ନବ ନିଯୁକ୍ତ ସଭାପତିଙ୍କୁ ଅଭିନନ୍ଦନ

ନାଉଗାଁ,(ଓ୍ବାଇଏନ୍ଏସ୍): ଅଖିଳ ଭାରତୀୟ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ଦ୍ୱିତୀୟ ଥର ପାଇଁ ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟିର ସଭାପତି ଭାବେ ନଟବର ବାରିକଙ୍କୁ ମନୋନୀତ କରାଯାଇଛି । ନବ ନିଯୁକ୍ତ ସଭାପତି ଶ୍ରୀ ବାରିକଙ୍କୁ ନାଉଗାଁ ବ୍ଲକ କଂଗ୍ରେସ ସମେତ ପୂର୍ବତନ ରାଜ୍ୟ ଛାତ୍ର କଂଗ୍ରେସ ସଂଯୋଜକ ସୁନିଲ ମାଟିଆ, ସାଧାରଣ ସଂପାଦକ ରଶ୍ମୀରଂଜନ ତ୍ରିପାଠୀ ଓ ଆଶିଷ ସ୍ୱାଇଁ, ସଂପାଦକ ବାବୁରାମ ସ୍ୱାଇଁ, ନାରାୟଣ ଲେଙ୍କା, କ୍ରିଷ୍ଣାନନ୍ଦ ସାହୁ ଓ ସୌମ୍ୟସଂଜିବ ଦାସ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ବାରିକଙ୍କୁ ପୂର୍ଣ୍ଣବାର ସଭାପତି ଦାୟିତ୍ୱ ଦେଇଥିବାରୁ ଏଆଇସିସିର ସଭାପତି ସୋନିଆ ଗାନ୍ଧୀ, ପିସିସି ସଭାପତି ନିରଂଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଚିରଂଜୀବ ବିଶ୍ୱାଳ ଓ ପୂର୍ବତନ ରାଜ୍ୟସଭା ସାଂସଦ ରଂଜିବ ବିଶ୍ୱାଳ ପ୍ରମୁଖଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ