ନବ ନିଯୁକ୍ତି ଆର.ଆଇ. ମାନଙ୍କ ପ୍ରଶିକ୍ଷଣ ଶିବିର

ଯାଜପୁର, (ଯୁଗାବ୍ଦ ନ୍ୟୁଜ) :ରାଜସ୍ୱ ନିରୀକ୍ଷକ ବା ଆର.ଆଇ. ପଦବୀ ରାଜସ୍ୱ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ପଦ । ଚାକିରୀରୁ ଆରମ୍ଭ ଏହି ପଦବୀ ପାଇଁ ତାଲିମ ଏକ ବିଶେଷ ମହତ୍ତ୍ୱ ରଖିଥାଏ । କାରଣ ପରବର୍ତ୍ତୀ ସମୟରେ ଏହି ତାଲିମ ହିଁ ସଂପୂର୍ଣ୍ଣ ଚାକିରୀ ଜୀବନକୁ ସହାୟତା କରିଥାଏ ବୋଲି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ମତ ବ୍ୟକ୍ତ କରିଛନ୍ତି । ସୋମବାର ଯାଜପୁର ବ୍ଳ୍‌କ ପରିସର ପଂଚାୟତ ସାଧନ କେନ୍ଦ୍ରରେ ନବ ନିଯୁକ୍ତ ଆର.ଆଇ. ମାନଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିର ଜାନୁୟାରୀ ୩ ରୁ ୨୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏହାକୁ ଊଦ୍‌ଘାଟନ କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ରାଜସ୍ୱ ଆଇନ ଓ ନିୟମ ସହ ବିପର୍ଯ୍ୟୟ ପ୍ରଶମନକୁ ମଧ୍ୟ ସରକାର ସାମିଲ କରିଛନ୍ତି । ତେଣୁ ନୂତନ ରାଜସ୍ୱ କର୍ମଚାରୀ ମାନେ ଊପଯୁକ୍ତ ଭାବେ ପ୍ରଶିକ୍ଷଣ ନେଇ ନିଜକୁ ସୁ ଦକ୍ଷ କରିବାକୁ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ମିହିର ପ୍ରସାଦ ମହାନ୍ତି ପ୍ରଶିକ୍ଷଣ ସମୟରେ ଅନୁପସ୍ଥିତ ନ ରହିବା, ମନରେ ଥିବା ବିଭିନ୍ନ ପ୍ରଶ୍ନକୁ ଊତ୍‌ଥାପନ କରିବା, ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ସଂପର୍କରେ ସଚେତନ ହେବାକୁ ପରାମର୍ଶ ଦେବା ସହ ବିଭିନ୍ନ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ନିୟମାବଳୀକୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ । ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ ବିଭିନ୍ନ ଊଦାହରଣ ଚ୍ଥଳରେ ରାଜସ୍ୱ ନିୟମ, କ୍ଷେତ୍ର ଅନୁଭୁତି ଓ କାର୍ଯ୍ୟ ସମୟରେ ବିବିଧ ସମସ୍ୟା ଓ ସମାଧାନ ସଂପର୍କରେ ଆଲୋକପାତ କରିଥିଲେ । ଊପଜିଲ୍ଲାପାଳ ଡଃ ଶରତ ଚନ୍ଦ୍ର ମହାପାତ୍ର ରାଜସ୍ୱ ପଦବୀଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଜନସାଧାରଣଙ୍କ ନିକଟରେ ପହଞ୍ଚିଥିବା ପଦ । ସାଧାରଣ ଲୋକଙ୍କର ବିବିଧ ଜମିବାଡି ସମସ୍ୟା ହେଊ କିମ୍ବା ଊନ୍ନୟନ ମୂଳକ ଯୋଜନାରେ ସାମିଲ କାର୍ଯ୍ୟକ୍ରମ ହେଊ ଆର.ଆଇ. ର ସହାୟତା ଆବଶ୍ୟକ କରିଥାଏ । ତେଣୁ ପ୍ରତ୍ୟେକ ଅତି ନିଷ୍ଠାପର ଭାବେ ତାଲିମ ଗ୍ରହଣ ପାଇଁ ସେ ମତ ଦେଇଥିଲେ । ରସୁଲପୁର ତହସିଲଦାର ନିରଂଜନ ସାହୁ, ଡେପୁଟୀ କଲେକ୍ଟର କାଜଲ ପ୍ରଧାନ, ଏ.ପି.ଡି. ମଧୁମିତା ପୃଷ୍ଟି ଓ ରେଭିନ୍ୟୁ ସୁପରଭାଇଜର ଗୈାରାଙ୍ଗ ଚରଣ ଶତପଥୀ ବିସ୍ତୃତ ତାଲିମ ପ୍ରଦାନ କରି ରାଜସ୍ୱ, ନିୟମ, ଆଇନ, ଆର.ଆଇ. ମାନଙ୍କର ଦାୟିତ୍ୱ, ସାଧାରଣ ଜନତାଙ୍କ ପ୍ରତି ବ୍ୟବହାର ଇତ୍ୟାଦି ସଂପର୍କରେ ଆଲୋକପାତ କରିଥିଲେ । ପ୍ରଥମ ପର୍ଯ୍ୟାୟ ଏହି ତାଲିମ ଶିବିରରେ ଓଡିଶା ମ୍ୟୁଟେସନ ମାନୁଆଲ, ଲ୍ୟାଣ୍ଡ ସେଟେଲମେଣ୍ଟ , ସର୍ଭେ ସେଟେଲମେଣ୍ଟ, ଲ୍ୟାଣ୍ଡ ରିପଂର୍ମସ୍ ଆକ୍ଟ , ଓଡିଶା ପବ୍ଲିକ ଡିମାଣ୍ଡ ରିକଭରି ଆକ୍ଟ , ଓଡିଶା ରିଲିପଂ କୋଡ, ସ୍ପେଶାଲ ସର୍ଭେ ଆଣ୍ଡ ସେଟେଲମେଣ୍ଟ , ପଂରେଷ୍ଟ କଞ୍ଜରଭେସନ ଆକ୍ଟ , ପଂରେଷ୍ଟ ରାଇଟ ଆକ୍ଟ , ମାନୁଆଲ ଅଫ ତହସିଲ ଆକାଊଣ୍ଟ, ଓଡିଶା କାଷ୍ଟ ସାର୍ଟିପିଂକେଟ ରୁଲ, ମିସ୍ ସାର୍ଟିପିଂକେଟ, ରାଇଟ ଟୁ ପବ୍ଲିକ ସର୍ଭିସ ଆକ୍ଟ, ଓଡିଶା ମାଇନର ମିନେରାଲ୍ସ କନ୍‌ସେସନ ରୁଲ, ବେ ବନ୍ଦୋବସ୍ତ କେଶ୍ ଇତ୍ୟାଦି ସଂପର୍କରେ ବିଷଦ ତାଲିମ ପ୍ରଦାନର ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଯାଜପୁର ଓ କେନ୍ଦ୍ରାପଡାର ୩୬ ଜଣ ଆର.ଆଇ. ଯୋଗଦେଇ ପ୍ରଶିକ୍ଷଣ ନେଊଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ