ନବୋଦୟ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ରକ୍ତଦାନ ଶିବିର, ୨୬ ୟୁନିଟ୍ ରକ୍ତ ସଂଗ୍ରହ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡିରେ ଥିବା ଜବାହର ନବୋଦୟ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ‘ଯାଗୋ’ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଦାନ କେନ୍ଦ୍ର ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେଇଥିଲା । ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଜବାହର ନବୋଦୟ ବିଦ୍ୟାଳୟ ପୂରାତନ ଛାତ୍ରଛାତ୍ରୀ ରକ୍ତଦାନ କରିଥିଲେ। ଏଥିରେ ୨୬ ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିଲା। ମୁଖ୍ୟଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସୁପରିଟେଣ୍ଡେଣ୍ଟ ଡା. ପ୍ରମୋଦ କୁମାର ପଣ୍ଡା ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ। ଜବାହର ନବୋଦୟ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ବାରା କରାଯାଇଥିବା ଏହି ଉଦ୍ୟମକୁ ସେ ପ୍ରଶଂସା କରିଥିଲେ। ଯାଗୋର ଉପସଭାପତି ମନୋଜ କୁମାର ପଟ୍ଟନାୟକ ସହ ସଦସ୍ୟ ଅବିରାମ ମଣ୍ଡଳ, କରିଶ୍ମା ପାଣିଗ୍ରାହୀ, ଏନ.ଭେଙ୍କଟେଶ, ଧରମ ତେଜା, ମୋହନ ପାତ୍ର, ହେମନ୍ତ ନାୟକ, ବୁଦ୍ଧଦେବ ନାୟକ, ସୁନନ୍ଦା ସାହୁ, କରମ ଚାନ୍ଦ, ସ୍ମୃତିଶିଖା ଶତପଥୀ, ସୁମନ ମିଶ୍ର, ସମୀର ରାଇତ, ବି.ମଣି, ଇଲିପ୍ତ କର, ରବି ତେଜା, ସନ୍ତୋଷ ପାଣିଗ୍ରାହୀ, ସୌମ୍ୟ ରଞ୍ଜନ, କେ. କେଶବ ପ୍ରମୁଖଙ୍କ ସହ ବହୁ ପୁରାତନ ଛାତ୍ରଛାତ୍ରୀ ଏହି ରକ୍ତଦାନ ଶିବିରରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ