ ଉଚ୍ଚ ବିଦ୍ୟାଳୟର ହିନ୍ଦି ଶିକ୍ଷକ ପ୍ରଫୁଲ ମଲ୍ଲିକ ଯୋଗଦେଇ ହିନ୍ଦି ଭାଷା ଓ ସାହିତ୍ୟର ବିଶେଷତା ଏବଂ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ମୁନସୀ ପ୍ରେମଚାନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜଳନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ବିଦ୍ୟାଳୟର ଛାତ୍ରୀ ମାମାଲି ମିଶ୍ରଙ୍କ ସମେତ ଅନ୍ୟ ଛାତ୍ରଛାତ୍ରୀ ମାନେ ହିନ୍ଦି ଭାଷା ସମ୍ପର୍କରେ ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ ।ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀଙ୍କ ସହିତ ଅଭିଭାବକମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଶିକ୍ଷୟତ୍ରୀ କୋମଲ କିରଣ କାର୍ଯ୍ୟକ୍ରମକୁ ସଂଚାଳନ କରିଥିବାବେଳେ ଶିକ୍ଷକ ରାଜ କୁମାର ମୀନା ଧନ୍ୟବାଦ ଅର୍ପଣ କରିଥିଲେ ।